Monday, February 23, 2026 12:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଫଳ କାହାଣୀର ନାୟକ ନବୀନ

ଦକ୍ଷ ଓ ସଫଳ ନେତୃତ୍ୱକୁ ଆଉ ଏକ ସ୍ୱୀକୃତି

by Our Correspondent
04 Sep, 2022- 01:48 PM
in Latest News, News
1 min read
0
ସଫଳ କାହାଣୀର ନାୟକ ନବୀନ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ନେତୃତ୍ୱରେ ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ନିଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ଖାଲି ଓଡ଼ିଶା ନୁହେଁ, ନିଜର ଶାସନ ବ୍ୟବସ୍ଥା ବଳରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କର ଏହି ସୁପୁତ୍ର ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିଲେ । ୫୧ ବର୍ଷ ବୟସରେ ରାଜନୀତି ଆରମ୍ଭ କରିଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଉଚ୍ଚ ବ୍ୟକ୍ତିତ୍ୱ, ବରିଷ୍ଠ ନେତୃତ୍ୱ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଲୋକପ୍ରିୟତାର ଶୀର୍ଷରେ ରଖିଛି । ସେ ହୋଇଯାଇଛନ୍ତି ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା । ତାଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ରାଜ୍ୟ ନୂଆ ସୋପାନରେ ପହଞ୍ଚିଛି । ନବୀନଙ୍କ ସଫଳ ଶାସନ ଏବଂ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ଏକଦା ଭୋକର ଭୂଗୋଳ କୁହାଯାଉଥିବା ଓଡ଼ିଶାରେ ଏବେ ଭୋକରେ କେହି ମରୁନାହାନ୍ତି । ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିଛି । ଦାରିଦ୍ର ଓ ଅନାହାର ମୃତ୍ୟୁ ପାଇଁ ଓଡ଼ିଶା ଆଉ ବଦନାମ ହେଉନାହିଁ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିଛି ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱ ମଡ଼େଲ ହୋଇପାରିଛି । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ମଧ୍ୟ ଦକ୍ଷ ପରିଚାଳନା ପାଇଁ ଜିରୋ କାଜୁଆଲିଟି ସମ୍ଭବ ହୋଇପାରୁଛି । ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।

ମହିଳା ସଶକ୍ତିକରଣରେ ମଧ୍ୟ ଓଡ଼ିଶା ଆଜି ବହୁତ ଆଗରେ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ରାଜନୈତିକ ଓ ଅର୍ଥନୈତିକ ସ୍ୱାବଲମ୍ବି କରାଯାଇପାରିଛି । ସାରା ରାଜ୍ୟରେ ମହିଳା ସ୍ୱୟଂ ସହାୟକ ସଂଘ ଏକ ଆନ୍ଦୋଳନ ରୂପେ ଉଭା ହୋଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନବୀନ । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାରକୁ ୫୦% ବୃଦ୍ଧି କରିଛନ୍ତି । ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ଦାବି କରି ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କୃଷି ଏବଂ କୃଷକ ସଶକ୍ତିକରଣରେ ମଧ୍ୟ ରାଜ୍ୟ ବହୁତ ଆଗକୁ ଯାଇଛି । ସ୍ୱତନ୍ତ୍ର କୃଷି ବଜେଟ୍ ଆକାର ୨୫ ହଜାର କୋଟିରେ ପହଞ୍ଚିଛି । ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ କର୍ଯ୍ୟକ୍ରମ ହେଉଛି । କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି ।

କେବଳ କୃଷକ ନୁହଁନ୍ତି, ଗରିବଙ୍କ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କାଘର ଯୋଗାଇବା ଏବଂ ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳରେ ବାସହରାଙ୍କୁ ଜାଗା ମିସନ୍ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

ସ୍ୱାସ୍ଥ୍ୟସେବାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ମିଳୁଛି । ନବୀନ ପଟ୍ଟନାୟକଙ୍କର ଏହି ଯୋଜନା ସର୍ବଭାରତୀୟସ୍ତରରେ ବେଶ୍ ଆଦୃତ ଲାଭ କରିଛି । କୋଭିଡ୍ ମହାମାରୀ ମୁକାବିଲାରେ ନବୀନଙ୍କ ପଦକ୍ଷେପ ସବୁଆଡୁ ପ୍ରଶଂସିତ ହୋଇଛି । ସଙ୍କଟ ବେଳେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଇ ନିଜର ମହାନତା ଦେଖାଇଛନ୍ତି ।

ଶିକ୍ଷାକ୍ଷେତ୍ରରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଆସିପାରିଛି । ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଇଛି ଏବଂ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍ମାର୍ଟ କ୍ଲାସରୁମ୍ ସୃଷ୍ଟି କରାଯାଇଛି ।

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବାରେ ନବୀନଙ୍କ ଉଦ୍ୟମ ମଧ୍ୟ ବେଶ୍ ପ୍ରଶଂସନୀୟ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ପୁଞ୍ଜି ନିବେଶ ଅଧିକରୁ ଅଧିକ ବଢ଼ାଇବା ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛନ୍ତି । ଏମଏସଏମଇରେ ମଧ୍ୟ ବହୁତ ଉନ୍ନତି ଅଣାଯାଇଛି । ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସଶକ୍ତ କରାଯାଇଛି ।

ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବ୍ ରେ ପରିଣତ କରିବା ପାଇଁ ନବୀନ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ହକିର ବିକାଶ ପାଇଁ ତାଙ୍କ ଅବଦାନକୁ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଛି ।

ଆଦିବାସୀମାନଙ୍କର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ନିଆଯାଇଛି । ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀମାନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହୋଇଛି । ସ୍ୱତନ୍ତ୍ର କାଉନସିଲ୍ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଣ ନୂଆ ଧାରା ସୃଷ୍ଟି ହୋଇଛି । ୫ ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା ହୋଇଛି ।

ମାଓ ମୁକାବିଲାରେ ରାଜ୍ୟକୁ ବେଶ୍ ସଫଳତା ମଳିଛି । କେବଳ ମାଓମାନଙ୍କୁ ଦମନ ନୁହେଁ, ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି ।

ରାଜ୍ୟର ଐତିହ୍ୟ, ସଂସ୍କୃତିର ସୁରକ୍ଷା ଓ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ନବୀନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର, ସମ୍ବଲପୁର ମା ସମଲେଶ୍ୱରୀ ମନ୍ଦିର, ଗଞ୍ଜାମ ତାରାତାରିଣୀ ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର, ଯାଜପୁର ବିରଜା ମନ୍ଦିର ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଯାଉଛି । ଉତ୍ତମ ପ୍ରଶାସନରେ ୫-ଟି ଏକ ପ୍ରମୁଖ ଭୂମିକା ନେଇଛି । ଦୁର୍ନୀତିକୁ ଜିରୋ ଟଲେରାନ୍ସ ନୀତି କରିଥିବା ନବୀନ ୫-ଟି ଛାଟ ଧରି ଦୁର୍ନୀତିଖୋରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Previous Post

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

Next Post

ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡିର ବିରାଟ ଆୟୋଜନ

Next Post
ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡିର ବିରାଟ ଆୟୋଜନ

ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡିର ବିରାଟ ଆୟୋଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA