Wednesday, March 4, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୪୦ ଲକ୍ଷ ବଳକା ଟଙ୍କା ଫେରାଇଦେଲେ ଅଭିଷେକଙ୍କ ପତ୍ନୀ

ବାସୁଦେବପୁରର ମୌସୁମୀ ମହାନ୍ତିଙ୍କ ମହାନତା

by Our Correspondent
17 Jan, 2022- 05:55 PM
in Latest News, News
1 min read
0
୪୦ ଲକ୍ଷ ବଳକା ଟଙ୍କା ଫେରାଇଦେଲେ ଅଭିଷେକଙ୍କ ପତ୍ନୀ

ଭଦ୍ରକ/ଭୁବନେଶ୍ୱର: କରୋନା କୋପରୁ ମୋ ସ୍ୱାମୀଙ୍କୁ ତ ବଞ୍ଚାଇ ପାରିଲନି । ଏହି ଟଙ୍କା ଆଉ କାହାର ଜୀବନ ବଞ୍ଚାଇବାରେ ତ ସାହାଯ୍ୟ କରିପାରିବ!!

ଆଜି ଭଦ୍ରକ ଜିଲ୍ଲାପାଳ ଅଫିସ୍ ଆସିଥିବା ବାସୁଦେବପୁର ମନ୍ଦାରି ଅଞ୍ଚଳର ମୌସୁମୀ ମହାନ୍ତିଙ୍କର ଏହା ଥିଲା କୋହଭରା ଆବେଦନ । କରୋନା ସହ ଦୀର୍ଘ ୪ ମାସର ଲଢ଼େଇ ପରେ ତାଙ୍କ ସ୍ୱାମୀ ଅଭିଷେକ ମହାପାତ୍ର ଗତବର୍ଷ ସେପ୍ଟେମ୍ବର ୩ ତାରିଖରେ ଆରପାରିକୁ ଚାଲିଯାଇଥିଲେ । ଆବଶ୍ୟକ ହୋଇଥିବା ଇକମୋ ଚିକିତ୍ସା ପାଇଁ ସେ ଜନସାଧାରଣଙ୍କଠାରୁ ଆର୍ଥିକ ସହାୟତା ଯୋଗାଡ଼ କରିଥିଲେ ମଧ୍ୟ ସ୍ୱାମୀଙ୍କୁ ବଞ୍ଚାଇ ପାରି ନ ଥିଲେ । ଏବେ ସେହି ବଳକା ଟଙ୍କାକୁ ନିଜ ପାଖରେ ନ ରଖି ମୌସୁମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ଲକ୍ଷ ଟଙ୍କା ଏବଂ ଭଦ୍ରକ ଜିଲ୍ଲା ରେଡକ୍ରସ୍ କୁ ୧୦ ଲକ୍ଷ ଟଙ୍କା ଦେଇଛନ୍ତି । ମୌସୁମୀଙ୍କର ଏହି ମହାନତା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

୨୮ ବର୍ଷୀୟ ଯୁବ ଇଂଜିନିୟର ଅଭିଷେକ ମହାପାତ୍ର ୨୦୨୧ ମେ ୫ ତାରିଖରେ ମୌସୁମୀ ମହାନ୍ତିଙ୍କୁ ବିବାହ କରିଥିଲେ । ବାହାଘରର ମାତ୍ର ୮ ଦିନ ପରେ ଅଭିଷେକ କରୋନାରେ ପୀଡ଼ିତ ହୋଇଥିଲେ ଏବଂ କ୍ରମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଥିଲା । ପ୍ରଥମେ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ୍ ରେ ସେ ଚିକିତ୍ସିତ ହୋଇଥିଲେ । ଦୀର୍ଘ ଦିନ ଧରି ଭେଣ୍ଟିିଲେଟରରେ ରହିବା ସତ୍ତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ଫଳରେ ଇକମୋ ଚିକିତ୍ସା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ।

ତେବେ ବାହାର ରାଜ୍ୟରେ ଇକମୋ ଚିକିତ୍ସା ପାଇଁ ଅନୁ୍ୟନ ଦେଢ଼କୋଟି ଟଙ୍କା ଆବଶ୍ୟକ ଥିଲା ବେଳେ ଅଭିଷେକଙ୍କ ପରିବାର ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନ ଥିଲା । ନିରାଶ ହୋଇ ଶେଷରେ ମୌସୁମୀ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆ ଜରିଆରେ ଅତି ବିକଳ ହୋଇ ଜନସାଧାରଣଙ୍କଠାରୁ ସହାୟତା ମାଗିଥିଲେ । ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅ ବୋଲି ଆକୁଳ ନିବେଦନ କରିଥିଲେ । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଟଙ୍କାଏ ଲେଖାଏଁ ଦେଲେ ତାଙ୍କ ସିନ୍ଦୁର ବଞ୍ଚିଯିବ ବୋଲି ନେହୁରା ହୋଇଥିଲେ ।
ମୌସୁମୀଙ୍କ ଏହି ନିବେଦନ ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଜନସାଧାରଣଙ୍କଠାରୁ ସହାୟତା ରାଶି ଗଦା ହୋଇଗଲା ।

ଇକମୋ ଚିକିତ୍ସା ପାଇଁ ଅଭିଷେକଙ୍କୁ କୋଲକତା ତୁରନ୍ତ ଏୟାରଲିଫ୍ଟ କରାଗଲା । ସେଠାରେ ଇକମୋ ଚିକିତ୍ସା ପାଇଁ ସମ୍ଭବତଃ ଟଙ୍କାର ଅଭାବ ରହିଲାନି । ତେବେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହାୟତା ସିନା ଆସିଲା ହେଲେ ଦୁର୍ଭାଗ୍ୟକୁ ସେଥିରେ ଅଭିଷେକଙ୍କୁ ଯମ କୋଳରୁ ଫେରାଇ ଆଣିବା ସମ୍ଭବ ହେଲାନି । ଦୀର୍ଘ ୪ ମାସର ଜୀବନ ସଂଗ୍ରାମ ପରେ ସେପ୍ଟେମ୍ବର ୩ ତାରିଖରେ ଅଭିଷେକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ନବ ବିବାହିତା ମୌସୁମୀଙ୍କର ସ୍ୱପ୍ନର ସଂସାର ଚୂରମାର ହୋଇଗଲା ।

ସ୍ୱାମୀଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମୌସୁମୀ ଏବେ ପ୍ରକୃତିସ୍ଥ ହୋଇଛନ୍ତି । ଆଜି ତାଙ୍କ ବାପା ଓ ସମ୍ପର୍କୀୟଙ୍କୁ ସାଙ୍ଗରେ ଧରି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଆଉ ଜିଲ୍ଲାପାଳଙ୍କ ହାତକୁ ୪୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ବଢ଼ାଇ ଦେଇଥିଲେ । ମୋ ସ୍ୱାମୀଙ୍କୁ ତ ବଞ୍ଚାଇ ପାରିଲିନି । ଏହି ଟଙ୍କା ଆଉ କାହାର ଜୀବନ ବଞ୍ଚାଇବାରେ ତ ସାହାଯ୍ୟ କରିପାରିବ ବୋଲି କୋହଭରା କଣ୍ଠରେ କହିଥିଲେ ।

Previous Post

୬ ବରିଷ୍ଠ ଆଇଏଏସ୍ ଙ୍କୁ ପଦୋନ୍ନତି

Next Post

ପ୍ରଥମ ଦିନରେ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ

Next Post
ପ୍ରଥମ ଦିନରେ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ

ପ୍ରଥମ ଦିନରେ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA