Tuesday, February 17, 2026 04:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ପ୍ରଶାସନର ମଙ୍ଗ ଧରିଲେ ସୁରେଶ ମହାପାତ୍ର

ଉନ୍ନୟନ କମିସନର ଦାୟିତ୍ୱ ନେଲେ ପ୍ରଦୀପ ଜେନା

by Our Correspondent
01 Jan, 2021- 09:21 PM
in Latest News, News
1 min read
0
ରାଜ୍ୟ ପ୍ରଶାସନର ମଙ୍ଗ ଧରିଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ପ୍ରଶାସନର ମଙ୍ଗ ଧରିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ୧୭ ମାସ ଧରି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦରେ ଥିବା ଶ୍ରୀ ଅସିତ୍ ତ୍ରିପାଠୀ ଗତକାଲି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଛି ।

ଜଣେ ଦକ୍ଷ ପ୍ରଶାସକ ଭାବରେ ଶ୍ରୀ ମହାପାତ୍ର ବେଶ୍ ଜଣାଶୁଣା । ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଜର ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ୧୯୮୬ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ କଳାହାଣ୍ଡି ଜିଲ୍ଲାର ନୂଆପଡ଼ା ଉପଜିଲ୍ଲାପାଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨ ବର୍ଷ ପରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ । ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।

୧୯୯୩ ମସିହାରେ ନୂଆ କରି ଗଠନ ହୋଇଥିବା ଭଦ୍ରକ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଭାବେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଥିଲେ । କଳାହାଣ୍ଡି ଦଙ୍ଗାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେଠା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ । ୧୯୯୬ ମସିହାରେ ପୁରୀ ଜିଲ୍ଲାପାଳ ଥିବା ବେଳେ ମହାପ୍ରଭୁଙ୍କ ନବକଳେବର ଯାତ୍ରା ଶାନ୍ତିଶୃଙ୍ଖଳାର ସହ କରାଇ ରେକର୍ଡ ସୃଷ୍ଟି କରିଥିଲେ । ପୁରୀ ଜିଲ୍ଲାପାଳ ଓ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ତାଙ୍କର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା ।

ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ପଦରେ ଶ୍ରୀ ମହାପାତ୍ର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ସେହିଭଳି ସେସୁର ପରିଚାଳନା ନିର୍ଦ୍ଦେଶକ, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଆରଡିସି ଭାବେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ଥିଲା । ୨୦୦୭ ଓ ୨୦୦୮ ରେ କନ୍ଧମାଳ ଦଙ୍ଗା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱତନ୍ତ୍ର ପଦାଧିକାରୀ ଭାବେ ପଠାଇଥିଲେ । ୨୦୧୫ ମସିହାରେ ମହାପ୍ରଭୁଙ୍କ ନବକଳେବର ପାଇଁ ତଦାରଖ ଦାୟିତ୍ୱ ଦିଆଯାଇଥିଲା ।

ଶକ୍ତି ଓ ଜଳସମ୍ପଦ ବିଭାଗରେ ପ୍ରମୁଖ ଶାସନ ସଚିବ ଥିବା ବେଳେ ତାଙ୍କ ସମୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନା, ଗଭୀର ନଳକୂପ ଯୋଜନା, ଚେକ୍ ଡ୍ୟାମ୍ ଓ ଇକୋ ଟୁରିଜିମ୍ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଥିବା ବେଳେ ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ମିଳିଥିଲା । ୨୦୧୯ ଅଗଷ୍ଟ ୧୮ ତାରିଖରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ମୁଖ୍ୟ ଶାସନ ସଚିବ ପଦବୀରେ ଶ୍ରୀ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବୃଆରୀ ଯାଏ କାର୍ଯ୍ୟ କରିବେ ।

Previous Post

ଅକ୍ସଫୋର୍ଡ ଟୀକା ‘କୋଭିସିଲଡ’କୁ ମିଳିଲା ଅନୁମତି

Next Post

ଓବିସି କମିସନ କାର୍ଯ୍ୟକ୍ଷମ

Next Post
ଓବିସି କମିସନ କାର୍ଯ୍ୟକ୍ଷମ

ଓବିସି କମିସନ କାର୍ଯ୍ୟକ୍ଷମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA