Saturday, March 14, 2026 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ୍ ଆଜି ନୁହେଁ କି କେବେ ନୁହେଁ!

ବିଜେଡିର ପାଠଘର ଭାରି, ଖାଲି ହୋଇଯିବ ବସ୍ତାନି!!

by Our Correspondent
23 Feb, 2025- 08:47 PM
in Latest News, News, Politics
1 min read
0
ପାଣ୍ଡିଆନ୍ ଆଜି ନୁହେଁ କି କେବେ ନୁହେଁ!

ଭୁବନେଶ୍ୱର: ରାଜ୍ୟରେ ବିଜେଡି ବିପର୍ଯ୍ୟୟ ପଛର ଖଳନାୟକ ଭି.କେ. ପାଣ୍ଡିଆନଙ୍କର ଯଥା ପୂର୍ବଂ ତଥା ପରଂ ଅବତାର ତାଙ୍କୁ ଜନମାନସରେ ଆହୁରି ନିନ୍ଦିତ କରିଛି । ନବୀନ ପଟ୍ଟନାୟକଙ୍କୁ ପରାଜୟର ସ୍ୱାଦ ଚଖାଇଥିବା ଏହି ଅଣଓଡ଼ିଆ ପୂର୍ବତନ ବ୍ୟୁରୋକ୍ରାଟ୍ ବିଜେଡି ପରାଜୟର ଅନୁତାପରେ ନିଜକୁ ସୁଧାରି ଦେବେ ବୋଲି ଆଶା କରାଯାଉଥିଲା । ମାତ୍ର ତାଙ୍କଠାରେ ସାମାନ୍ୟ ବି ସୁଧାର ଦେଖିବାକୁ ମିଳିନାହିଁ । ନିଜର ଅହଂକାର ଓ ଉଚ୍ଚାକାଂକ୍ଷାକୁ ସେ ଛାଡ଼ିପାରିନାହାନ୍ତି । ଯଦି ଛାଡ଼ିଥାନ୍ତେ, ତେବେ ଗୁରୁ ନବୀନ ପଟ୍ଟନାୟକଙ୍କ ପୂର୍ବଗୌରବ ଫେରାଇ ଆଣିବାକୁ ଯତ୍ନବାନ ହୋଇଥାନ୍ତେ । ଗୁରୁଙ୍କର ତାଙ୍କ ପ୍ରତି ଅନ୍ଧ ଭଲ ପାଇବାର ତାହା ଗୁରୁଦକ୍ଷିଣା ହୋଇଥାନ୍ତା । ମାତ୍ର ତାହା ନ କରି ବିଜେଡିକୁ ନିଜ ହାତମୁଠାରେ ରଖିବା କୌଶଳରୁ ସେ ହଟିନାହାନ୍ତି । ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଥିଲେ ମଧ୍ୟ ନବୀନ ବାବୁଙ୍କର ଉତ୍ତରାଧିକାରୀ ହେବାର ନିଶା ତାଙ୍କୁ ଦିନକୁ ଦିନ ଅଧିକ ଲୋକହସା କରୁଛି ।

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପାଗ ଭିଡ଼ି ବସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ପାଇଁ ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ଥିଲା । ସେ ମୁଖ୍ୟମନ୍ତ୍ରୀ ଗାଦି ହରାଇବେ ବୋଲି କେବେ ସ୍ୱପ୍ନରେ ଭାବି ନ ଥିଲେ । ମାତ୍ର ତାହା ଘଟିଲା । ତାଙ୍କର ଅର୍ଦ୍ଧପ୍ରାଣ କୁହାଯାଉଥିବା ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଥିବା ସମସ୍ତଙ୍କର ମର୍ମେ ମର୍ମେ ଅନୁଭବ ହୋଇଥିଲେ ମଧ୍ୟ ନବୀନ ବାବୁ ଏ ପର୍ଯ୍ୟନ୍ତ ତାହା ମାନିବାକୁ ନାରାଜ । ବରଂ ପାଣ୍ଡିଆନଙ୍କ ବିରୋଧରେ ଜନମତକୁ ପ୍ରଶମିତ କରିବା ପାଇଁ ସେ ତାଙ୍କର ପିଠି ଥାପୁଡ଼େଇ ସେମିତି ମୁଣ୍ଡରେ ବସାଇଛନ୍ତି । ନବୀନ ବାବୁଙ୍କର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ବେଳେ ପାଣ୍ଡିଆନଙ୍କ ପାଇଁ ତାଙ୍କର କ’ଣ ବାଧ୍ୟବାଧକତା ଅଛି ତାହା ବୁଝିପାରିନାହାନ୍ତି ।

ଏପଟେ ନବୀନଙ୍କ ଉତ୍ତରାଧିକାରୀ ହେବାର ସ୍ୱପ୍ନ ଦେଖିଥିବା ପାଣ୍ଡିଆନଙ୍କର କାର୍ଯ୍ୟକଳାପ ମଧ୍ୟ ସମସ୍ତଙ୍କୁ ବିସ୍ମିତ କରୁଛି । ଓଡିଶାବାସୀଙ୍କ ପାଖରେ ତାଙ୍କର ଯେ ଗ୍ରହଣୀୟତା ନାହିଁ ଏହା ଗତ ନିର୍ବାଚନରେ ସ୍ପଷ୍ଟ ହୋଇସାରିଛି । ତଥାପି ପାଣ୍ଡିଆନ୍ କାହିଁକି କ୍ଷମତା ମୋହ ଛାଡ଼ିପାରୁନାହାନ୍ତି ତାହା ନିଜେ ଜାଣିଥିବେ । କସ୍ମିନ୍ କାଳେ ପାଣ୍ଡିଆନ୍ ଓଡ଼ିଶାରେ ଆଉ ରାଜନୀତି କରି ସଫଳ ହେବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଦୃଢ଼ତାର ସହ କହିଛନ୍ତି । ପାଣ୍ଡିଆନ୍ ଆଜି ନୁହେଁ କି କେବେ ନୁହେଁ ବୋଲି ସେମାନଙ୍କର ମତ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ସରକାରୀ ମୁଖା ପିନ୍ଧି ସେ ନବୀନ ନିବାସରୁ ଉଭୟ ଦଳ ଓ ସରକାରକୁ ଚଳାଉଥିଲେ ମଧ୍ୟ ଆଉ ତାହା ସମ୍ଭବ ନୁହେଁ । ନବୀନ ବାବୁ ତାଙ୍କୁ ମୁଣ୍ଡରେ ବସାଇ ବିଜେଡି ପରିବାର ଉପରେ ତାଙ୍କର ନେତୃତ୍ୱକୁ ଥାପିବାର ସମୟ ଚାଲିଯାଇଛି । ଲୋକଙ୍କ ଆଗରେ ମୁହଁ ଦେଖାଇ ପାରୁ ନ ଥିବା ପାଣ୍ଡିଆନ୍ ନବୀନ ନିବାସରୁ ଲୁଚିଛପି ବିଜୁ ଜନତା ଦଳକୁ ନିୟନ୍ତ୍ରଣ କରିବାକୁ ପିଲାଳିଆମୀ ବୁଦ୍ଧି କହି ଅନେକ କଟାକ୍ଷ କରିଛନ୍ତି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ନିବାସର ଗୋପନ କୋଠରୀରେ ବସି ପାଣ୍ଡିଆନ ତାଙ୍କ ଦରବାର ଚଳାଉଥିଲେ ମଧ୍ୟ କିଛି ବୋଲକରା ନେତା ଏବଂ ଶଙ୍ଖଭବନର ଦରମାପ୍ରାପ୍ତ ମୁଖପାତ୍ରଙ୍କୁ ଛାଡ଼ିଦେଲେ କେହି ତାଙ୍କୁ ଆଡ଼ ଆଖିରେ ଚାହିଁବାକୁ ରାଜି ହେଉନାହାନ୍ତି । ନବୀନ ନିବାସରୁ ଡାକରା ପାଇଲେ କେବଳ ନବୀନଙ୍କୁ ସମ୍ମାନ ଜଣାଇ ସେଠାକୁ ଯାହା ଆସୁଛନ୍ତି ।

ମଜ୍ଜାର କଥା ହେଉଛି ଯେ ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ଦଳୀୟ ନେତାମାନେ କାଳେ ଖାତିର କରିବେ ନାହିଁ, ସେଥିପାଇଁ ନୂଆ କୌଶଳ ଖଟାଯାଇଛି । ନେତାମାନଙ୍କ ସହ କଥା ହେବା ପାଇଁ ନବୀନ ବାବୁଙ୍କ ହାତରେ ଫୋନ୍ ଧରାଇ ଦିଆଯାଉଛି । ତାଙ୍କ ଫୋନ୍ ଡାକରାରେ ନେତାମାନେ ନବୀନ ନିବାସ ଆସିବା ପରେ ପାଣ୍ଡିଆନ୍ ହିଁ କଥା ହେଉଛନ୍ତି । ନିର୍ବାଚନ ଫଳାଫଳ ଆସିବାର ମାସେ ଦୁଇ ମାସ ପର୍ଯ୍ୟନ୍ତ ନେତାମାନଙ୍କ ସହ ନବୀନ ବାବୁ ଖୋଲାଖୋଲି ମିଶୁଥିଲେ । ସେତେବେଳେ ପାଣ୍ଡିଆନ୍ ଅନ୍ତର୍ଦ୍ଧାନ୍ ରହିଥିଲେ । ଏବେ ନବୀନ ନିବାସରେ ପାଣ୍ଡିଆନ ଦର୍ଶନ ଫେରି ଆସିଥିବା ବେଳେ ନବୀନ କିନ୍ତୁ ଅନ୍ତର୍ଦ୍ଧାନ । ନେତାମାନେ ତାଙ୍କୁ କ୍ୱଚିତ୍ ଭେଟିବାର ସୁଯୋଗ ପାଉଛନ୍ତି ।

ପାଣ୍ଡିଆନଙ୍କ ପ୍ରଭାବ ଥିଲା ଯାଏଁ ବିଜେଡି ଆଉ ପୂର୍ବସ୍ଥିତିକୁ ଫେରି ଆସିବାର ସମ୍ଭାବନା ନାହିଁ ବୋଲି ଦଳର ବରିଷ୍ଠ ନେତାମାନେ ଖୋଲା ଆଲୋଚନା କରୁଛନ୍ତି । ଯେଉଁ କାରଣ ପାଇଁ ବିଜେଡି ନିର୍ବାଚନ ହାରିଲା ତାହାର କାରଣ ଖୋଜି କୋର୍ସ କରେକ୍ସନ୍ କରିବା ବଦଳରେ ପୁଣି ସେହି ପାଣ୍ଡିଆନଙ୍କ ଭରସାରେ ଦଳକୁ ଛାଡ଼ିବା ବିଜେଡିକୁ ନିଶ୍ଚିନ୍ନ କରିଦେବ ବୋଲି ସେମାନେ ଆଶଙ୍କା କରୁଛନ୍ତି ।

ସୂଚନାଯୋଗ୍ୟ, ତିନି ଦିନ ତଳେ ଭୁବନେଶ୍ୱରରେ ଏକ ଟିଭି ଚାନେଲ୍ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କର ଏକ ବୟାନ ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଛି । ‘୫-ଟି ପାଇଁ ଆମେ ମଲୁ’ ବୋଲି ସେ ସ୍ୱୀକାର କରିଥିଲେ । ଅରୁଣ ଯେ ନୂଆ କଥା କହିଛନ୍ତି ତାହା ନୁହେଁ । ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ ‘୫-ଟି’ ବୋଲି ସମସ୍ତେ ଜାଣିଛନ୍ତି । ଆଉ ବିଜେଡି ସରକାରରେ ‘୫-ଟି’ ବୋଲେ ପାଣ୍ଡିଆନଙ୍କୁ ହିଁ ବୁଝାଉଥିଲା । ମାତ୍ର ଆଗଧାଡ଼ିର ନେତାମାନେ ବିଜେଡି ବିପର୍ଯ୍ୟୟର ଏହି କାରଣକୁ ଖୋଲାଖୋଲି କହିବାକୁ ଡରୁଥିଲେ ।

ଅରୁଣ ଖୋଲାମଞ୍ଚରେ ଏହା ସ୍ୱୀକାର କରିବା ପରେ ଅଧିକାଂଶ ନେତା ତାଙ୍କୁ ଭିତିରିଆ ସମର୍ଥନ କରିଥିବାରୁ ଆଗକୁ ଦଳ ପାଇଁ ଏହା ଭୀଷଣ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏବେ ସୁଧାରିବାର ସମୟ ଅଛି । ନଚେତ୍ ସରକାର ଗଡ଼ିଲା ଭଳି ଦଳ ମଧ୍ୟ ଧ୍ୱଂସ ପାଇଯିବ ବୋଲି ଅରୁଣଙ୍କ ମନ୍ତବ୍ୟରୁ ପରୋକ୍ଷ ବାର୍ତ୍ତା ଆସିଥିବା ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।

ତେବେ କେବଳ ପାଣ୍ଡିଆନ୍ ନୁହଁନ୍ତି, ବିଜେଡି ବିପର୍ଯ୍ୟୟର ଅନ୍ୟତମ ଖଳନାୟକ ପ୍ରଣବ ପ୍ରକାଶ(ବବି) ଦାସ ଦଳୀୟ ବ୍ୟାପାରରୁ ଦୂରରେ ରଖିଥିବା ଦେଖେଇ ହେଉଥିଲେ ମଧ୍ୟ ତାହା କୁଆଡ଼େ ଜମାରୁ ସତ ନୁହେଁ । ନେତା ଓ କର୍ମୀମାନଙ୍କୁ ଭକୁଆ ବନେଇବାକୁ ଏହା ନାଟକ ବୋଲି କୁହାଯାଉଛି । ପାଣ୍ଡିଆନଙ୍କ ସହ ସେ ପୂର୍ବଭଳି ମିଶିକି ଅଛନ୍ତି ଏବଂ ପୁରୁଣା ଷ୍ଟ୍ରାଟେଜିରେ ଉଭୟ କାମ କରୁଛନ୍ତି ।

ସୁତରାଂ ଲୋକଙ୍କ ଦ୍ୱାରା ଲଜ୍ଜାଜନକ ଭାବେ ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଉଭୟଙ୍କର ଅହଂକାରପଣ ନ ଯିବା ଏବଂ ବନ୍ଧନ ଅତୁଟ ରହିବା ପଛର ରହସ୍ୟକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।

Previous Post

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

Next Post

ମହିଳାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟା

Next Post
ମହିଳାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟା

ମହିଳାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA