Wednesday, April 29, 2026 08:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜୁବାବୁଙ୍କୁ ମନେ ପକାଇଲେ

by Our Correspondent
06 Mar, 2020- 12:17 AM
in Latest News, News
1 min read
0
ବିଜୁବାବୁଙ୍କୁ ମନେ ପକାଇଲେ
ଭୁବନେଶ୍ୱର: ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଏହି କିମ୍ବଦନ୍ତୀ ପୁରୁଷଙ୍କ ସ୍ମୃତିଚାରଣ କରିଛନ୍ତି ବିଶିଷ୍ଟ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପା ବିଜୁବାବୁଙ୍କ ସ୍ମୃତିଚାରଣରେ କହିଥିଲେ, ସଂଗ୍ରାମ ହିଁ ତାଙ୍କ ଜୀବନର ବଡ଼ ପରିଚୟ ଥିଲା । ସେ କ୍ଷମତାରେ ବେଶୀ ଦିନ ନ ଥିଲେ । କିନ୍ତୁ ସବୁବେଳେ ଲୋକଙ୍କ ସାଥୀରେ ଥିଲେ । ଓଡ଼ିଶା ଓ ଓଡ଼ିଆମାନେ ଯେପରି ସବୁବେଳେ ଆଗରେ ରହିବ ସେହି ଲକ୍ଷ୍ୟ ନେଇ କାମ କରୁଥିଲେ ।
ବିଜୁବାବୁଙ୍କ ଜନ୍ମତିଥିରେ ବିଜେଡ଼ି ସରକାରକୁ ୨୦ ବର୍ଷ ପୂରିଛି । ଓଡ଼ିଶାବାସୀଙ୍କ ଆର୍ଶିବାଦରେ ଆମେ ଏହି ସଫଳତା ପାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ କାମ କରିଚାଲିଛୁ । ଲୋକଙ୍କ ସ୍ୱାର୍ଥ, ହକ୍ କୁ ଆଗରେ ରଖିଛୁ । ସାଧାରଣ ଲୋକ ହିଁ ଆମ ପାଇଁ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ବିଜୁବାବୁଙ୍କ ଚିନ୍ତାଧାରା ଓ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁ ବାବୁ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ । ସେ ଚାହୁଁଥିଲେ ବ୍ୟବସ୍ଥାର ଦ୍ରୁତ ପରିବର୍ତ୍ତନ । ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ । ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସୁପ୍ରିମ୍ । ବିଜୁବାବୁଙ୍କ ଏହି ବିଚାରଧାରାରୁ ‘ମୋ ସରକାର’ ର ଜନ୍ମ । ‘ମୋ ସରକାର’ କାର୍ଯ୍ୟକ୍ରମ ହିଁ ଲୋକଙ୍କୁ ମାଲିକ କରିପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନରେ ଆୟୋଜିତ ପଞ୍ଚାୟତିରାଜ ଦିବସ ସମାରୋହରେ “ସମସ୍ତଙ୍କ ପାଇଁ ପକ୍କା ଘର” ପାଇଁ ବିଜୁ ବାବୁଙ୍କ ସ୍ୱପ୍ନକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଖୁସିର କଥା ଏ ଦିଗରେ ଆମେ ଅନେକ ବାଟ ଆସିପାରିଛୁ । ଏ ପର୍ଯ୍ୟନ୍ତ ଆମେ ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେଇପାରିଛୁ । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ ।
ଏହି ଅବସରରେ ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ମୋର ବିଶ୍ୱାସ ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।
ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବରେ ପାଳନ କରାଯିବ । ବିଜୁବାବୁଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ।
ସେପଟେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କଟକ ସହର ସହ ବିଜୁ ବାବୁଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ । ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ । ବ୍ରିଟିଶ ପୁଲିସ ବିରୋଧରେ ଲଢ଼େଇ କରିଥିଲେ । ଏହି କଟକରୁ ସେ ପେଶଶୱାରକୁ ସାଇକେଲରେ ଯାଇଥିଲେ । କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ କୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଭାବରେ ଗଢ଼ିବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଇତିହାସରେ ଏକ ନୂଆ ଚାପଟର୍ ଯୋଡି ହେଲା ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଆର୍ଶିବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କଲା । ଆପଣମାନଙ୍କର ଏହି ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । ଏହି ମହାନ୍ ଲକ୍ଷ୍ୟକୁ ସଫଳ କରିବା ଦିଗରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସହଯୋଗ କାମନା କରୁଛି ।
Previous Post

ବବିଙ୍କୁ ବିଜେଡ଼ି ସଂଗଠନର ସମ୍ପୂର୍ଣ୍ଣ ଦାୟିତ୍ୱ

Next Post

ଢ଼େଙ୍କାନାଳ ଏକ ନମ୍ବର

Next Post
ଢ଼େଙ୍କାନାଳ ଏକ ନମ୍ବର

ଢ଼େଙ୍କାନାଳ ଏକ ନମ୍ବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA