Monday, May 18, 2026 06:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

by Our Correspondent
15 Jul, 2017- 11:24 AM
in Latest News
1 min read
0
ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ । ବିିଭିନ୍ନସ୍ତରରେ ଏଭଳି ଅଭିଯୋଗ ଉଠିଛି । ସୁତରାଂ ଓଡ଼ିଶା ସରକାର ସଫଳତାର ସହ ଏହାର ଆୟୋଜନ କରିଥିଲେ ମଧ୍ୟ ସ୍କାମ୍ ଗନ୍ଧରୁ ମୁକ୍ତି ପାଇନାହାନ୍ତି । କଳିଙ୍ଗ ଷ୍ଟାଡିୟମ୍ ରେ ୯୦ ଦିନ ମଧ୍ୟରେ ଏହି ମେଗା କ୍ରୀଡ଼ା ମହୋତ୍ସବର ଆୟୋଜନ କରି ବାହାବା ଗୋଟାଇଛନ୍ତି ରାଜ୍ୟ ସରକାର । ମାତ୍ର ଏହି ମହୋତ୍ସବ ସୁଯୋଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଭଳି ନିଜର ପ୍ରଚାର ଓ ପ୍ରସାର କରାଇଲେ ତାହା ହିଁ ସ୍କାମ୍ ର ସୂତ୍ରପାତ କରାଇଛି । ଏସିଆନ୍ ଆଥଲେଟିକ୍ ଆସୋସିଏସନ୍ ନାଁକୁ ଗିଳି ରାଜ୍ୟ ସରକାର ନିଜ ନାଁକୁ ଚମକାଇଛନ୍ତି । ପ୍ରାୟୋଜକ ସଂସ୍ଥାମାନଙ୍କଠାରୁ କୋଟି କୋଟି ଟଙ୍କା ଆଣି ମନଇଚ୍ଛା ଖର୍ଚ୍ଚ କରିଛନ୍ତି । ସେଥିରୁ ଅର୍ଦ୍ଧାଧିକ ଚଳୁ ହୋଇଥିବା ଅଭିଯୋଗ ହୋଇଛି । ଅତ୍ୟନ୍ତ ଚତୁର ଢ଼ଙ୍ଗରେ କରାଯାଇଥିବା ଏହି କାରବାର ପଛରେ ଏକ ବଡ଼ ରାକେଟ୍ ରହିଥିବା କୁହାଯାଉଛି ।

ପ୍ରତି ଦୁଇବର୍ଷରେ ଅନୁଷ୍ଠିତ ହେଉଛି ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ । ଏହାର ୨୨ତମ ଇଭେଣ୍ଟ ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜନ କରାଇବାକୁ ପ୍ରଥମେ ସ୍ଥିର ହୋଇଥିଲା । ମାତ୍ର ଆୟୋଜନର ସାମର୍ଥ ନ ଥିବାରୁ ଝାଡ଼ଖଣ୍ଡ ସରକାର ସେଥିରୁ ଓହରିଯାଇଥିଲେ । ଏହାପରେ ଓଡ଼ିଶା ସରକାରଙ୍କ ସମ୍ମତିକ୍ରମେ କଳିଙ୍ଗ ଷ୍ଟାଡିୟମ୍ କୁ ବଛାଯାଇଥିଲା । ହାତରେ ୯୦ ଦିନ ସମୟ ଥାଇ ସରକାର ଆୟୋଜନ ଆରମ୍ଭ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗ ଷ୍ଟାଡିୟମ୍ କୁ ନବକଳେବର କରାଇଥିଲେ । ଖାଲି ସେତିକି ନୁହେଁ, ରାଜଧାନୀର ମୁଖ୍ୟ ରାସ୍ତା, କାନ୍ଥବାଡ଼କୁ ବି ରଙ୍ଗିଲା କରିଥିଲେ । ନିଜ ବାହାବା ବଖାଣି ରାସ୍ତାଘାଟକୁ ହୋଡିଂରେ ଛାଇ ଦେଇଥିଲେ । ଆୟୋଜନର ଦାୟିତ୍ୱ କ୍ରୀଡ଼ା ବିଭାଗ ହାତରେ ନ୍ୟସ୍ତ ଥିଲେ ମଧ୍ୟ ସରକାରଙ୍କ ପ୍ରାୟ ସବୁ ବିଭାଗକୁ ଏଥିରେ ସାମିଲ କରାଯାଇ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଇଥିଲା । କେବଳ କ୍ରୀଡ଼ା ବିଭାଗ ୩୦ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବିଭାଗୀୟ ସଚିବ କହିଛନ୍ତି । ଅନ୍ୟାନ୍ୟ ବିଭାଗର ଖର୍ଚ୍ଚସବୁକୁ ମିଶାଇଲେ ଏହା ୫୦ କୋଟି ଟପିବ ବୋଲି ଆକଳନ କରାଯାଉଛି ।

ତେବେ ଓଡ଼ିଶାର ଗୌରବ ବଢ଼ାଇଥିବା ଏତେବଡ଼ କ୍ରୀଡ଼ା ମହୋତ୍ସବର ସଫଳ ଆୟୋଜନ ପାଇଁ ସରକାର ବାହାବା ପାଇବାକୁ ଯେ ହକଦାର ତାହା କେହି ଅସ୍ୱୀକାର କରୁନାହାନ୍ତି । ମାତ୍ର ପରଦା ପଛରେ ଏଥିପାଇଁ କୋଟି କୋଟି ଟଙ୍କା ଲୁଟ୍ ହୋଇଯାଇଛି । ସ୍ପନସରସିପ୍ ନାଁରେ କୋଟି କୋଟି ଟଙ୍କା ଆଦାୟ ହୋଇଛି ଯାହାର ଥଳକୂଳ ମିଳୁନି । ତେଣେ ଚମ୍ପିଆନସିପ୍ ଆୟୋଜନ ପାଇଁ ଏସିଆନ୍ ଆଥଲେଟିକ୍ କାଉନସିଲ୍ ରେ ମୋଟା ଅଙ୍କର ବ୍ୟୟବରାଦ ହୋଇଥିବା ଜଣାପଡିଛି । ମାତ୍ର ସେ ଟଙ୍କା ଗଲା କୁଆଡେ? ଓଡ଼ିଶା ସରକାର ଏହାର ହୋଷ୍ଟିଂ ଦାୟିତ୍ୱ ନେଇଥିବାରୁ କେବଳ ଷ୍ଟାଡିୟମ୍ ନବୀକରଣ ବାବଦରେ ଯାହା ଖର୍ଚ୍ଚ କରିବା କଥା । ବାକି ଆଥଲେଟ୍ ଙ୍କ ଯିବା ଆସିବା ରହଣି ଖର୍ଚ୍ଚ ସବୁ ଆଥଲେଟିକ୍ ଆସୋସିଏସନ୍ ର । ଏହାର ସ୍ପନସରସିପ୍ ବାବଦକୁ ଆସିଥିବା ଟଙ୍କା ବି ଆସୋସିଏସନ୍ ହାତକୁ ଯିବା କଥା ବୋଲି ନିୟମ କହୁଛି ।

ତେବେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ମନଇଚ୍ଛା ଅଜସ୍ର ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଚାର ଓ ପ୍ରସାର ନାଁରେ ସରକାରଙ୍କ ବାହାଦୁରି ବଖାଣିଛନ୍ତି । ଟିଭି ଓ ଖବରକାଗଜରେ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ସରକାରଙ୍କ ସଫଳତା ଗାନ କରିଛନ୍ତି । କୌଣସି ବିଜ୍ଞାପନରେ ମୁଖ୍ୟ ଆୟୋଜକ ଏସିଆନ୍ ଆଥଲେଟିକ୍ ଆସୋସିଏସନ୍ ର ନାଁ ଗନ୍ଧ ଦେଖିବାକୁ ମିଳିନି । ଏଣେ ସ୍ପନସିରସିପ୍ ବାବଦ ଟଙ୍କା କେତେ ଆସିଛି ଏବଂ କେତେ ବାକି ଅଛି ତାହା ବି ନିର୍ଦ୍ଦିଷ୍ଟ ଭାବେ କୁହାଯାଉନି । ଆସୋସିଏସନ୍ ଟଙ୍କା କଥା ବି କାହାରି ତୁଣ୍ଡରେ ଆସୁନି ।

ବାସ୍ତବରେ ଏସିଆନ୍ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୨୨ତମ କ୍ରୀଡ଼ା ମହୋତ୍ସବ ପାଇଁ କେତେ ଟଙ୍କା ଆସିଛି ଏବଂ ରାଜ୍ୟ ସରକାର ନିଜ ରାଜକୋଷରୁ କେତେଟଙ୍କା ଖର୍ଚ୍ଚ କରିଛନ୍ତି ସରକାର ତାହାର ହିସାବ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଏଥିସହ ସ୍ପନସରସିପ୍ ଟଙ୍କାର ହିସାବପତ୍ର ରାଜ୍ୟ ସରକାର ସର୍ବସାଧାରଣଙ୍କ ପାଖରେ ରଖିବାକୁ ଦାବି ହୋଇଛି । ସବୁଠାରୁ ରୋଚକ କଥାଟି ହେଉଛି, ବିଜେପି ଏହି କ୍ରୀଡ଼ା ମହୋତ୍ସବକୁ ବର୍ଜନ କରିଥିଲେ ମଧ୍ୟ ସ୍କାମ୍ ବାବଦରେ ମୁହଁ ଖୋଲୁନାହିଁ । ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ବାବଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର୍ ଆକାଉଣ୍ଟରେ ତାଲା ପଡ଼ିଯାଇଛି । ତୁଚ୍ଛା କଥାରେ ସାମ୍ବାଦିକ ସମ୍ମିଳନୀ ଡାକୁଥିବା ସଜ୍ଜନ ଶର୍ମା, ସମୀର ମହାନ୍ତି କିମ୍ବା ଗୋଲକ ମହାପାତ୍ରଙ୍କ ଭଳି ନେତାଙ୍କ ପାଟିରେ ବି ତାଲା ପଡ଼ିଛି । ସୁତରାଂ ଅଭିଯୋଗ ହେଉଥିବା ଏହି ସ୍କାମ୍ ରେ ବିଜେପି ନେତାଙ୍କ ଭାଗ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Previous Post

ରାମ ଆସିଲେ, ମୀରା ଆସିବେନି

Next Post

ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

Next Post
ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA