ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ର ପ୍ରଶାସନିକ ଟ୍ରିବୁନାଲ୍ (କ୍ୟାଟ୍)କୁ ଯିବେ ରାଜ୍ୟର ତିନି ବରିଷ୍ଠ ଆଇଏଏସ୍ । ରାଜ୍ୟ ସରକାର ଏହି ତିନି ଆଇଏଏସ୍ଙ୍କ ନାଁ ଆଜି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । କ୍ୟାଟ୍ର ପ୍ରଶାସନିକ ସଦସ୍ୟତା ପାଇଁ ସୁପାରିଶ ହୋଇଥିବା ଏହି ତିନି ଆଇଏଏସ୍ ହେଲେ ୧୯୮୦ ବ୍ୟାଚର୍ ଶ୍ରୀମତୀ ଅନୀତା ଅଗ୍ନିହୋତ୍ରୀ, ୧୯୮୧ ବ୍ୟାଚର୍ ଅଶୋକ କୁମାର ତ୍ରିପାଠୀ ଏବଂ ୧୯୮୯ ବ୍ୟାଚ୍ର ଶ୍ରୀମତୀ ସି.ଟି.ଏମ୍.ସୁଗୁଣା । କେନ୍ଦ୍ର ସରକାରଙ୍କୁ ଏହି ତିନି ଆଇଏଏସ୍ଙ୍କ ନାଁ ଆଜି ବିଧିବଦ୍ଧ ଭାବେ ରାଜ୍ୟ ସରକାର ସୁପାରିଶ କରିଛନ୍ତି ।







