Monday, March 30, 2026 04:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର

ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ପ୍ରଥମ ବୈଠକରେ ନିଷ୍ପତ୍ତି

by Our Correspondent
26 Aug, 2021- 09:52 PM
in Latest News, News
1 min read
0
ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଉପସ୍ଥିତ ଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ଏହାର ବିସ୍ତୃତ ସୂଚନା ଦେଇଥିଲେ ।

ଶ୍ରୀମନ୍ଦିର ସେବାୟତ ପରିବାରକୁ ଘର: ଶ୍ରୀମନ୍ଦିର ସେବାୟତ ପରିବାରକୁ ଘର ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତ ପରିବାରକୁ ମିଳିବ ଘର । ୮ ଏକର ଜମିରେ ଏହି ଘର ନିର୍ମାଣ ହେବ । ସେବାୟତ ପରିବାର ପିଛା ୬୦୦ ବର୍ଗଫୁଟ ଜାଗା ଦିଆଯିବ । ଏଥିପାଇଁ ସେବାୟତଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯିବ । ଆବେଦନପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ୍ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ୨ ଲକ୍ଷ ସହ ସେବାୟତମାନେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଘର ବଢ଼ାଇ ପାରିବେ ।

ଶ୍ରୀମନ୍ଦିର ଗୁରୁକୁଳ: ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ । ସୋସାଇଟିର ଅଧ୍ୟକ୍ଷ ରହିବେ ଗଜପତି । ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ । ମାଟିତୋଟାରେ ୧୭ ଏକର ଜମିରେ ଏହା ପ୍ରତିଷ୍ଠା ହେବ । ଏଥିପାଇଁ ଗୁରୁକୁଳ ପାଣ୍ଠି ଗଠନ ହେବ ।

ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା: ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା ହେବ । ୫ ବର୍ଷୀୟା ସଂରକ୍ଷଣ ନେଇ ଏଏସଆଇଠାରୁ ପ୍ଲାନ ଆହ୍ୱାନ କରାଯିବ । ସଂରକ୍ଷଣ ପ୍ରସଙ୍ଗରେ ଏଏସଆଇ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେବେ । ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ ।

ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥ ଚକ: ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ଏଣିକି ମାଗଣାରେ ମିଳିବ ରଥ ଚକ । ରଥଯାତ୍ରା ପରେ ଏହା ଦିଆଯିବ । ଏଥିପାଇଁ ଏକ ସବ କମିଟିକୁ ଦାୟିତ୍ୱ ଦିଆଯିବ । କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ କମିଟି ଚୟନ କରିବେ । ଅଧିକ ଆବେଦନକାରୀ ହେଲେ ଲଟେରୀ କରାଯିବ ।

Previous Post

ଗୟାଧରଙ୍କୁ ଗିରଫ ଦାବିରେ ଜନ ଆନ୍ଦୋଳନ

Next Post

ଏସସିବିରେ ୯ ଟି ଏକ୍‌ମୋ ମେସିନ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Next Post
ଏସସିବିରେ ୯ ଟି ଏକ୍‌ମୋ ମେସିନ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏସସିବିରେ ୯ ଟି ଏକ୍‌ମୋ ମେସିନ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA