Monday, March 9, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

by Our Correspondent
23 Oct, 2018- 02:37 PM
in Latest News, News
1 min read
0
ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

ନଭେମ୍ବର ୨ରେ ପୁଣି ହାଜର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଧାନସଭା ଗୃହ କମିଟି ଆଗରେ ଆଜି ହାଜର ହୋଇଥିଲେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର । କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଅନ୍ୟ ୫ ଜଣ ସଦସ୍ୟଙ୍କ ଦୀର୍ଘ ଜେରାର ସେ ସମ୍ମୁଖୀନ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ଜେରା ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା । ତମେ କ’ଣ କର? ଓଡ଼ିଶାକୁ କାହିଁକି ଆସିଥିଲ? କୋଣାର୍କ ମନ୍ଦିର ଉପରେ କିଭଳି ଅରୁଚିକର ମନ୍ତବ୍ୟ ଦେଇପାରିଲ? ବିଧାୟକମାନଙ୍କୁ ବୁଦ୍ଦୁ କହିବାକୁ କିଭଳି ସାହାସ କଲ? ଏମିତି ଦି ଡର୍ଜନ ପ୍ରଶ୍ନ ପଚରାଯାଇଥିଲା ଅଭିଜିତ୍ ଙ୍କୁ । ଅଭିଜିତ୍ ପ୍ରଥମରୁ ହିଁ ନର୍ଭସ ହୋଇ ସବୁ ପ୍ରଶ୍ନର ପ୍ରାଞ୍ଜଳ ଉତ୍ତର ଦେଇଥିଲେ । ତାଙ୍କୁ ନେଇ ଯାହା ଯାହା ଚର୍ଚ୍ଚା ହୋଇଛି ତାହା ବିଲକୁଲ୍ ସତ ବୋଲି ମାନି ନେଇଥିଲେ ଅଭିଜିତ୍ । କହିଥିଲେ, କୋଣାର୍କ ମନ୍ଦିର ହେଉ କି ଓଡ଼ିଶାର ବିଧାୟକମାନଙ୍କ ଉପରେ ଅରୁଚିକର ଟିପ୍ପଣୀ ଦେବା ମୋର ମସ୍ତବଡ଼ ଭୁଲ୍ । ମୁଁ ନିଜେ ବଡ଼ ବୁଦ୍ଦୁ ବୋଲି ଅଭିଜିତ୍ କହିଥିଲେ । ତାଙ୍କର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।
ବୈଜୟନ୍ତଙ୍କ ସହ ବନ୍ଧୁତା: ଜେରା ବେଳେ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ ଖୋଲିଥିଲେ ଅଭିଜିତ୍ । କହିଥିଲେ ବୈଜୟନ୍ତଙ୍କ ସହ ତାଙ୍କର ପୁରୁଣା ପରିଚୟ ଥିଲା । ଓଡ଼ିଶାକୁ ସେ ତିନିଥର ଆସିଛନ୍ତି । ବୈଜୟନ୍ତଙ୍କ ଆମନ୍ତ୍ରଣ କ୍ରମେ ସେ ଓଡ଼ିଶା ଆସି ତାଙ୍କ ହେଲିକପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ଭ୍ରମଣ କରିଥିଲେ । ଅଭିଜିତ୍ ଙ୍କ ଏହି ବୟାନ ପରେ ଗୃହ କମିଟି ପାଖରେ ବୈଜୟନ୍ତ ପଣ୍ଡାଙ୍କୁ ଜେରା ପାଇଁ ବାଟ ଫିଟିଯାଇଛି । ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କୁ ଜେରା ପାଇଁ ସମନ୍ ହୋଇପାରେ ବୋଲି ସୂଚନା ମିଳିଛି ।
ସକାଳ ସାଢ଼େ ଆଠରୁ ହାଜର: ଗୃହ କମିଟି ବୈଠକର ନିର୍ଦ୍ଧାରିତ ସମୟ ଥିଲା ଦିନ ୧୧ଟା । ଅଭିଜିତ୍ ଙ୍କୁ ୧୧ଟା ବେଳେ ରୁମ୍ ନଂ ୫୪ରେ ଗୃହ କମିଟି ଆଗରେ ହାଜର ହେବାକୁ ସମନ୍ ଜାରି ହୋଇଥିଲା । ତେବେ ଅଭିଜିତ୍ ଆଜି ସକାଳୁ ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କର ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପୁଲିସ କର୍ଡନ ଭିତରେ ଅଭିଜିତ୍ ଙ୍କୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ଅଣାଯାଇଥିଲା । ସେତେବେଳେ ସମୟ ହୋଇଥିଲା ସକାଳ ସାଢ଼େ ଆଠ । ଅଭିଜିତ୍ ଙ୍କୁ ରୁମ୍ ଭିତରେ ବସାଇ ବାହାରେ ପୁଲିସ ଛାଉଣି କରାଯାଇଥିଲା । ବିଧାନସଭା ମୁଖ୍ୟ ଗେଟ୍ ଠାରୁ ଉପରମହଲାରେ ଥିବା ୫୪ ନମ୍ବର ପ୍ରକୋଷ୍ଠ କୁ ପୁଲିସ କର୍ଡନ କରି ଜଗି ରହିଥିଲେ । ନିର୍ଦ୍ଧାରିତ ସମୟ ୧୧ଟା ବେଳେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଅନ୍ୟ ୫ ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଆସି ପହଞ୍ଚିଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ଅଭିଜିତ୍ ଙ୍କୁ ଜେରା ।
ପ୍ରାୟ ୨ ଟା ବେଳେ ଜେରା ଶେଷ ହୋଇଥିଲା । ତେବେ ଜେରା ଅସମାପ୍ତ ରହିଛି ବୋଲି ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି । ଆସନ୍ତା ନଭେମ୍ବର ୨ ତାରିଖରେ ଅଭିଜିତ୍ ପୁଣି ଥରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଦିନ ସେ ସତ୍ୟପାଠ ଦାଖଲ କରିବେ । ଏହି ସତ୍ୟପାଠ ଆଧାରରେ କମିଟି ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଅଧ୍ୟକ୍ଷ କହିଛନ୍ତି ।
Previous Post

ଦାମଙ୍କୁ ‘ତାମିଲ’ ରୋଗ ?

Next Post

ପୁଲିସ ହେପାଜତରେ ଅଭିଜିତ୍ ଆୟାର

Next Post
ପୁଲିସ ହେପାଜତରେ ଅଭିଜିତ୍ ଆୟାର

ପୁଲିସ ହେପାଜତରେ ଅଭିଜିତ୍ ଆୟାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA