Friday, April 17, 2026 01:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଭୂପିନ୍ଦରଙ୍କ ଘର ଆଗରେ ନୋଟ୍‌ ବର୍ଷିଲା

by Our Correspondent
27 May, 2016- 06:24 PM
in Politics
1 min read
0
ଭୂପିନ୍ଦରଙ୍କ ଘର ଆଗରେ ନୋଟ୍‌  ବର୍ଷିଲା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟସଭା ପାଇଁ ବିଜେଡ଼ିର ନାଁ ଘୋଷଣା ପରେ ଭୂପିନ୍ଦର ସିଂଙ୍କ ଘର ଆଗରେ ନାଲି ନୋଟ୍‌ ଉଡିଛି । ରାସ୍ତା ଉପରେ ହଜାର ଟଙ୍କିଆ ନୋଟ୍‌ ଲୋକଙ୍କ ଉପରେ ଫୁଲ ପରି ବର୍ଷିଛି । ଟଙ୍କା ବର୍ଷା ସାଉଁଟିବାକୁ ସଂଧ୍ୟାରେ ଭୂପିନ୍ଦରଙ୍କ ଘର ଆଗରେ ବାଟୋଇମାନେ ଅଟକି ରହିବାରୁ ମାଉସୀମାଛକ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା । ମାଉସୀମା ଛକରୁ ରଥଦାଣ୍ଡ ରାସ୍ତା ଏବଂ ବିବେକାନନ୍ଦ ମାର୍ଗ ରାସ୍ତାରେ ଟ୍ରାଫିକ୍‌ ପୁଲିସକୁ କିଛି ସମୟ ଧରି ନୟାନ୍ତ ହେବାକୁ ପଡ଼ିଥିଲା । ସେପଟେ ଶୂନ୍ୟରୁ ନାଲି ନୋଟ୍‌ ପାଇଥିବା ବାଟୋଇ ନିଜ ଭାଗ୍ୟକୁ ବାହାବା ଦେଇ ଖୁସିମନରେ ଘରକୁ ଫେରୁଥିଲେ । ନିକଟରେ ଥିବା ଏକ ବ୍ୟାଙ୍କ ଏଟିଏମ୍‌ ସୁରକ୍ଷାକର୍ମୀ ଦୁଇଟି ନାଲି ନୋଟ୍‌ ଧରି ରାସ୍ତାରେ ଦୌଡୁଥିବା ଦୃଶ୍ୟର ମଜ୍ଜା ନେଇଥିଲେ ଦେଖଣାହାରୀ ।

ଅପରାହ୍ନରେ ନବୀନ ନିବାସରୁ ରାଜ୍ୟସଭା ନାଁ ଘୋଷଣା ହେବାର କିଛି ସମୟ ପରେ ଏମିତି ଟଙ୍କା ବର୍ଷା ଦେଖିବାକୁ ମିଳିଥିଲା ମାଉସୀମା ଛକ ନିକଟସ୍ଥ ଭୂପିନ୍ଦର ସିଂଙ୍କ ଘର ଆଗରେ । ଭୂପିନ୍ଦର ଥିଲେ ରାଜ୍ୟସଭାର ଦୁଇବର୍ଷିଆ ଅତିଥି । ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇ ଠିକ୍‌ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ମିଶିଥିଲେ ସେ । ନବୀନ ତାଙ୍କୁ ଶଶୀଭୂଷଣ ବେହେରାଙ୍କ ଜାଗାରେ ରାଜ୍ୟସଭାକୁ ପଠାଇଥିଲେ । ଫଳରେ ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ପାଇଁ ସୀମିତ ରହିଥିଲା । ପୁନର୍ବାର ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଆଶା ବାନ୍ଧି ବସିଥିଲେ ଭୂପିନ୍ଦର ।

ଗାଡ଼ି କିଣିବା ସ୍ୱପ୍ନ ରଖି ଆଗୁଆ ହେଲମେଟ୍‌ କିଣିବା ଭଳି ଭୂପିନ୍ଦର ଆଉ ୬ ବର୍ଷ ରାଜ୍ୟସଭାରେ କାଟିବା ପାଇଁ ନିଜକୁ ନିଜେ ନିଶ୍ଚିତ ହୋଇଯାଇଥିଲେ । ନବୀନଙ୍କୁ ପ୍ରଭାବିତ କରିବା ପାଇଁ ସବୁ ବଳ କୌଶଳ ଖଟାଇଦେଇଥିଲେ । କାଳେ ନବୀନଙ୍କ ମନ ଭୁଲିଯିବ ସେଥିପାଇଁ ଶେଷ ମୁହୁର୍ତ୍ତରେ ଶୁକ୍ରବାର ସକାଳ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମାତ୍ର ଅପରାହ୍ନରେ ତାଙ୍କର ସବୁ ସ୍ୱପ୍ନ ଧଳିସାତ୍‌ ହୋଇଗଲା । ବ୍ୟଥା ଓ ବେଦନାକୁ ଧରି ଘରେ କାନ୍ଦୁଣୁ ମାନ୍ଦୁଣୁ ହେଲାବେଳକୁ ଘର ବାହାରେ ବର୍ଷିଥିଲା ନାଲି ନୋଟ୍‌ । ତାଙ୍କର ମରମ ଆଘାତ ବେଳକୁ କଟା ଘାରେ ଚୂନ ଦେଇ ଟଙ୍କା ବର୍ଷେଇଲେ ଖୋଦ୍‌ ତାଙ୍କର ଜାତିଭାଇ । ଭୂପିନ୍ଦରଙ୍କ ରାଜ୍ୟସଭା ଟିକେଟ କଟିବାର ଖୁସି ମନାଇ ସେଠାରେ ଟଙ୍କା ବର୍ଷେଇ ଦେଇଥିଲେ ସେମାନେ ।

ଖବର ଅନୁଯାୟୀ, ହଜାରେ ଟଙ୍କିଆ ପ୍ରାୟ ୫ ଲକ୍ଷ ନୋଟ୍‌ ଫୋପଡ଼ା ଯାଇଥିଲା ଭୂପିନ୍ଦରଙ୍କ ଘର ଆଗରେ । ଭୂପିନ୍ଦରଙ୍କ ରାଜ୍ୟସଭା ବାଟ ଓଗାଳିବା ପାଇଁ କଳାହାଣ୍ଡି ଜିଲ୍ଲା ବିଜେଡ଼ି ନେତୃବୃନ୍ଦ ଜାନ୍‌ ଖଟାଇଥିଲେ । କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲା ଦିନଠାରୁ ଭୂପିନ୍ଦରଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇଥିଲେ ମଧ୍ୟ ତାହାକୁ ଗ୍ରହଣ କରିପାରିନଥିଲେ ଜିଲ୍ଲା ନେତୃବୃନ୍ଦ । ଭୂପିନ୍ଦରଙ୍କୁ ସେମାନେ ଅଭ୍ୟାସଗତ ବିଶ୍ୱାସଘାତକତା ଓ ବେଇମାନ ଆଖ୍ୟା ଦେଇଥିଲେ । ତାଙ୍କୁ ପୁଣି ଥରେ ରାଜ୍ୟସଭା ନ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ ସେମାନେ । ଏଥିରେ ସଫଳ ହେବା ପରେ ବିରୋଧୀମାନେ ଖୁସି ମନାଇବାକୁ ସିଧା ଚାଲିଯାଇଥିଲେ ଭୂପିନ୍ଦରଙ୍କ ଘର ଆଗକୁ । ଆଉ ବିଡ଼ା ବିଡ଼ା ନୋଟ୍‌କୁ ଚାଉଳ ମୁଠା ପରି ଧରି ଶୂନ୍ୟରେ ଉଡ଼ାଇଥିଲେ । ଯାହା ଭାଗ୍ୟରେ ପଡ଼ିଲା ହଜାର ଟଙ୍କିଆ ନୋଟ୍‌ ଧରି ଘରକୁ ଫେରିଲା । ଏହି ଘଟଣାର ପ୍ରାୟୋଜକ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ବୋଲି କୁହାଯାଉଛି । ତାଙ୍କ ସମର୍ଥକମାନେ ଭୂପିନ୍ଦରଙ୍କ ଘର ଆଗରେ ଟଙ୍କା ଉଡାଇଥିବା ଜଣେ ବରିଷ୍ଠ ବିଜେଡ଼ି ନେତା କହିଛନ୍ତି ।

Previous Post

ପ୍ରସନ୍ନ, ବିଷ୍ଣୁ, ଭାସ୍କରଙ୍କ ମୁଣ୍ଡରେ ସୁନା କଳସ

Next Post

ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

Next Post
ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA