Thursday, April 16, 2026 11:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡାହା ମିଛ ଗିଳିଲେ ଅରୁଣ

by Our Correspondent
23 Nov, 2016- 05:26 AM
in Latest News
1 min read
0
ଡାହା ମିଛ ଗିଳିଲେ ଅରୁଣ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ସର୍ବସମ୍ମୁଖରେ ଡାହା ମିଛ କହିଲେ । ତାହା ପୁଣି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଉଦ୍ଦେଶ୍ୟରେ । ଦାମଙ୍କ ଘରଠୁଁ କେଇ ହାତ ଦୂରରେ ଛିଡ଼ା ହୋଇ କଞ୍ଚା ମିଛ ଗିଳିପକାଇଲେ ଅରୁଣ । କୁଆଡେ ଦାମ ରାଉତ ପାରାଦ୍ୱୀପରେ ରହି ପଞ୍ଚାୟତିରଜ ବିଭାଗ ପକ୍ଷରୁ ଆୟୋଜିତ ବିଜୁ ଜନ୍ମଶତବାର୍ଷିକୀ ସ୍ମରଣେ ମାନବଶୃଙ୍ଖଳର ବିରାଟ ଆୟୋଜନ କରିଛନ୍ତି । ତେଣୁ ଫରେଷ୍ଟ ପାର୍କ ସମ୍ମୁଖରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ଉତ୍ସବକୁ ଆସିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଉତ୍ସବକୁ ଆସିବା ପୂର୍ବରୁ ଅରୁଣ ସଭା ମଞ୍ଚରୁ ନିଜ ଆଡୁ ଏଭଳି ସଫେଇ ଦେଉଥିଲା ବେଳେ ସେଠୁଁ ୧୨ ହାତରେ ଦୂରରେ ଥିବା ନିଜ ଘରେ ଲୁଙ୍ଗି ପିନ୍ଧି ଲୋକଙ୍କ ଗହଣରେ ବସିଥିଲେ ଦାମବାବୁ । ଆଜି ଦିନର କାର୍ଯ୍ୟକ୍ରମରେ ତାଙ୍କର ପାରାଦ୍ୱୀପ ଗସ୍ତ ଆଦୌ ନାହିଁ । ତେବେ କେହି ପଚାରି ନ ଥିଲେ ମଧ୍ୟ ମନ୍ତ୍ରୀ ଅରୁଣ ସାହୁ ନିଜ ଆଡୁ କାହିଁକି ଏମିତିକା ଡାହା ମିଛ ସଫେଇ ଦେଲେ ତାହା ବୁଝାପଡୁନାହିଁ । ସେପଟେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ଦାମବାବୁଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ତାଙ୍କ ଅଫିସ୍ ସୂତ୍ରରୁ ଜଣାପଡ଼ିଛି ।

ମାନବଶୃଙ୍ଖଳ ଉଦଘାଟନ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ ଅରୁଣ ସାହୁ । ସେଠାରେ ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଅଶୋକ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀ । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନରେନ୍ଦ୍ର ସ୍ୱାଇଁ,
ବିଧାୟକ ବାଦଲ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଶଶୀଭୂଷଣ ବେହେରା ଓ ମେୟର ଅନନ୍ତ ନାରାୟଣ ଜେନା ବି ଉପସ୍ଥିତ ଥିଲେ । ଅରୁଣଙ୍କର ସମର୍ଥକ କୁହାଯାଉଥିବା କିଛି କର୍ପୋରେଟର ଓ ଚେଲାଚାମୁଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରୁଥିଲେ । ସକାଳୁ ସକାଳୁ ଧଉଳିରୁ ନନ୍ଦନକାନନ ପର୍ଯ୍ୟନ୍ତ ମାନବଶୃଙ୍ଖଳରେ ଛିଡ଼ା କରାଯାଇଥିଲା ହଜାର ହଜାର ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ । ସରକାରୀ କର୍ମଚାରୀଙ୍କୁ ମଧ୍ୟ ଧାଡିରେ ଛିଡ଼ା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ୯ ଟା ବେଳେ ଏହାକୁ ଉଦଘାଟନ କରିବାର ଥିଲେ ହେଁ ଅଧଘଣ୍ଟା ବିଳମ୍ବରେ ଆସିଥିଲେ । ଫରେଷ୍ଟ ପାର୍କ ସମ୍ମୁଖରେ ଆୟୋଜିତ ଉଦଘାଟନୀ ମଞ୍ଚରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚଢ଼ାଇବା ପରେ ମିନିଟିଏ ଭାଷଣ ଦେଇ ମାନବଶୃଙ୍ଖଳରେ ଛିଡା ହୋଇଥିଲେ । ପୂର୍ବରୁ ମନ୍ତ୍ରୀ ଅରୁଣ ସାହୁ ପୁଲିସ ବାବୁମାନଙ୍କୁ ସେଥିପାଇଁ ସାବଧାନ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମାନବଶୃଙ୍ଖଳରେ ଛିଡା ହେବେ । ଗଣମାଧ୍ୟମ ବାଲା ଫଟୋ ଉଠାଇବେ । ସେତିକି କାମ ଯାଏଁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଆଉ ପୁଲିସ ବାବୁମାନେ ବି ତାକୁ ଅକ୍ଷରେ ଅକ୍ଷରେ ପାଳିଥିଲେ । ମୁଖ୍ୟମନ୍ତ୍ରୀ ମାତ୍ର ୧୦ ସେକେଣ୍ଡ ମାନବଶୃଙ୍ଖଳରେ ଛିଡ଼ା ହୋଇଗଲେ ଓ ଫଟୋ ଉଠା ସରିଲା ପରେ ଟିଭିରେ ବାଇଟ୍ ଦେଇ ଚାଲିଗଲେ । ୫ ମିନିଟ୍ ଭିତରେ କାର୍ଯ୍ୟକ୍ରମ ସରିଗଲା । ଏତିକି ପାଇଁ ସକାଳୁ ସ୍କୁଲ୍ କଲେଜ ୟୁନିଫର୍ମ ପିନ୍ଧି ଝାଳନାଳ ହୋଇ ଛିଡା ହୋଇଥିଲେ ନିରୀହ ଛାତ୍ରଛାତ୍ରୀ ।

କୌଣସି ସରକାରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାରେ ରାଜ୍ୟ ସରକାରଙ୍କ କଟକଣା ଅଛି । ମାତ୍ର ସେହି ସରକାର ସେମାନଙ୍କ ପାଠପଢ଼ା ବନ୍ଦ କରି ମାନବଶୃଙ୍ଖଳର ଶସ୍ତା ରାଜନୀତିରେ ସାମିଲ କରାଇବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ନାଁରେ ଏଭଳି ଶସ୍ତା ରାଜନୀତିକୁ ସହଜରେ ସେମାନେ ଗ୍ରହଣ କରିପାରିନାହାନ୍ତି । ସେହିଭଳି ଦାମବାବୁଙ୍କ ଭଳି ବରିଷ୍ଠ ମନ୍ତ୍ରୀ ନିଜ ଘରେ ବସିଥିବା ବେଳେ ମୁଖ୍ୟ ଆୟୋଜକ ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ପାରାଦ୍ୱୀପରେ ଦୃଶ୍ୟମାନ କରାଇ ଡାହା ମିଛ କହିବା ପଛରେ କାରଣ ବୁଝାପଡୁନାହିଁ ।

Previous Post

ବିବେକ ନାହିଁ କି ଲାଜ ସରମ୍ ନାହିଁ

Next Post

ପ୍ରସାଦଙ୍କ ମନ୍ କି ବାତ୍

Next Post
ପ୍ରସାଦଙ୍କ ମନ୍ କି ବାତ୍

ପ୍ରସାଦଙ୍କ ମନ୍ କି ବାତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA