Tuesday, May 19, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗ୍ରାମାଞ୍ଚଳରେ ଜୀବିକା ପାଇଁ ୧୭ ହଜାର କୋଟି

by Our Correspondent
29 May, 2020- 04:17 PM
in Latest News, News
1 min read
0
ଗ୍ରାମାଞ୍ଚଳରେ ଜୀବିକା ପାଇଁ ୧୭ ହଜାର କୋଟି

ଭୁୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ଼ ରିଲିଫ୍ । ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଜୀବିକା ସୃଷ୍ଟି ପାଇଁ ୧୭ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ଜୁନ୍ ମାସରୁ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଜି ଏହାର ଖସଡ଼ା ପ୍ରସ୍ତୁତ ହୋଇଛି । ପ୍ରବାସୀ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦେବାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଖାଦ୍ୟ ନିରାପତ୍ତା ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ।

୧୭ ହଜାର କୋଟିରେ କୃଷି, କୃଷି ଭିତ୍ତିକ ଶିଳ୍ପ, ମତ୍ସ୍ୟ ଓ ପଶୁପାଳନ, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ । କୃଷି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ସେଥିରେ ୨୪ ଲକ୍ଷ ୫୦ ହଜାର ଚାଷୀ ଉପକୃତ ହେବେ । ୫ ଲକ୍ଷ ପରିବା ଚାଷୀଙ୍କୁ ହାଇବ୍ରିଡ୍ ମଂଜି ଯୋଗାଇ ଦିଆଯିବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିଙ୍କୁ ଛତୁଚାଷ ପାଇଁ ସହାୟତା ଦିଆଯିବ । ମତ୍ସ୍ୟଚାଷ ପାଇଁ ୧୧୧.୪୭ କୋଟି ଟଙ୍କା ଦିଆଯିବ । ଦକ୍ଷତା ବିକାଶ ପାଇଁ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ନରେଗାରେ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇ ପ୍ରବାସୀଙ୍କୁ କାମ ଦିଆଯିବ ।
ଗ୍ରାମାଞ୍ଚଳ ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଉନ୍ନତିକୁ ଆଖିରେ ରଖି ଜୀବିକା ଯୋଗାଇ ଦେବାକୁ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ।

୨୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ରାଜ୍ୟ କ୍ୟାବିନେଟ୍ ରେ ଆଜି ୨୨ଟି ପ୍ରସ୍ତାବକୁ ମଂଜୁର ମିଳିଛି । ପ୍ରମୁଖ ପ୍ରସ୍ତାବ ମଧ୍ୟରେ ରହିଛି
– ଧାମରାରେ ଏକ ଟେକ୍ସଟାଇଲ ପାର୍କ ଓ ଢ଼େଙ୍କାନାଳରେ ଏକ ମେଡ଼ିକାଲ୍ ପାର୍କ ପ୍ରତିଷ୍ଠା ହେବ । ୧୦୦୦ ଏକର ଲେଖାଏଁ ଜାଗାରେ ନିର୍ମିତ ହେବାକୁ ଥିବା ପାର୍କ ପାଇଁ ଖର୍ଚ୍ଚ ହେବ ୬ ରୁ ୭ ହଜାର କୋଟି । ଧାମରାରେ ୨୦ ହଜାର ଏବଂ ଢ଼େଙ୍କାନାଳରେ ୧୫ ହଜାର ଲୋକ କର୍ମନିଯୁକ୍ତି ପାଇବେ ।
– ପର୍ଯ୍ୟଟନ ପ୍ରକଳ୍ପ, ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ଇଡକୋ ଜମି ଯୋଗାଇ ଦେବ ।
– ଶକ୍ତି ବିଭାଗ ଅଧୀନକୁ ଆସିବ ‘ଓରେଡା’ । ଏଥିପାଇଁ ସୋସାଇଟ୍ ଆକ୍ଟରେ ପରିବର୍ତ୍ତନ କରାଯିବ ।
– ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ ।
– ଇ- ମାର୍କେଟ୍ ଜରିଆରେ ଚାଷୀମାନେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ ।
– ଆସ୍କା ଚିନିକଳକୁ ୧୫ କୋଟିର ସହାୟତା ଦିଆଯିବ ।
– କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଯୋଗାଇ ଦିଆଯିବ ।
– ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ୍ କୋର୍ସର ମାନ୍ୟତା ମିଳିବ ।
– ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ଦିଆଯିବ । ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା, ମୋଜା ଏବଂ ସ୍ୱେଟର ଦିଆଯିବ ।
– ୧୯୨ ନୂଆ ଓଏଏସ୍ ପଦବୀ ସୃଷ୍ଟି କରାଯିବ ।
– ବାଲେଶ୍ୱରରେ ଏନଡିଆରଏଫ୍ ଷ୍ଟେସନ୍ ପାଇଁ ସରକାର ଦେବେ ସାଢ଼େ ୩ ଏକର ଜମି ।
– ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ
Previous Post

ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ବର୍ଷେ

Next Post

ସଲାମ୍ ସୋନୁ ସୁଦ୍! କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅଙ୍କୁ ସ୍ୱତନ୍ତ୍ର ବିମାନରେ ଛାଡ଼ିଲେ

Next Post
ସଲାମ୍ ସୋନୁ ସୁଦ୍! କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅଙ୍କୁ  ସ୍ୱତନ୍ତ୍ର ବିମାନରେ ଛାଡ଼ିଲେ

ସଲାମ୍ ସୋନୁ ସୁଦ୍! କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅଙ୍କୁ ସ୍ୱତନ୍ତ୍ର ବିମାନରେ ଛାଡ଼ିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA