Saturday, April 18, 2026 01:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

by Our Correspondent
25 Oct, 2016- 05:38 AM
in News, Politics
1 min read
0
ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେବଳ ଅତନୁଙ୍କୁ ହଟାଇବା ପାଇଁ ବିଜେଡ଼ିର ଭାବମୂର୍ତ୍ତିକୁ ତଳିତଳାନ୍ତ କରିଦେଲେ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡ଼ି ନେତା ପ୍ରତାପ ଦେବ, କିଶୋର ତରାଇ, ଧ୍ରୁବ ସାହୁଙ୍କୁ ଛତ୍ରଛାୟା କରି ବୈଜୟନ୍ତଙ୍କ ଗେମ୍ ପ୍ଲାନ୍ ରେ ମନ୍ତ୍ରୀ ଅରୁଣ ସାହୁ ଆଣ୍ଡ କୋଃ ବି ସାମିଲ ହୋଇଗଲେ । ଶତ୍ରୁର ଶତ୍ରୁ ମିତ୍ର ହେବା ନ୍ୟାୟରେ ଅତନୁ ହଟାଓ ମିସନ୍ ସମସ୍ତଙ୍କୁ ଏକାଠି କରିଦେଲା । ଅତନୁଙ୍କୁ କ୍ଷମତାଚ୍ୟୁତ କରିବା ନିଶାରେ ସେମାନେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଇଜ୍ଜତକୁ ବି ମାଟିରେ ମିଶାଇବାକୁ ପଛଘୁଞ୍ଚା ଦେଲେ ନାହିଁ । ଦଳ ଓ ଦଳୀୟ ନେତାଙ୍କ ଭାବମୂର୍ତ୍ତି ବାଜିରେ ଏହି ଭୟଙ୍କର ଖେଳ ବିଜେଡ଼ି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଶିଶୁଭବନରେ ଶିଶୁ ମୃତୁ୍ୟଠାରୁ ଆରମ୍ଭ କରି ନଗଡ଼ା, ଦାନା ମାଝୀ, ଜାପାନୀ ଏନସେଫାଲାଇଟସ୍ ଯନ୍ତାରେ କିଛି ମାସ ହେଲାଣି ଛଟପଟ ହେଉଥିଲେ ଅତନୁ । ଏହାର ସୁଯୋଗରେ ଅତନୁଙ୍କ ତଣ୍ଟି କାଟିବା ପାଇଁ ତାଙ୍କର କେନ୍ଦ୍ରାପଡ଼ା ରାଜନୈତିକ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡା ସକ୍ରିୟ ହୋଇ ପଡ଼ିଥିଲେ । ରାଜନୈତକ ଗୋଟିଚାଳନା ସାଙ୍ଗକୁ ନିଜ ଟିଭି ଚାନେଲ୍ କୁ ଅତନୁ ଦମନ ଅଭିଯାନରେ ଲଗାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଆଗରେ ତାହା କାଟୁ କରୁ ନ ଥିଲା । ଏହାସତ୍ତ୍ୱେ ବି ବୈଜୟନ୍ତ ହାରି ନ ଥିଲେ । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସମସ୍ୟାକୁ ନିଜର ଟିଭି ଚାନେଲରେ ସୁନ୍ଦର ଭାବେ ଚିତ୍ରଣ କରି ମନ୍ତ୍ରୀ ଅତନୁଙ୍କୁ ଅପାରଗ ବୋଲି ପ୍ରଚାର କରି ଚାଲିଲେ । ବୈଜୟନ୍ତଙ୍କ ସୌଭାଗ୍ୟକୁ ଆସିଗଲା ସମ୍ ନିଆଁ । ଆଉ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ବୈଜୟନ୍ତ ଶେଷ ଅସ୍ତ୍ର ବୋଲି ଧରିନେଲେ । ଓଡ଼ିଶା ନୁହେଁ, ଦିଲ୍ଲୀରେ ବସି ଖେଳ ଖେଳିଲେ । ଆଉ ଭୁବନେଶ୍ୱରରେ ବସି ତାଙ୍କୁ ସହାୟତା ଯୋଗାଇଲେ ଅତନୁ ବିରୋଧୀ ଯୁବଗୋଷ୍ଠୀ । କେଉଁଠି ହାତ ମାରିଲେ ନବୀନଙ୍କୁ ଚାପ ପକାଇ ହେବ ସେହି ବାଟ ପାଇଗଲେ ବୈଜୟନ୍ତ ପଣ୍ଡା । ଅତନୁଙ୍କ ମୁଣ୍ଡ ଭିକ୍ଷା କରି ଯାଇ ପହଞ୍ଚିଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଖରେ । ଅର୍ଣ୍ଣବଙ୍କୁ ପ୍ରଭାବିତ କରି ତାଙ୍କ “ଟାଇମସ୍ ନାଓ’ ଚାନେଲ ସହ ଟାଇ ଅପ୍ କରିଦେଲେ । ସମ୍ ନିଆଁକୁ ଧରି ଆରମ୍ଭ ହେଲା ଅତନୁ ହଟାଓ ଶେଷ ଅଭିଯାନ ।

ସ୍ୱାସ୍ଥ୍ୟ ବିଭାଗର ବିଫଳତା ଧରି କେବଳ ମନ୍ତ୍ରୀ ଅତନୁଙ୍କୁ ମାଡ଼ କରିଥିଲେ ଦଳୀୟ ଦୃଷ୍ଟିକୋଣରେ କାହାରି କିଛି କହିବାର ନ ଥିଲା । ମାତ୍ର ଏହି ଖେଳ ଜରିଆରେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଇଜ୍ଜତ ଲୁଟିବାକୁ ବି ପଛଘୁଞ୍ଚା ଦେଇ ନ ଥିଲେ ବୈଜୟନ୍ତ ଆଣ୍ଡ କୋଃ । ସମ୍ ଅଗ୍ନିକାଣ୍ଡ ଘଟଣାକୁ ଅର୍ଣ୍ଣବଙ୍କ ଜରିଆରେ ଜାତୀୟସ୍ତରରେ ଘଣ୍ଟା ଚକାଟା କରିଦେଲେ । ଅର୍ଣ୍ଣବଙ୍କ ଲୋକପ୍ରିୟ ନିଉଜ୍ ଆୱାର ଜରିଆରେ ସରକାର କାଠଗଡ଼ାରେ ଛିଡ଼ା ହେଲେ । ନିଉଜ୍ ଆୱାର୍ ରେ ସରକାରଙ୍କ ପକ୍ଷରୁ ଓକିଲାତି ପାଇଁ ପ୍ରଥମ ଦିନ ଠିଆ ହେଲେ ଦଳର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର । ସରକାରଙ୍କୁ ସୁରକ୍ଷା ଦେବେ କ’ଣ ନିଜକୁ ବି ସେଠି ସୁରକ୍ଷା ଦେଇପାରିଲେନି । ଅର୍ଣ୍ଣବଙ୍କ ପାଖରୁ ବେଜିତ୍ ହୋଇ ଫେରିଲେ ଅସହାୟ ସୂର୍ଯ୍ୟ । ଅର୍ଣ୍ଣବ ମାଷ୍ଟର ଭଳି ସୂର୍ଯ୍ୟଙ୍କୁ ଚିଲ୍ଲାଇଲେ. ହ୍ୱାଟ୍ ୟା.. ୟା..?

ଦ୍ୱିତୀୟ ଦିନ ଅର୍ଣ୍ଣବଙ୍କ ସୋ’ କୁ ଗଲେ ବିଜେଡ଼ିର ଅନ୍ୟତମ ମୁଖପାତ୍ର ଶଶୀଭୂଷଣ ବେହେରା । ଅର୍ଣ୍ଣବଙ୍କ ପ୍ରଶ୍ନର ଜବାବ ଦେବା ତ ଦୂରର କଥା ପ୍ରଶ୍ନ ବୁଝି ବି ପାରିଲେନି । ଟିଭିରେ ବସି ଆଲୋଚନା କିଭଳି କରାଯାଏ ତାହା ଶିଖି ଆସିବାକୁ ଅର୍ଣ୍ଣବ ଛିଗୁଲେଇଲେ । ବିଦ୍ରୁପ ଓ ପରିହାସ କରି ଶଶୀଭୂଷଣଙ୍କୁ ବାଏ ବାଏ କଲେ । ତୃତୀୟ ଦିନ ଅର୍ଣ୍ଣବଙ୍କ ପ୍ରାଇମ୍ ଟାଇମ୍ ନିଉଜରେ ବସିଲେ ବିଜେଡ଼ି ବରିଷ୍ଠ ମୁଖପାତ୍ର ଅମର ଶତପଥୀ । ଅର୍ଣ୍ଣବଙ୍କ ସାମନାରେ ସେହି ଏକା ପ୍ରୋବ୍ଲେମ୍ ସାମନା କଲେ । ପରିସ୍ଥିତି ଏଭଳି ହେଲା ଯେ ଅର୍ଣ୍ଣବଙ୍କୁ ଡରି ଆଲୋଚନା ଅଧାରୁ ଉଠିଗଲେ ଅମର । ବିଜେଡ଼ି ନେତାମାନେ ଶିଷ୍ଟାଚାର ଶିଖନ୍ତୁ ବୋଲି କୋଟି କୋଟି ଲୋକ ଦେଖୁଥିବା ଟିଭି ପରଦାରେ ଅର୍ଣ୍ଣବ ତାଗିଦ୍ କଲେ । ତିନି ଦିନ ଯାକ ଅର୍ଣ୍ଣବ ଏକପାଖିଆ ଭାବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ି ସରକାରକୁ ଯେଭଳି ଆକ୍ରମଣ କଲେ ଏବଂ ଚିହ୍ଲାଇଲେ ତାହା ବି ଦେଖିଲେ ଭାରତର କୋଟି କୋଟି ଜନତା । ହଁ ତାହାର ପ୍ରଭାବ ବି ପଡ଼ିଲା । ଦିଲ୍ଲୀରେ ଥିବା ନବୀନଙ୍କ ଉପରେ ଯଥେଷ୍ଟ ଚାପ ପକାଇଲା । ଦିଲ୍ଲୀରୁ ଫେରିଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫା ମାଗିବା ଛଡ଼ା ମୁଖ୍ୟମନ୍ତ୍ରୀଙ୍କର ଚାରା ନ ଥିଲା ।

ବିରୋଧୀଙ୍କୁ କ୍ଷମତାସୀନ ଓ ପଙ୍ଗୁ କରିବାକୁ ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କର ଚାଲ୍ ରାଜନୀତିରେ ନୂଆ କଥା ନୁହେଁ । ତେବେ ଏହି ଚାଲ୍ ଖେଳିବା ପାଇଁ ନିଜ ଦଳ ଓ ଦଳର ନେତାଙ୍କ ଭାବମୂର୍ତ୍ତିକୁ ଦିଲ୍ଲୀ ଦରବାରରେ ଲଙ୍ଗଳା କରିବାର ଦୁଃସାହାସ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡ଼ି ନେତାମାନଙ୍କ ବ୍ୟକ୍ତିତ୍ୱ ଓ ଇଂରାଜୀ ଭାଷାରେ ଭାବ ପରିପ୍ରକାଶର ଅସାମର୍ଥତା ଜାତୀୟସ୍ତରରେ ନିନ୍ଦିତ ହୋଇ ଧଇଁଆ ପରିଚୟ ସୃଷ୍ଟି କରିଛି । ଏଠି ପ୍ରଶ୍ନ, ସମ୍ ଅଗ୍ନିକାଣ୍ଡ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସାମନା କରିବାକୁ ସୂର୍ଯ୍ୟ ପାତ୍ର, ଶଶୀ ବେହେରାଙ୍କୁ ପଠାଇଲେ କିଏ ? କିଏ ସେଥିପାଇଁ ଅନୁମତି ଦେଲେ ? ଜାତୀୟ ଟିଭି ଆଲୋଚନାରେ ପାରଦର୍ଶିତା ରଖିଥିବା ବୈଜୟନ୍ତ ପଣ୍ଡା, ପିନାକୀ ମିଶ୍ର, କଳିକେଶ ସିଂ ସେତେବେଳେ ଗଲେ କୁଆଡେ ? ଆମେ ଜାଣୁ, ଏଠି ଭୁବନେଶ୍ୱରରେ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଦଳୀୟ ମୁଖପାତ୍ରଙ୍କଠାରୁ ଟିଭି ପାଇଁ ବାଇଟ୍ ଚାହିଁଲେ ତୃତୀୟ ମହଲାର ବିନା ଅନୁମତିରେ ମିଳେ ନାହିଁ । ମାତ୍ର ଏତେବଡ଼ ପ୍ରସଙ୍ଗରେ ଅର୍ଣ୍ଣବଙ୍କ ଭଳି ସାମ୍ବାଦିକଙ୍କୁ ସାମନା କରିବା ପାଇଁ ସେମାନଙ୍କୁ ପଠାଗଲା ନା ସେମାନେ ନିଜ ଆଡୁ ଗଲେ ? ଯଦି ମୁଖ୍ୟମନ୍ତ୍ରୀଙ୍କ ଅନୁମତିରେ ସେମାନେ ଯାଇଥିବେ ତାହା ହେଲେ ନିଜ ବେକରେ ତାହା କୁରାଢ଼ୀ ମାରିଲା ଭଳିଆ କଥା ହୋଇପାରେ । ଯଦି ତାହା ନୁହେଁ, ତାହା ହେଲେ ଏଭଳି ମାମଲା କାହା ଇସାରାରେ ହ୍ୟାଣ୍ଡଲ୍ ହେଉଥିଲାc? ଏହା ପଛର ରହସ୍ୟ କ’ଣ ? ଏହାର ଜବାବ ଆଜି ଲକ୍ଷ ଲକ୍ଷ ବିଜେଡ଼ିପ୍ରେମୀଙ୍କୁ ଆନ୍ଦୋଳିତ କରୁଛି । କେବଳ ଅତନୁଙ୍କୁ ହଟାଇବା ପାଇଁ ଏହା ଯେ ସୁଚିନ୍ତିତ କୌଶଳ ତାହା ବିଜେଡ଼ି ନେତା ଓ କର୍ମୀଙ୍କୁ ଅବୁଝା ନାହିଁ । ହେଲେ ଅତନୁଙ୍କ ମୁଣ୍ଡ ବଦଳରେ ଜାତୀୟସ୍ତରରେ ନବୀନ ପଟ୍ଟନାୟକ ଓ ବିଜେଡ ବେଜିତ୍ ହେବାକୁ ଦଳର ଅନେକ ନେତା ଗ୍ରହଣ କରିପାରୁନାହାନ୍ତି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୈଜୟନ୍ତ ପଣ୍ଡାଙ୍କ ଅତନୁ ହଟାଓ ଅଭିଯାନରେ କିଛି ମାସ ହେଲା ସାମିଲ ହୋଇଥିଲେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ଚେଲାଚାମଣ୍ଡା । ସେପଟେ କେନ୍ଦ୍ରାପଡ଼ା ରାଜନୀତିରୁ ପ୍ରଭାବଶାଳୀ ଅତନୁଙ୍କ ପକ୍ଷ ଚ୍ଛେଦନ ପାଇଁ ସୁଯୋଗକୁ ଅପେକ୍ଷା କରିଥିଲେ ଆଳିର ହାରୁ ବିଧାୟକ ପ୍ରତାପ ଦେବ, ଦିନରେ ବସନ୍ତ ରାତିରେ ବାସନ୍ତୀ ଭାବେ ପରିଚିତ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ । ସମ୍ ଅଗ୍ନିକାଣ୍ଡ ଘଟଣା ସେମାନଙ୍କ ଅଭିଯାନକୁ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଥିଲା । ସମ୍ ନିଆଁ ପରଦିନ ସକାଳୁ ହିଁ ଏହି ଗୋଷ୍ଠୀ ଏକାଠି ହୋଇ ଅତନୁ ଇସ୍ତଫା ଦାବି କ୍ୟାମ୍ପେନ୍କୁ ଆଗେଇ ନେଇଥିଲେ । ପ୍ରତିପକ୍ଷ ରାଜନୈତିକ ଦଳର ଛାମୁଆ ସଂଗଠନଗୁଡ଼ିକୁ କାମରେ ଲଗାଇ ଦେଇଥିଲେ । ଅତନୁଙ୍କୁ ଇସ୍ତଫା ଦାବିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆୟୋଜନ କରିଥିଲେ । ଥାନାରେ ଏତଲା ବି କରାଇଥିଲେ । ଏଥିପାଇଁ ପ୍ରଚୁର ଟଙ୍କା ଉଡାଇ ଯାଇଥିଲା । ଶେଷରେ ଅଭିଯାନରେ ସଫଳ ହୋଇଥିଲେ ଅତନୁ ବିରୋଧୀ ଗୋଷ୍ଠୀ । ଅତନୁଙ୍କ ଚେର କାଟିବା ପରେ ଏବେ କିଶୋର ତରାଇଙ୍କୁ ମନ୍ତ୍ରୀ କରାଇବାକୁ ଏହି ଗୋଷ୍ଠୀ ଲବି ଆରମ୍ଭ କରିଦେଇଛନ୍ତି ।

Previous Post

ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

Next Post

ସିଡ଼ିଏମଓଙ୍କ ଉପରେ ଖଣ୍ଡା, ବଡ଼ବାବୁ କେବେ ?

Next Post

ସିଡ଼ିଏମଓଙ୍କ ଉପରେ ଖଣ୍ଡା, ବଡ଼ବାବୁ କେବେ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA