Wednesday, April 29, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

by Our Correspondent
21 Feb, 2019- 01:13 AM
in Latest News, News, Politics
1 min read
0
ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

ଭୁବନେଶ୍ୱର: ବାହାମାସ ଭୂତ କମ୍ପାନୀ ଜରିଆରେ କଳାଟଙ୍କାକୁ ଧଳା କରିବାର ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଥିବା ବୈଜୟନ୍ତ ପଣ୍ଡା ଏବେ ଦଳୀୟ ରାଜନୀତିରୁ ସନ୍ୟାସ ନେବା ଅବସ୍ଥାକୁ ଆସିଛନ୍ତି । ନିର୍ବାଚନ ପାଖେଇ ଆସୁଥିଲା ବେଳେ ନିଜ ପାଇଁ ଗୋଟେ ଦଳ ଯୋଗାଡ଼ କରିପାରୁନାହାନ୍ତି । ଏହି କାରଣରୁ ତାଙ୍କର ଫ୍ରଷ୍ଟେସନ୍ ବଢ଼ିଯାଇଥିବା କୁହାଯାଉଛି । ଦୋଷର ଗଦାରେ ଛିଡ଼ା ହୋଇ ଅନ୍ୟର ଦୋଷ ସାଉଁଟୁଛନ୍ତି । ୧୭ ବର୍ଷ ଧରି ବିଜେଡ଼ି ସରକାରଙ୍କ କୋଳରେ ଖେଳୁଥିବା ବେଳେ ଦୁର୍ନୀତି, ହିଂସାକାଣ୍ଡ ଦେଖିପାରୁ ନ ଥିଲେ । ବିଜେଡ଼ିରୁ ତଡ଼ା ଖାଇଲା ପରେ ସରକାରର ଦୁର୍ନୀତି, ହିଂସାକାଣ୍ଡ ଦେଖୁଛନ୍ତି । ଏତେ ବର୍ଷ ଧରି କାହିଁକି ଦେଖି ପାରୁ ନ ଥିଲି ବୋଲି ନିଜକୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ବିଜେପି ଓ କଂଗ୍ରେସକୁ ପ୍ରଶ୍ନ କଲେଣି ଯେ ତମେ ମାନେ ଏତେବର୍ଷ ଧରି କରୁଥିଲ କ’ଣ? ନବୀନ ସରକାରଙ୍କ ଦୁର୍ନୀତି ଓ ହିଂସାକାଣ୍ଡରେ ଚୁପ ବସିଥିଲ କାହିଁକି?

ବାହାମାସ ପୀଡ଼ିତ ବୈଜୟନ୍ତ ରାଜନୀତିରେ ଧୂଳିଚାଟିବା ଅବସ୍ଥାକୁ ଚାଲି ଆସିଥିବା ଏବେ ସମସ୍ତେ ଦେଖୁଛନ୍ତି । ୧୭ ବର୍ଷ ଧରି ବିଜେଡ଼ି ଶାସନର ସବୁତକ କ୍ରିମ୍ ଖାଇସାରିଥିବା ବୈଜୟନ୍ତ ସେହି ଦଳରୁ ତଡ଼ା ଖାଇଲା ପରେ ବିଜେପି ବାଟ ଚାହିଁଥିଲେ । ଦିଲ୍ଲୀରେ ବସି ଘନ ଘନ କଥା ହୋଇଥିଲେ । ମାତ୍ର ତାଙ୍କ ସୁପର ବାର୍ଗେନ୍ ତାଙ୍କ ପାଇଁ କାଳ ହେଲା । ସେଠୁଁ ମୁହଁ ଫେରାଇଲା ପରେ କଂଗ୍ରେସ ଆଡକୁ ଚାହିଁଥିଲେ । ମାତ୍ର ସେଇ ସୁପର୍ ବାର୍ଗେନ୍ ତାଙ୍କ ବାଟ ଅଟକାଇଥିବା ଜଣାପଡ଼ିଛି । କୁଆଡ଼େ ନିରଞ୍ଜନ ପଟ୍ଟନାୟକ ତାଙ୍କୁ କଥା ଦେଇଥିଲେ ମଧ୍ୟ ସମସ୍ୟା ହୋଇଛି । ଦିଲ୍ଲୀ ଆଡୁ ସିଗନାଲ୍ ମିଳୁନି । ପ୍ରତିପତ୍ତିଶାଳୀ ବୈଜୟନ୍ତଙ୍କୁ ଜାତୀୟ ଦଳ ଯେ ପାସଙ୍ଗରେ ନେଉନାହାନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି ।
ଏଭଳିସ୍ଥିତିରେ ବୈଜୟନ୍ତଙ୍କ ଆଭିମୁଖ୍ୟ କିଛି ସ୍ପଷ୍ଟ ହେଉନାହିଁ । କାହାକୁ କେତେବେଳେ ସମର୍ଥନ କି ବିରୋଧ କରୁଛନ୍ତି ଅନ୍ୟମାନଙ୍କୁ ବୁଝାପଡୁନି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ରାଗ ସୁଝାଇବାର ଅଭିପ୍ରାୟ ସାଙ୍ଗକୁ ବଡ଼ ଟିଭି ଆଉ ଭଲ ଟୁଇଟର ହାଣ୍ଡଲ୍ ଥିବାରୁ ତାଙ୍କୁ କେବଳ ବ୍ୟବହାର କରିବା ଜାତୀୟ ଶକ୍ତିମାନେ ବୋଧେ ବୁଝିଛନ୍ତି । ନିଜ ଦଳକୁ ଆଣି ସମ୍ଭାଳିବା ସ୍ଥିତିରେ କେହି ନାହାନ୍ତି । ବୈଜୟନ୍ତଙ୍କ ଭଳି ବ୍ୟବସାୟୀ କମ୍ ରାଜନେତାଙ୍କ ସହ କ୍ଲବ୍ ରେ ବସି ମଜାଖୁସି କରିବା ଠିକ୍ । ହେଲେ ଘରେ ପୂରାଇଲେ କୀଳା ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କଟାକ୍ଷ କରିଛନ୍ତି ।
ବୈଜୟନ୍ତଙ୍କୁ କଂଗ୍ରେସରେ ଯେ ଜାଗା ମିଳୁନି ନିଜେ ଏଭଳି ଆଭାସ ଦେଇଛନ୍ତି । ଓଡ଼ିଶା ପ୍ରତି ଉଭୟ ବିଜେପି ଓ କଂଗ୍ରେସର ଅତୀତର କାର୍ଯ୍ୟକଳାପକୁ ବୈଜୟନ୍ତ ଅଙ୍ଗୁଳି ଉଠାଇଛନ୍ତି । ବୁଧବାର ଦିନ ଢ଼େଙ୍କାନାଳର ତାଳବରକୋଟ ଓ କେନ୍ଦ୍ରାପଡ଼ାର ଡେରାବିଶରେ ଭାଷଣ ଦେଇ ସେ ବିଜେଡ଼ି ସରକାରକୁୁ କଟୁ ସମାଲୋଚନା କରିବା ସହ ବିଜେପି ଓ କଂଗ୍ରେସର ଭୂମିକାକୁ ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ ଦୁର୍ନୀତି ଉପରେ ସିବିଆଇ ପଶ୍ଚିମବଙ୍ଗରେ ଆକ୍ସନ୍ ନେଉଥିବା ବେଳେ ଓଡ଼ିଶାରେ କେବଳ ନୋଟିସ୍ ରେ ସୀମିତ ରହିଯାଇଛି । ଓଡ଼ିଶାରେ ହିଂସାକାଣ୍ଡ, ଦୁର୍ନୀତି ବଢ଼ିଲା ବେଳେ ବିଜେପି, କଂଗ୍ରେସ ତାହା ବିରୋଧରେ ସ୍ୱର ଉଠାଇଲେନି କହି ବୈଜୟନ୍ତ ସମାଲୋଚନା କରିଛନ୍ତି ।
ବୈଜୟନ୍ତଙ୍କ ଏହି ମନ୍ତବ୍ୟକୁ ଦେଖିଲେ, କଂଗ୍ରେସ ବି ତାଙ୍କର ମୋହ ତୁଟାଇ ଦେଇଥିବା ଜଣାପଡୁଛି । କଂଗ୍ରେସ ଯିବାକୁ ସେ ଅପେକ୍ଷାରେ ଥିଲେ ମଧ୍ୟ ସୁପର ବାର୍ଗେନ୍ ପାଇଁ କିଛି ଗଡ଼ବଡ଼ ହୋଇଥିବା ଅନୁମାନ କରାଯାଉଛି । କୁଆଡେ ଯିବେ ନ ଯିବେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜନସାଧାରଣଙ୍କୁ ଜଣାଇ ବୈଜୟନ୍ତ ପୁଣି ସମୟ ଗଡ଼ାଇଛନ୍ତି ।
ରାଜନୈତିକ ପରିଚୟ ପାଇଁ ଜାଗା ଖଣ୍ଡେ ଖୋଜୁଥିବା ବୈଜୟନ୍ତଙ୍କ ମନ୍ତବ୍ୟ କିନ୍ତୁ ରାଜନୈତିକ ମହଲରେ ହସର ଖୋରାକ ହୋଇଛି । ନବୀନ ସରକାରଙ୍କ ଅମଳରେ ହିଂସାକାଣ୍ଡ ଓ ଦୁର୍ନୀତି ବଢ଼ିବା ପାଇଁ ଯଦି ବିଜେପି ଓ କଂଗ୍ରେସ ଦାୟୀ ତେବେ ବୈଜୟନ୍ତ ସତୀ ହେଲେ କେମିତି? ସେ ନିଜକୁ ଆଗ ଏହି ପ୍ରଶ୍ନ ପଚାରନ୍ତୁ । ନିଜକୁ ଉଚ୍ଚା ଦେଖାଇ ଅନ୍ୟକୁ ସାର୍ଟିଫିକେଟ୍ ଦେବା ଅଭ୍ୟାସ ଛାଡ଼ନ୍ତୁ ବୋଲି ପିସିସିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି । ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଦୁର୍ନୀତି କହିଲେ ତାହାର ବଡ ଭାଗୀଦାର ଏହି ବୈଜୟନ୍ତ ପଣ୍ଡା ବୋଲି ସେ ଭର୍ସନା କରିଛନ୍ତି ।
Previous Post

ଜମେଇଲେନି ଯୋଗୀ

Next Post

ପାକିସ୍ଥାନୀ ଟିଭିରେ ଦେବାଶିଷ; ଦେଶର ସମ୍ମାନକୁ ତଳେ ପକାଇଲେ ବିଜେଡ଼ି ବିଧାୟକ

Next Post
ପାକିସ୍ଥାନୀ ଟିଭିରେ ଦେବାଶିଷ; ଦେଶର ସମ୍ମାନକୁ ତଳେ ପକାଇଲେ ବିଜେଡ଼ି ବିଧାୟକ

ପାକିସ୍ଥାନୀ ଟିଭିରେ ଦେବାଶିଷ; ଦେଶର ସମ୍ମାନକୁ ତଳେ ପକାଇଲେ ବିଜେଡ଼ି ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA