Wednesday, March 11, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ

by Our Correspondent
05 Sep, 2020- 06:51 PM
in Latest News, News
1 min read
0
ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମର ସୁପର୍ ଷ୍ଟାର୍ ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ଭାଙ୍ଗିଯାଇଛି । ଅଭିନେତାରୁ ରାଜନେତା ବନିଥିବା ଅନୁଭବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା । କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ଦେଇଥିବା ଏକ ପିଟିସନ୍ ରେ ଅନୁଭବ ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅନୁଭବଙ୍କଠାରୁ ୧୫ କୋଟି କ୍ଷତିପୂରଣ ଦାବି କରିଛନ୍ତି ବର୍ଷା । ଅଗଷ୍ଟ ୭ ତାରିଖରେ ଏସଡିଜେଏମ୍ କୋର୍ଟରେ ବର୍ଷା ଏହି ପିଟିସନ୍ ଦେଇଛନ୍ତି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ।

ବର୍ଷା ତାଙ୍କ ୮ ପୃଷ୍ଠାର ପିଟିସନ୍ ରେ ଅନୁଭବଙ୍କୁ ଜଣେ ଅଭ୍ୟାସଗତ ମଦ୍ୟପ ଏବଂ ନଷ୍ଟ ଚରିତ୍ରର ପୁରୁଷ ବୋଲି ଦର୍ଶାଇଛନ୍ତି । ଲେଖିଛନ୍ତି,

“ମୋତେ ବାହା ହେବା ପାଇଁ ଅନୁଭବ ଜିଦ୍ କରି ନାନା ହରକତ୍ କରିଥିଲେ । ବାହା ହେବାକୁ ରାଜି ନ ହେଲେ ସୁଇସାଇଡ୍ କରିଦେବେ ବୋଲି କହୁଥିଲେ । ମୋତେ ବାହା ହେବା ପାଇଁ ହାତ କାଟିବା ସହ ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ । ଅନୁଭବଙ୍କର ଏଭଳି ଆଚରଣ ଦେଖି ମୋ ମା’ ବିବାହ ପାଇଁ ରାଜି ହୋଇଥିଲେ । ଶେଷରେ ୮.୨.୨୦୧୪ ରେ ଆମର ଆରେଞ୍ଜ ମ୍ୟାରେଜ୍ ହେଲା ।

ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଆମେ ଉଭୟ ମିଶି ବହୁ ଫିଲ୍ମରେ ଅଭିନୟ କରିଥିଲୁ । ତେବେ ସେ ବାବଦ ମିଳୁଥିବା ପାରିଶ୍ରମିକରୁ ଅନୁଭବ ମୋତେ ଟଙ୍କାଟିଏ ବି ଦେଉ ନ ଥିଲେ । ଏପରିକି ହାତଖର୍ଚ୍ଚ ପାଇଁ ପଇସା ଦେଉ ନ ଥିଲେ । ଓଲଟି ଅତ୍ୟାଚାର ଆରମ୍ଭ କରିଥିଲେ । ପରେ ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ବଢ଼ିଲା । ତାଙ୍କର ଏଭଳି କାରବାରକୁ ଘରଲୋକ ସମର୍ଥନ କରୁଥିଲେ ।

ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ । ମଦ ପିଇଲା ପରେ ସେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି । ଏପରିକି ନିଜର ମଦ୍ୟପ ସାଙ୍ଗମାନଙ୍କୁ ଘରକୁ ଡାକି ବେଡ଼ ରୁମ୍ ରେ ମୋ ଉପସ୍ଥିତିରେ ମଦ ପିଅନ୍ତି । ଏଥିରେ ବିରୋଧ କଲେ ଅନୁଭବ ମତେ ହାତରେ ଓ ବାଡ଼ିରେ ପିଟନ୍ତି ।
ପିଲାଛୁଆ ପାଇଁ ମୁଁ ଚାହୁଁଥିଲେ ବି ସେ ସର୍ବଦା ଏଡ଼ାଇ ଯାଆନ୍ତି । ସେ ମଦ ପିଇ ହୋସ୍ ରେ ରହୁ ନ ଥିବାରୁ ମୋ କଥା ଶୁଣନ୍ତି ନାହିଁ । ବହୁ ସମୟରେ ସାଙ୍ଗ ହୋଇ ଡିନର୍ କରିବାକୁ ତାଙ୍କ ଅପେକ୍ଷାରେ ରହୁଥିଲେ ମଧ୍ୟ ବିଲମ୍ବିତ ରାତିରେ ଫେରି ଓଲଟି ମତେ ଗାଳି ଦିଅନ୍ତି । ପରିବାର ସମ୍ମାନ ଦୃଷ୍ଟିରୁ ମୁଁ ଚୁପ୍ ରହୁଥିଲି । ମୋ ମା’ ଓ ଦୁଇ ଭଉଣୀ ଅନେକ ଥର ତାଙ୍କୁ ବୁଝାଇ ସମାଧାନ ଉଦ୍ୟମ କରିଛନ୍ତି । ଅନୁଭବଙ୍କୁ ମଦ ଛଡ଼େଇବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ । ମାତ୍ର ଆମ ଉଦ୍ୟମ ସଫଳ ହୋଇନାହିଁ ।

ଲକ୍ ଡାଉନ୍ ଠିକ୍ ପୂର୍ବରୁ ଅନୁଭବ ମତେ ଏକା ଘରେ ଛାଡ଼ି ଦିଲ୍ଲୀ ପଳାଇଥିଲେ । ଶାଶୁଘର ଲୋକ ସମସ୍ତେ ଦିଲ୍ଲୀରେ ଥିବା ବେଳେ ମୁଁ ଏକୁଟିଆ ଶାଶୁଘରେ ଥିଲି । ଏଠି ଏକୁଟିଆ ଥିଲେ ବି ଚଳିବା ପାଇଁ ହାତଖର୍ଚ୍ଚ ଦେଇନଥିଲେ । ମେ ୨୫ରେ ଦିଲ୍ଲୀରୁ ଫେରିଲା ପରେ ଅନୁଭବ ମତେ ପ୍ରବଳ ଗାଳି ଦେଇଥିଲେ । ଜୁନ୍ ୭ରେ ମୋ ଉପରେ ଅତ୍ୟାଚାର ସବୁ ସୀମା ଟପି ଯାଇଥିଲା । ଅନୁଭବ ଓ ତାଙ୍କ ବାପା ମିଶି ମତେ ଦୁଇଘଣ୍ଟା ଧରି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଜୁନ୍ ୧୧ ରେ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ । ନଚେତ୍ ପରିମାଣ ଭୋଗିବ ବୋଲି ଧମକାଇଥିଲେ ।

ବର୍ଷାଙ୍କ ନ୍ୟାୟଭିକ୍ଷା

ବର୍ଷା ତାଙ୍କ ପିଟିସନ୍ ରେ ଅନୁଭବଙ୍କଠାରୁ ରହିବାକୁ ଘରେ ଭାଗଦେବା ନଚେତ ଘରଭଡ଼ା ମାଗିଛନ୍ତି । ଏଥିରେ ରହିଛି- ଘରଭଡ଼ା ପାଇଁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର, କ୍ଷତିପୂରଣ ବାବଦରେ ୧୩ କୋଟି, ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ବାବଦରେ ୨ କୋଟି ।

ଅନୁଭବଙ୍କ ପ୍ରତିକ୍ରିୟା: ପତ୍ନୀ ବର୍ଷାଙ୍କ ପିଟିସନ୍ ସମ୍ପର୍କରେ ଅନୁଭବ ଗଣମାଧ୍ୟମକୁ କହିଛନ୍ତି ଯେ ମୋ ପାଖକୁ ସେମିତି କୋ÷ଣସି ଲିଗାଲ୍ ନୋଟିସ୍ ଆସିନାହିଁ । ଯେବେ ଆସିବ, ମୁଁ ଆପଣମାନଙ୍କୁ ସେ ବିଷୟରେ ଜଣାଇବି ।

Previous Post

ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ୨୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

Next Post

ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

Next Post
ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA