Monday, March 9, 2026 06:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାଧୁ ମେହେରଙ୍କ ପରଲୋକ

by Our Correspondent
02 Feb, 2024- 05:48 PM
in Latest News, News
1 min read
0
ସାଧୁ ମେହେରଙ୍କ ପରଲୋକ

ଭୁବନେଶ୍ୱର: ସିନେ ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ସାଧୁ ମେହେର ଆଉ ଇହ ଜଗତରେ ନାହାନ୍ତି । ଉଭୟ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିିତ୍ରର ଏକାଧାରର ଏହି ଅଭିନେତା, ନିର୍ମାତା, ନିର୍ଦ୍ଦେଶକଙ୍କର ଆଜି ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ୮୪ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ସହ ଓଡ଼ିଆ ଚଳଚିତ୍ର ଜଗତ ଆଉ ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇଛି ।

ଓଡ଼ିଶାର ସୋନପୁର ଜିଲ୍ଲାରେ ଜନ୍ମିତ ସାଧୁ ମେହେର ପୁନେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟ୍ ରେ ପାଠ ପଢ଼ି ଗୋଲଡ୍ ମେଡାଲ୍ ପାଇଥିଲେ । ପ୍ରଥମେ ହିନ୍ଦୀ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନେ ସୋମ ଥିଲା ତାଙ୍କର ପ୍ରଥମ ଫିଲ୍ମ । ୧୯୭୪ ମସିହାରେ ରିଲିଜ୍ ହୋଇଥିବା ଅଙ୍କୁରରେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ।

ପରବର୍ତ୍ତୀ ସର୍ମରେ ସେ ନିଶାନ୍ତ, ମନ୍ଥନ, ବାଲିଘର, ଇନକାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତ ରାତି, ସମ୍ବଲପୁରୀ ଫିଲ୍ମ ‘ଭୁଖା’ ଏବଂ ୧୫ ଟି ଭାଷାରେ ନିର୍ମିତ ଜୟ ଜଗନ୍ନାଥ ଭଳି ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ଅଭିମାନ, ଅପରିଚିତା, ଅଭିଳାଷ ଆଦି ଫିଲ୍ମରେ ସେ ନିଦେ୍ର୍ଦଶନା ଦେଇଥିଲେ । ମଞ୍ଚ ନାଟକରେ ମଧ୍ୟ ସେ ତାଙ୍କ ନିଖୁଣ ଅଭିନୟ ଓ ନିର୍ଦ୍ଦେଶନାର ଛାପ ଛାଡ଼ିଛନ୍ତି ।

ଅଭିନୟ, ନିର୍ଦ୍ଦେଶନା ତଥା ପ୍ରଯୋଜନାରେ ସଫଳତା ଅର୍ଜନ କରିଥିବା ସାଧୁ ମେହେରଙ୍କୁ ୨୦୧୭ ମସିହାରେ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ ।
ତାଙ୍କର ମୃତ୍ୟୁରେ ଓଡ଼ିଶା ସିନେ ଓ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି,

ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Previous Post

Interim Budget 2024: Key highlights

Next Post

ଝାଡୁଦାରଙ୍କୁ କୋଳେଇ ଚର୍ଚ୍ଚାରେ ଡିଜିପି ଅରୁଣ ଷଡ଼ଙ୍ଗୀ

Next Post
ଝାଡୁଦାରଙ୍କୁ କୋଳେଇ ଚର୍ଚ୍ଚାରେ ଡିଜିପି ଅରୁଣ ଷଡ଼ଙ୍ଗୀ

ଝାଡୁଦାରଙ୍କୁ କୋଳେଇ ଚର୍ଚ୍ଚାରେ ଡିଜିପି ଅରୁଣ ଷଡ଼ଙ୍ଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA