Saturday, February 21, 2026 09:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍କୁଲ ଫି’ ବାକି ପାଇଁ ୩୪ ପିଲାଙ୍କୁ ୫ ଘଣ୍ଟା ବନ୍ଦୀ

ଆପିଜେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

by Our Correspondent
23 Aug, 2022- 06:34 PM
in Latest News, News
1 min read
0
ସ୍କୁଲ ଫି’ ବାକି ପାଇଁ ୩୪ ପିଲାଙ୍କୁ ୫ ଘଣ୍ଟା ବନ୍ଦୀ

ଭୁୁବନେଶ୍ୱର: ସ୍କୁଲ ଫି’ ବାକି ରଖିଥିବା ପିଲାଙ୍କୁ ସାର୍ କ୍ଲାସରୁ ବାହାର କରିଦେଲେ । ତିନୋଟି କ୍ଲାସ୍ ର ୩୪ ଜଣ ପିଲାଙ୍କୁ ଗୋଟିଏ ରୁମ୍ ରେ ରଖି ତାଲା ପକାଇଦେଲେ । ସକାଳ ୯.୩୦ ରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ୫ ଘଣ୍ଟା କାଳ ପିଲାମାନେ ବନ୍ଦୀରେ ରହିଲେ । ପ୍ରବଳ ଗରମ ସତ୍ତ୍ୱେ ରୁମ୍ ଫ୍ୟାନ୍ ଚଲାଗଲାନି କି ପିଇବାକୁ ପାଣି ଦିଆଗଲାନି । ଏପରିକି ଟଏଲେଟ୍ କୁ ବି ଛଡ଼ାଗଲାନି । ଶେଷରେ ପିଲାଙ୍କ ହାତରେ ଖଣ୍ଡେ ଲେଖାଏଁ ନୋଟିସ୍ ଧରାଇ ଘରକୁ ଛାଡ଼ିଲେ ସାର୍ ।

ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ଘଟଣା ଇଏ ନୁହେଁ । ଖୋଦ୍ ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଘଟଣା । ଘାଟିକିଆସ୍ଥିତ ଆପିଜେ ସ୍କୁଲରେ ଗତକାଲିର ଅଭାବନୀୟ ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ପ୍ରତିବାଦରେ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେବା ସହ ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ସୋମବାର ଦିନ ୯.୩୦ ମିନିଟ୍ ରେ ପିଲାଙ୍କର ପିରୟଡ଼ିକ ଟେଷ୍ଟ ସରିବା ପରେ ଷ୍ଟାଣ୍ଡାର୍ଡ ୩, ୪ ଓ ୫ ର ୩୪ ଜଣ ପିଲାଙ୍କୁ ସାର୍ ଡାକି ନେଇଥିଲେ । ସେମାନଙ୍କୁ ଏକ ରୁମ୍ ରେ ପୂରେଇ ବାହାରୁ ତାଲା ଠୁଙ୍କି ଦିଆଗଲା । ଫ୍ୟାନ୍ ସୁଇଚ୍ କାଳେ କିଏ ଅନ୍ କରିଦେବ ସେଥିପାଇଁ କରେଣ୍ଟ କାଟି ଦିଆଗଲା । ପିଇବାକୁ ପାଣି ଦିଆଗଲାନି କି ଟଏଲେଟ୍ ପାଇଁ କବାଟ ଖୋଲିଲାନି । ୯.୩୦ ରୁ ୨.୩୦ ଯାଏଁ ସେମାନଙ୍କୁ ଭିତରେ ସାଷ୍ଟାଙ୍ଗ୍ ବସାଇ ଦିଆଗଲା । ଦିନ ୨.୩୦ ବେଳକୁ ସମସ୍ତଙ୍କୁ ମୁକ୍ତି ଦିଆଯାଇଥିଲେ ମଧ୍ୟ କ୍ଲାସ୍ ରେ ପଶିବାକୁୁ ଅନୁମତି ଦିଆଗଲାନି । ହାତରେ ଖଣ୍ଡେ ଲେଖାଏଁ ଫି’ କଲେକ୍ସନ୍ ନୋଟିସ୍ ଧରାଇ ସାର୍ ଘରକୁ ଛାଡ଼ିଥିଲେ ।

ପିଲାଙ୍କ ପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦୟ, ଅମାନବୀୟ ଅତ୍ୟାଚାରର ପ୍ରତିବାଦରେ ଆଜି ସକାଳୁ ସ୍କୁଲ ସାମନାରେ ଅଭିଭାବକମାନେ ଏକାଠି ହୋଇଥିଲେ । ସେମାନେ ସେଠି ପ୍ରତିବାଦ ଧାରଣାରେ ବସିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ କେହି ଦେଖା ଦେଇ ନ ଥିଲେ । ସେଠାରୁ ଅଭିଭାବକମାନେ ଭରତପୁର ଥାନାକୁ ଯାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ । ଶିଶୁ ସୁରକ୍ଷା କମିଟିରେ ମଧ୍ୟ ଫେରାଦ ହୋଇଛନ୍ତି ।

ସଂପୃକ୍ତ ଅଭିଭାବକମାନଙ୍କ କହିବା କଥା, ଆମେ ପିଲାର ସ୍କୁଲ ଫି’ ଅନଲାଇନ୍ ରେ ଦେଇସାରିଛୁ । ମାତ୍ର ସ୍କୁଲ ୱେବସାଇଟ୍ ଅପଡ଼େଟ ହୋଇ ନ ଥିବାରୁ ବୋଧେ ସୋ’ କରୁନାହିଁ । ଏହି ତ୍ରୁଟି ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ । ମାତ୍ର ତାହା ଠିକ୍ କରିବା ବଦଳରେ ସେମାନଙ୍କ ପିଲାଙ୍କୁ ୫ ଘଣ୍ଟା ବନ୍ଦୀ କରି ନିର୍ଯ୍ୟାତନା ଦିଆଯାଇଛି । ଏ ସମ୍ପର୍କରେ ସ୍କୁଲ ପ୍ରଶାସନିକ ଅଧିକାରୀ ସୌମ୍ୟ ରଂଜନ ପଣ୍ଡାଙ୍କୁ ପଚାରିବାରୁ ସେ ଏହାକୁ ବିଜନେସ୍ ମ୍ୟାଟର୍ କହି ଆମକୁ ଦୁର୍ବବ୍ୟବହାର କରିଥିବା କିଛି ଅଭିଭାବକ କହିଛନ୍ତି ।

ଅଭିଭାବକଙ୍କ ଏତଲାକ୍ରମେ ଭରତପୁର ଥାନା ପୁଲିସ ସ୍କୁଲ ପ୍ରଶାସନିକ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି । ଅନ୍ୟପକ୍ଷରେ ସ୍କୁଲକୁ ବଦନାମରୁ ରକ୍ଷା କରିବା ପାଇଁ କର୍ତ୍ତୃପକ୍ଷ କଳବଳ କୌଶଳ ଖଟେଇ ଦେଇଥିବା ଭଳି ଅଭିଯୋଗ ମଧ୍ୟ ଆସିଛି । ମାମଲାରୁ ଖସିବା ପାଇଁ ଉପରସ୍ତରରୁ ଚାପ ପକାଯାଉଥିବା ବେଳେ ଗଣମାଧ୍ୟମରେ ଖବର ଚାପିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିବା ଅଭିଭାବକମହଲରୁ ଅଭିଯୋଗ ହୋଇଛି ।

ତେବେ ଏସବୁ ଅଭିଯୋଗ ସଂକ୍ରାନ୍ତରେ ଆମେ ସ୍କୁଲ ଅଧ୍ୟକ୍ଷ ଏବଂ ସିଇଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

Previous Post

କଳାବଜାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ

Next Post

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବଢ଼ିଲା

Next Post
ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବଢ଼ିଲା

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA