Thursday, May 21, 2026 09:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

by Our Correspondent
16 Jun, 2019- 01:07 AM
in Latest News, News
1 min read
0
ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’
ଭୁୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାପକାଠି ଭାବେ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତଥାପନ କରିଛନ୍ତି । ଖାଲି ସେତିକି ନୁହେଁ, ତିନି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉଠାଇଥିବା ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ପ୍ରସଙ୍ଗ ନିତି ଆୟୋଗ ବୈଠକରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ଦୁର୍ବିପାକରେ ପୀଡ଼ିତ ରାଜ୍ୟମାନଙ୍କୁ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଭାବେ ଘୋଷଣା କରି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ଅନୁଦାନ ଯୋଗାଇ ଦିଆଯାଉ । ଏହା ଜରୁରୀ ହୋଇଥିବାରୁ ଅନ୍ତରୀଣ ପଦକ୍ଷେପ ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଓଡ଼ିଶାର ଏହି ଦାବିକୁ ସମୁଚିତ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, ବାରମ୍ବାର ପ୍ରାକୃତିକ ଦୁର୍ବିପାକ ରାଜ୍ୟର ଦ୍ରୁତ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି । ନିକଟରେ ଫନି ବାତ୍ୟା ଯୋଗୁଁ ରାଜ୍ୟର ପ୍ରଭୃତ କ୍ଷତି ଘଟିଛି । ଏହି କ୍ଷତିର ପରିମାଣ ୯୩୩୬ କୋଟି ଟଙ୍କା । ରାଜ୍ୟ ସରକାର କେନ୍ଦ୍ରଠାରୁ ତୁରନ୍ତ ୫୨୨୮ କୋଟି ଟଙ୍କା ସହାୟତା ଲୋଡ଼ିଛନ୍ତି । କ୍ଷତିଗ୍ରସ୍ତ ୫ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ଦରକାର ପଡୁଛି । କେବଳ ବାତ୍ୟା ନୁହେଁ, ପ୍ରତିବର୍ଷ ବନ୍ୟା, ମରୁଡ଼ି ଓଡ଼ିଶାର ବିକାଶରେ ବାଧକ ସୃଷ୍ଟି କରୁଛି । ସୁତରାଂ ଓଡ଼ିଶାର ନ୍ୟାୟୋଚିତ ଦାବିକୁ କେନ୍ଦ୍ର ସରକାର ମାନି ନେବା ଉଚିତ ।
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଶାର ବିକାଶ ଯାତ୍ରା ବନ୍ଦ ହୋଇନାହିଁ । ଏକ ଦାରିଦ୍ର୍ୟ ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡ଼ିଶା ଗତ ଏକ ଦଶନ୍ଧି ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣରେ ଆଶାତୀତ ସଫଳତା ହାସଲ କରିଛି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ହାର ସର୍ବାଧିକ । ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଚାଉଳ ବଳକା ରାଜ୍ୟ ହୋଇପାରିଛି । ପ୍ରାକୃତିକ ଦୁର୍ବିପାକ ବେଳେ ଅସହାୟ ରହୁଥିବା ରାଜ୍ୟ ଆଜି ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ବିଶ୍ୱମାନ ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ମଡ଼େଲ୍ ରାଜ୍ୟ ହୋଇପାରିଛି ।
ବିଧାନସଭା ଓ ସଂସଦରେ ୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଅଭିଯାନ ଚଳାଇ ରଖିଥିବା ମୁଖ୍ୟମନ୍ତ୍ରୀ ନିତି ଆୟୋଗ ବୈଠକରେ ଏହାକୁ ହାତଛଡ଼ା କରିନାହାନ୍ତି । ସବୁ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଆମେ ସମସ୍ତେ ନିଶ୍ଚିତ ଆଗେଇ ଆସିବା ଦରକାର ବୋଲି କହିଥିଲେ । ସେହିଭଳି କୃଷିକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ଜଳର ସୁବିନିଯୋଗ ଏବଂ ଶୁଷ୍କଭୁମି ଅଞ୍ଚଳରେ ଦ୍ୱିତୀୟ ସବୁଜ ବିପ୍ଲବର ଆବଶ୍ୟକତା ଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମିହୀନ ଚାଷୀ ଏବଂ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ୨୦୧୯ ଏପ୍ରିଲ୍ ୧ ତାରିଖ ସୁଦ୍ଧା ଯେଉଁ ଜଳସେଚନ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ଅଛି ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ୱାଟରସେଡ୍, କମାଣ୍ଡ ଏରିଆ ଡେଭଲପମେଣ୍ଟ ଏବଂ ପାନୀୟ ଜଳ ପାଇଁ କେନ୍ଦ୍ର ସରକାର ଅଧିକ ସମ୍ବଳ ବରାଦ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ସେହିଭଳି ପିଏମଜିଏସୱାଇ-୩ରେ ୧୦୦ରୁ କମ୍ ସଂଖ୍ୟାକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା, କନ୍ଧମାଳ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଳ ସଂମ୍ପ୍ରସାରଣ ପ୍ରକଳ୍ପ ତ୍ୱରାନ୍ୱିତ କରାଯିବା, ଅଣବ୍ୟାଙ୍କ ଗ୍ରାମ ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କ ସୁବିଧା ସମ୍ପ୍ରସାରଣ, ଭାରତନେଟ୍ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ।
ରାଜ୍ୟର ଦୀର୍ଘ ଦିନର ଦାବି କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । କୋଇଲା ରୟାଲିଟି ୧୪% ରୁ ୨୦% ବୃଦ୍ଧି ପାଇଁ ଦାବି ରଖିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ । ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶ ବାତାବରଣ ପ୍ରଭାବିତ ହେଉଛି । ଦେଶରେ ଏକକ ନିର୍ବାଚନ ହେବା ଭଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର

Next Post

୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

Next Post
୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA