Saturday, April 18, 2026 01:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଚର୍ଚ୍ଚା

by Our Correspondent
13 May, 2017- 06:50 AM
in Latest News
1 min read
0
ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଚର୍ଚ୍ଚା

ଭୁୁବନେଶ୍ୱର:ଯୌନ କେଳେଙ୍କାରୀ ଅଭିଯୁକ୍ତ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିବା କୁହାଯାଉଛି । ଗତକାଲି ସଂଧ୍ୟାରେ ସୋସିଆଲ୍ ମିଡ଼ିଆ ଓ କିଛି ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହୋଇଛି । ତେବେ ଅନନ୍ତ ଏହାକୁ ଅସ୍ୱୀକାର କରିଛନ୍ତି ।

ଘଟଣା ଯାହା ହେଉ ନା କାହିଁକି, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନନ୍ତଙ୍କୁ ମେୟର ପଦରୁ ବିଦା କରିବା ପାଇଁ ନବୀନ ନିଷ୍ପତ୍ତି ନେଇସାରିଛନ୍ତି । ତାଙ୍କ ଯୋଗୁଁ ଦଳ ଭାବମୂର୍ତ୍ତି ବିଷାକ୍ତ ହୋଇଛି ଏବଂ ଦଳ ପାଇଁ ସବୁଠାରୁ ସେ ବଡ଼ କଳଙ୍କ ବୋଲି ଡେରିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି । ଅନନ୍ତଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି କୁ ଝୁଲାଇ ରଖି ଅଧିକ ବିପଦ ଡାକିବାକୁ ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି । ସୂଚନାଯୋଗ୍ୟ, ମେୟରଙ୍କୁ ଏ ପର୍ଯ୍ୟନ୍ତ ସୁରକ୍ଷା ଦେଇଥିବା ୩ ଯୁବମନ୍ତ୍ରୀ ନିକଟରେ ବିଦା ହୋଇଛନ୍ତି । ପାୱାରଫୁଲ୍ ବୈଜୟନ୍ତଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଖଣ୍ଡା ଚୋଟ ପଡ଼ିଛି । ଏବେ ପାଳି ଅନନ୍ତଙ୍କର । ଦିନେ ଦି ଦିନ ମଧ୍ୟରେ ତାଙ୍କ ମୁଣ୍ଡ ଗଡ଼ିବା ଏକରକମ ଥୟ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ଅନନ୍ତଙ୍କ ଜାଗାରେ କାହାକୁ ମେୟର କରାଯିବ ସେ ନେଇ ମଧ୍ୟ ନବୀନ ନିବାସରେ ବିଚାରବିମର୍ଷ ଆରମ୍ଭ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ନିଜର ସମର୍ଥକଙ୍କୁ ମେୟର ପଦରେ ବସାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ବିବାଦୀୟ ନେତା ତଥା ଆଳୁ ବେପାରୀ ଗୟା ସ୍ୱାଇଁଙ୍କ ପତ୍ନୀ ମହାମାୟା ସ୍ୱାଇଁଙ୍କ ପାଇଁ ସେ ଜୋରଦାର ଲବି କରୁଛନ୍ତି । ମାତ୍ର ସବୁସ୍ତରରୁ ତାଙ୍କୁ ବିରୋଧ କରାଯାଉଛି । ସେ ନ ହେଲେ ବିଜେଡ଼ି ସମର୍ଥିତ ସ୍ୱାଧୀନ କର୍ପୋରେଟର ବିରଞ୍ଚି ନାରାୟଣ(ଲିଟୁ) ମହାସୁପକାରଙ୍କୁ ମେୟର ପଦରେ ବସାଇବାକୁ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଲିଟୁଙ୍କ ପାଇଁ ଅନନ୍ତ ବି ଅଶୋକ ପଣ୍ଡାଙ୍କ ସହ ହାତ ମିଳାଇଛନ୍ତି । ତେବେ ପୂର୍ବର ବିଜେପି କର୍ପୋରେଟର ଲିଟୁ ଗତଥର ବିଜେଡ଼ି ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ି ଜିତିଥିଲେ ଏବଂ ପରେ ବିଜେଡ଼ିକୁ ସମର୍ଥନ ଜଣାଇଥିଲେ । ଏଣ୍ଡୁଅ ଭଳି ରଙ୍ଗ ବଦଳାଇଥିବା ଏଭଳି ଜଣେ କର୍ପୋରେଟରଙ୍କୁ ମେୟର ପଦ ଦେବାକୁ ନବୀନ ଅନିଚ୍ଛୁକ ଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ମନୋଭାବ ଜାଣି ଅଶୋକ-ଅନନ୍ତ କ୍ୟାମ୍ପ୍ ଶେଷ ଚଏସ୍ ଭାବେ ପୋଖରୀପୁଟ ଅଞ୍ଚଳର କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟଙ୍କ ନାଁ ପୁସ୍ କରୁଛନ୍ତି ।

ସେପଟେ କର୍ପୋରେଟର ନିଜାମୁଦ୍ଦିନ୍ ଆଉ ଏକ ଗୋଷ୍ଠୀକୁ ଧରି ନିଜ ସପକ୍ଷରେ ଲବି ଚଳାଇଥିବା ବେଳେ ପ୍ରଣବ ପ୍ରକାଶ ସ୍ୱାଇଁ ମଧ୍ୟ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ(ବବି)ଙ୍କୁ ଧରି ଲବି କରୁଛନ୍ତି । ଡେପୁଟି ମେୟର କେ. ଶାନ୍ତି ଓ ଅମରେଶ ଜେନା(ବାଇଁଆ)ଙ୍କ ପାଇଁ ପୃଥକ୍ ଭାବେ ପ୍ରଭାବଶାଳୀ ଗୋଷ୍ଠୀ ଲବି କରୁଛନ୍ତି । ତେବେ ନବୀନ କାହାମୁଣ୍ଡରେ କଳସ ରଖିବେ ତାହାର ଟେର୍ ମିଳୁନି ।

Previous Post

ବୈଜୟନ୍ତ ସାବାଡ୍

Next Post

ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସମୀର ଚୁପ୍

Next Post
ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସମୀର ଚୁପ୍

ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସମୀର ଚୁପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA