Saturday, March 14, 2026 02:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମିଶନ ଶକ୍ତି’କୁ ୫ ବର୍ଷରେ ମିଳିବ ୫୦ ହଜାର କୋଟି ଋଣ

ଋଣ ପ୍ରଦାନରେ ଶ୍ରେଷ୍ଠ ୯ଟି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

by Our Correspondent
25 May, 2022- 09:19 PM
in Latest News, News
1 min read
0
‘ମିଶନ ଶକ୍ତି’କୁ ୫ ବର୍ଷରେ ମିଳିବ ୫୦ ହଜାର କୋଟି ଋଣ

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ଅଧିକ ସଶକ୍ତ ଓ ସାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପୁଣି ଏକ ଖାସ୍ ପଦକ୍ଷେପ ନେଇଛନ୍ତି । ଆଗାମୀ ୫ ବର୍ଷରେ ମିଶନ ଶକ୍ତିକୁ ୫୦ ହଜାର କୋଟି ଋଣ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । କୃଷି, ମିଶନ ଶକ୍ତି ଏବଂ ଏବଂ ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନରେ ପ୍ରାଥମିକତା ଦେଇଥିବା ଶ୍ରେଷ୍ଠ ୯ ଟି ବ୍ୟାଙ୍କକୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି ।

ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବାରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିଛନ୍ତି । କୃଷି ଋଣ ପ୍ରଦାନରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବଲାଙ୍ଗୀର ଶାଖାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରସ୍କାର ମିଳିଛି । ଆକ୍ସିସ୍ ବ୍ୟାଙ୍କ, ରାୟଗଡ଼ାକୁ ଦ୍ୱିତୀୟ ଏବଂ ଆକ୍ସିସ୍ ବ୍ୟାଙ୍କ, ସମ୍ବଲପୁରକୁ ତୃତୀୟ ପୁରସ୍କାର ମିଳିଛି ।

ସେହିଭଳି ଏମଏସଏମଇ ଋଣ ପ୍ରଦାନରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବଲାଙ୍ଗୀରକୁ ପ୍ରଥମ, ଭୁବନେଶ୍ୱର ଜୟଦେବବିହାରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆକୁ ଦ୍ୱିତୀୟ ଏବଂ ତାଳଚେରସ୍ଥିତ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ତୃତୀୟ ପୁରସ୍କାର ମିଳିଛି ।

ମିଶନ ଶକ୍ତି ଗ୍ରୁପ୍ କୁ ଋଣ ପ୍ରଦାନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଂଝୀସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ପ୍ରଥମ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏସବିଆଇକୁ ଦ୍ୱିତୀୟ ଏବଂ ମାଲକାନଗିରି ଶାଖା ଏସବିଆଇକୁ ତୃତୀୟ ପୁରସ୍କାର ମିଳିଛି ।

ପ୍ରଥମ ପୁରସ୍କାର ପାଇଥିବା ବ୍ୟାଙ୍କକୁ ୫ ଲକ୍ଷ, ଦ୍ୱିତୀୟ ପୁରସ୍କାର ୩ ଲକ୍ଷ ଏବଂ ତୃତୀୟ ପୁରସ୍କାର ଭାବେ ୨ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ ।

ଏଥିସହ ସର୍ବାଧିକ କୃଷି ଋଣ ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଏମଏସଏମଇକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଏସବିଆଇ ଏବଂ ମିଶନ ଶକ୍ତି ଗ୍ରୁପ୍ କୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ସାମଗ୍ରିକ ଭାବେ ପ୍ରାଥମିକ କ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ କରିଥିବା ଏସବିଆଇ ଏବଂ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ବ୍ୟାଙ୍କ ୧.୦୩ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ଯାହାକି ସେମାନଙ୍କ ବାର୍ଷିକ ଋଣ ପ୍ରଦାନ ଲକ୍ଷ୍ୟର ୯୩ ପ୍ରତିଶତରୁ ଅଧିକ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ ୧.୩୪ ଲକ୍ଷ କୋଟି ଋଣ ପ୍ରଦାନର ଲକ୍ଷ୍ୟ ଦିଆଯାଇଛି ।

ପ୍ରାଥମିକତା କ୍ଷେତ୍ରକୁ ଗୁରୁତ୍ୱ ଦେଇ ବ୍ୟାଙ୍କମାନେ ଏ ଦିଗରେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଚାଷୀ, ମିଶନ ଶକ୍ତି ଗ୍ରୁପ୍ ଏବଂ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ସଚିବ ବିଶାଲ ଦେବ, କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଞ୍ଜୀବ ଚୋପ୍ରା, ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗର କମିସନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ଏଥିରେ ବକ୍ତବ୍ୟ ରଖିଥିଲେ ।

Previous Post

ନିଆଁରେ ଘିଅ ଢ଼ାଳିଲେ ଶଙ୍କରାଚାର୍ଯ୍ୟ

Next Post

ଉପନିର୍ବାଚନକୁ ପଛରେ ପକାଇଦେଲା ‘ଅନୁଭବ-ବର୍ଷା’ ଏପିସୋଡ୍ !

Next Post
ଉପନିର୍ବାଚନକୁ ପଛରେ ପକାଇଦେଲା ‘ଅନୁଭବ-ବର୍ଷା’ ଏପିସୋଡ୍ !

ଉପନିର୍ବାଚନକୁ ପଛରେ ପକାଇଦେଲା 'ଅନୁଭବ-ବର୍ଷା' ଏପିସୋଡ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA