Saturday, April 18, 2026 01:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶିଶୁଭବନରେ ପୁଣି ଶିଶୁ ମଡ଼କ, ଦି ଦିନରେ ମୃତ୍ୟୁ ସଂଖ୍ୟା ୧୦ ଟପିଲା

by Our Correspondent
19 May, 2017- 09:46 AM
in Latest News
0
ଶିଶୁଭବନରେ ପୁଣି ଶିଶୁ ମଡ଼କ, ଦି ଦିନରେ ମୃତ୍ୟୁ ସଂଖ୍ୟା ୧୦ ଟପିଲା

ଭୁବନେଶ୍ୱର: ଶିଶୁଭବନରେ ପୁଣି ଗଡୁଛି ଶିଶୁ ମଡ଼କ । ଦି ଦିନରେ ମୃତ୍ୟୁ ସଂଖ୍ୟା ୧୦ ଟପିଲାଣି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଦି ବର୍ଷ ତଳେ ଶିଶୁ ମଡ଼କକୁ ନେଇ ଚର୍ଚ୍ଚାରେ ଥିବା ଶିଶୁଭବନରେ ଅଭାବନୀୟ ଘଟଣାର ପୁନରାବୃତ୍ତି ଘଟିଛି । ଏହି ସମ୍ବେଦନଶୀଳ ଘଟଣାଟିକୁ ଗଣମାଧ୍ୟମ ନଜରରୁ ହଟାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁଭବନ କର୍ତ୍ତୃପକ୍ଷ ପ୍ରାଣମୂର୍ଚ୍ଛା ଲାଗିପଡ଼ିଛନ୍ତି । ଖବର ଯେଭଳି ପ୍ରଘଟ ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଆଜି ସକାଳୁ ଶିଶୁଭବନ ଅଧୀକ୍ଷକ ସରୋଜ ଶତପଥୀ ସେଠାରେ ଉପସ୍ଥିତ ରହିଥିବା ବେଳେ ଅଚଳ ହୋଇ ପଡ଼ି ରହିଥିବା ଏସିଗୁଡ଼ିକୁ ସଚଳ କରିବା ପାଇଁ ଜିଇଡି କର୍ମଚାରୀଙ୍କୁ ଲଗାଯାଇଛି ।

ଶିଶୁଭବନର ଜଣେ ଡାକ୍ତରଙ୍କ କହିବାନୁଯାୟୀ, ହଠାତ୍ ଏତେ ସଂଖ୍ୟକ ଶିଶୁ ମୃତ୍ୟୁ ପଛର କାରଣ ହେଉଛି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି । ଶିଶୁଭବନର ଅଧିକାଂଶ ଏସି ଦୀର୍ଘଦିନ ଧରି ଅଚଳ ରହିଛି । ଏହାକୁ ସଜାଡ଼ିବାପାଇଁ କେହି ଦୃଷ୍ଟି ଦେଇନାହାନ୍ତି । ଅସହ୍ୟ ଗରମରେ ଛଟପଟ ହୋଇ ଶିଶୁମାନେ ମୃତ୍ୟୁବରଣ କରୁଥିବା ସଂପୃକ୍ତ ଡାକ୍ତର ନିଜ ନାଁ ଗୋପନ ରଖିବା ସର୍ତ୍ତରେ ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଗତ ଦୁଇ ବର୍ଷ ଭିତରେ ଶିଶୁଭବନ ଅବସ୍ଥାରେ ସେଭଳି ଆଖିଦୃଶିଆ ଉନ୍ନତି ହୋଇନାହିଁ । ୨୦୧୫ ଅଗଷ୍ଟ ମାସରେ ଶିଶୁଭବନରେ ଶିଶୁମଡ଼କ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ରାଜ୍ୟ ସରକାରଙ୍କୁ ଏହା ଦୋହଲାଇ ଦେଇଥିଲା । କେନ୍ଦ୍ର ସରକାର ମଧ୍ୟ ଏଥିରେ ମୁଣ୍ଡ ଖେଳାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଏହି ଘଟଣାରୁ ବେଶ୍ ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲା । କେନ୍ଦ୍ରରୁ ଏକ ବିଶେଷଜ୍ଞ ଟିମ୍ ଶିଶୁଭବନ ଆସି ଅନୁଧ୍ୟାନ କରିଥିଲେ । ଏପଟେ ରାଜ୍ୟ ସରକାର ମଧ୍ୟ ଶିଶୁଭବନର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଢ଼ାଳିଦେଇଥିଲେ । ଏଭଳି ଘଟଣାର ପୁନରାବୃତ୍ତି ହେବନି ବୋଲି ଆଶ୍ୱାସନା ଦେଇଥିଲେ । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଓଲଟି ଘଟଣାକୁ ଚପାଇବା ପାଇଁ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଅଫିସରଙ୍କଠାରୁ ଆରମ୍ଭ କରି ଶିଶୁଭବନ କର୍ତ୍ତୃପକ୍ଷ ଯାଏଁ ସମସ୍ତେ ଲାଗିପଡ଼ିଛନ୍ତି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କଟକ ସହର ବାସିନ୍ଦା । ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ଶିଶୁଭବନ ପ୍ରତି ତାଙ୍କର ଅଧିକ ଦୃଷ୍ଟି ରହିବ ବୋଲି ଆଶା କରାଯାଉଥିଲା । ମାତ୍ର ଶପଥ ନେବାର ଦିନକ ପରେ ଭୁବନେଶ୍ୱର ସରକାରୀ ବାସଭବନ କଡ଼ରେ ଥିବା କ୍ୟାପିଟାଲ୍ ହସ୍ପିଟାଲ୍ କୁ ହାପ୍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି କୁଆଡ଼େ ଅଚାନକ ପରିଦର୍ଶନରେ ଯାଇଥିଲେ । ବାସ୍ତବରେ ମିଡ଼ିଆ ଭାଇଙ୍କୁ ଆଗୁଆ ଖବର ଦେଇ ହସ୍ପିଟାଲ୍ କୁ ମନ୍ତ୍ରୀ ସେମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ନିଜର ପ୍ରଚାର ପାଇଁ ଏସବୁ କରାଯାଇଥିଲା ବୋଲି ତାହା ପ୍ରମାଣିତ କରିଥିଲା । ନିଜ ପ୍ରଚାରରେ ମାତିଥିବା ମନ୍ତ୍ରୀ ନିଜ ମାଟିର ବହୁଚର୍ଚ୍ଚିତ ଶିଶୁଭବନର ଦୁର୍ଦ୍ଦଶା ଓ ଶିଶୁମଡ଼କୁ ନଜର ଅନ୍ଦାଜ କରିବା କଟକ ସହରରେ ଗୁଞ୍ଜରଣ ସୃଷ୍ଟି କରିଛି । ମନ୍ତ୍ରୀ ଘଟଣାକୁ ଚପାଇ ନିରୀହ, ନିଷ୍ଫାପ ଶିଶୁଙ୍କ ଜୀବନ ସହିତ ଖେଳ ଖେଳିଲେ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଅନେକ ସତର୍କ କରାଇ ଦେଇଛନ୍ତି ।

Previous Post

କୋଉ କୂଳର ହେଲେନି

Next Post

ବିଜେଡ଼ିର କଛା ଖୋଲିଲେ ତଥାଗତ, ବୈଜୟନ୍ତ ଆସିଲେନି

Next Post
ବିଜେଡ଼ିର କଛା ଖୋଲିଲେ ତଥାଗତ, ବୈଜୟନ୍ତ ଆସିଲେନି

ବିଜେଡ଼ିର କଛା ଖୋଲିଲେ ତଥାଗତ, ବୈଜୟନ୍ତ ଆସିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA