Sunday, February 22, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫିଟୁଛି ଠକେଇର ବଡ଼ ଗୁମର, ଅଜ୍ଞାତବାସରେ ଅର୍ଦ୍ଧେନ୍ଦୁ

'ବଡ଼ ଖବର' ଅଫିସ୍ ରେ ଆଇଓଡବ୍ଲୁ ରେଡ୍

by Our Correspondent
29 Jun, 2022- 07:19 PM
in Latest News, News
1 min read
0
ଫିଟୁଛି ଠକେଇର ବଡ଼ ଗୁମର, ଅଜ୍ଞାତବାସରେ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର: ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ଗଗନଦୀପ ସିଂହ ଚାୱାଲା ପ୍ରାୟ କୋଟିଏ ଟଙ୍କା ଠକେଇ ଅଭିଯୋଗ ଆଣିବା ପରେ ତାଙ୍କ ନାଁରେ ବଡ଼ ଠକେଇର ନୂଆ ନୂଆ ମାମଲା ଯୋଡି ହେବାରେ ଲାଗିଛି । ଏଣେ ଅର୍ଦ୍ଧେନ୍ଦୁ ଅଜ୍ଞାତବାସରେ ଥାଇ ସାମ୍ବାଦିକମାନଙ୍କ ସହଯୋଗ ଲୋଡୁଥିଲେ ମଧ୍ୟ କାହାରି ସହଯୋଗ ପାଇନାହାନ୍ତି । ମାମଲାଟି ଓଡ଼ିଶା ମିଡ଼ିଆ ଜଗତରେ ହଇଚଇ ସୃଷ୍ଟି କରିଛି ।

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଆଜି ଆଉ ଦୁଇଟି ଠକେଇ ଅଭିଯୋଗ ଆସିଛି । ଭୁବନେଶ୍ୱରରେ ଚାନେଲ୍ ଅଫିସ୍ କରିଥିବା ଘରର ଭଡ଼ା ପଇସା ଦେଉ ନ ଥିବା ଏବଂ ମାଗିଲେ ଧମକ ଦେଉଥିବା ବରଗଡ଼ ଥାନାରେ ଘର ମାଲିକ ଅଭିଯୋଗ କରିଛନ୍ତି । ସେହିଭଳି ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ବକେୟା ଦରମା ନ ଦେଇ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି । ବକେୟା ଦରମା ମାଗିବାରୁ ତାଙ୍କ ଲୋକମାନେ ଘରେ ପଶି ଭୟଭୀତ କରିଥିବା ମାମଲା ସାମନାକୁ ଆସିଛି ।

ବିଶ୍ୱଜିତ୍ ସାହୁଙ୍କ ଘରକୁ ଭଡ଼ାରେ ନେଇ ବଡ଼ ଖବର ଅଫିସ୍ କରିଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଆଜି ବରଗଡ଼ ଥାନାରେ ଶ୍ରୀ ସାହୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ୫ ମାସ ହେଲା ଅର୍ଦ୍ଧେନ୍ଦୁ ତାଙ୍କୁ ଘରଭଡ଼ା ଦେଇନାହାନ୍ତି । ୬ ମାସର ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେଇନାହାନ୍ତି । ଇଲେକଟ୍ରିକ୍ ବିଲ୍ ବାବଦ ୯୦ ହଜାର ଟଙ୍କା ପୈଠ କରିନାହାନ୍ତି । ଏଭଳି ଭାବେ ୫ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଉପରେ ଗଡୁଛି । ମାଗିଲେ ସେ ବିଭିନ୍ନ ଆଳ ଦେଖାଉଛନ୍ତି ଏବଂ ଚାନେଲ୍ ମାଲିକ ଖାତିରରେ ଧମକ ଦେଉଛନ୍ତି । ବକେୟା ଟଙ୍କା ଦେଇ ଘର ଛାଡ଼ି ଦେବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେଥିରେ ନିରାଶ ହୋଇ ଆଜି ବରଗଡ଼ ଥାନାରେ ଏତଲା ଦେଇଥିବା ଶ୍ରୀ ସାହୁ କହିଛନ୍ତି । ପୁଲିସ ଏହି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

ସେହିଭଳି କଟକ ସିଡିଏ ସେକ୍ଟର-୨ରେ ରହୁଥିବା ଜନୈକା ପ୍ରୀତିମୟୀ ବିଶ୍ୱାଳ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ସଂସ୍ଥାରେ କାମ କରୁଥିବା ତାଙ୍କ ସ୍ୱାମୀ ଦୀପକ ବିଶ୍ୱାଳ ବକେୟା ଦରମା ମାଗିବାରୁ ଅର୍ଦ୍ଧେନ୍ଦୁଙ୍କୁ ଲୋକମାନେ ମଦ ପିଇ ରାତି ଅଧରେ ତାଙ୍କ ଘରେ ପଶି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି । ଗତ ଡିସେମ୍ବର ମାସରେ ସେ ମର୍କତନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଦୀପକ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଖବର ସଂଗ୍ରହ ଉପରେ ଗୁରୁତ୍ୱ ନ ଦେଇ ସଂସ୍ଥାରେ ଚାକିରି କରିଥିବା ତାଙ୍କ ଭଳି ସାମ୍ବାଦିକଙ୍କୁ ମୋଟା ବିଜ୍ଞାପନ ସଂଗ୍ରହର ଟାର୍ଗେଟ୍ ଦେଉଥିଲେ । ମାତ୍ର ସେ ବିଜ୍ଞାପନ ଟାର୍ଗେଟ୍ ପୂରଣ କରିବାରେ ସମର୍ଥନ ହେବାରୁ ତାଙ୍କୁ ୬ ମାସ ହେଲା ଦରମା ଦେଲେନାହିଁ । ତେଣୁ ସେ ଚାକିରି ଛାଡ଼ିଦେଇଥିଲେ ଏବଂ ବକେୟା ଟଙ୍କା ମାଗିବାରୁ ଧମକ ଦେଇଥିବା କହିଛନ୍ତି ।

ତେବେ ଏହି ଦୁଇଟି ଯାକ ଅଭିଯୋଗକୁ ମିଛ ବୋଲି ଫାଙ୍କିଛନ୍ତି ବଡ଼ ଖବର କର୍ତ୍ତୃପକ୍ଷ । ଅଫିସ ଭଡ଼ା ସେମାନେ ଠିକ୍ ରେ ପୈଠ କରୁଥିବା ଦାବି କରୁଥିବା ବେଳେ ପୂର୍ବତନ କର୍ମଚାରୀ ଦୀପକ ବିଶ୍ୱାଳ ସଂସ୍ଥାର କ୍ୟାମେରା ଓ ଟ୍ରାଇଫଏଡ୍ ନେଇଯାଇଥିବା କହିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା ବୋଲି ଚାନେଲ୍ ପକ୍ଷରୁ ପାଲଟା ସଫେଇ ଦିଆଯାଇଛି ।

ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଠକେଇ ଅଭିଯୋଗ ବଢ଼ି ଚାଲିଥିବା ବେଳେ ଆଜି ଅପରାହ୍ନରେ ବଡ଼ ଖବର ଅଫିସ୍ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଏକ ୫ ଜଣିଆ ଟିମ୍ ଅଫିସ୍ ରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଅର୍ଦ୍ଧେନ୍ଦୁ ଆଜି ମଧ୍ୟ ଉପସ୍ଥିତ ନ ଥିଲେ ।

ସୂଚନାଯୋଗ୍ୟ, ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ସଲୁ୍ୟସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ଇଓଡବ୍ଲୁ ପାଖରେ ଫେରାଦ ହୋଇଛନ୍ତି । ଚାନେଲ୍ ଯନ୍ତ୍ରାଂଶ କିଣା ବାବଦ ଏହି ବକେୟା ଟଙ୍କା ଅର୍ଦ୍ଧେନ୍ଦୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଶ୍ରୀ ଚାୱାଲା ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଇଓଡବ୍ଲୁ ପକ୍ଷରୁ ଦୁଇ ଦୁଇ ଥର ହାଜିରା ନୋଟିସ୍ ପରେ ଗତକାଲି ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ଇଓଡବ୍ଲୁ ରେଡ୍ କରିଥିଲା । ମାତ୍ର ସେ ଫେରାର ହୋଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଥିଲେ ।

ଅନ୍ୟପକ୍ଷରେ କଟକର ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ଗତକାଲି ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଏତଲା ଦେଇଥିଲେ । ଅଦେ୍ର୍ଧନ୍ଦୁ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କାର ପ୍ଲାଏ ବାକିରେ ଆଣିଥିଲେ । ମାତ୍ର ପ୍ରତିଶ୍ରୁତି ମୁତାବକ ସେହି ଟଙ୍କା ଦେଇନାହାନ୍ତି । ବାରମ୍ବାର ଟଙ୍କା ମାଗି ନିରାଶ ହେବା ପରେ ଶ୍ରୀ ଅଗ୍ରୱାଲ୍ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।

Previous Post

ବଡ଼ ଠକେଇରେ ‘ବଡ଼ ଖବର’ ସମ୍ପାଦକ !

Next Post

୨୧ ହଜାର କୋଟିର ପୁଞ୍ଜି, ୧୯ ହଜାର ନିଯୁକ୍ତି ସୁଯୋଗ

Next Post
୨୧ ହଜାର କୋଟିର ପୁଞ୍ଜି, ୧୯ ହଜାର ନିଯୁକ୍ତି ସୁଯୋଗ

୨୧ ହଜାର କୋଟିର ପୁଞ୍ଜି, ୧୯ ହଜାର ନିଯୁକ୍ତି ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA