Saturday, August 8, 2026 12:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅର୍ଣ୍ଣବ ଗୋସ୍ୱାମୀ – ସାମ୍ଵାଦିକତାର ପରିପନ୍ଥୀ ?

by Our Correspondent
23 Apr, 2020- 07:04 PM
in Guest Column, Latest News
1 min read
1
ଅର୍ଣ୍ଣବ ଗୋସ୍ୱାମୀ – ସାମ୍ଵାଦିକତାର ପରିପନ୍ଥୀ ?
ଗୋପାଳ ସାହୁ
ଖବର ପରିବେଷଣ ବା ସାମ୍ଵାଦିକତା କେବଳ ଏକ ପବିତ୍ର ବୄତ୍ତି ନୁହେଁ ବରଂ ପ୍ରକାରନ୍ତରେ ସତ୍ୟ ଧର୍ମ ଓ ନ୍ୟାୟରେ ସମାଜରେ ସାମୁହିକ କଲ୍ୟାଣ ସାଧନ ନିମନ୍ତେ ଏକ ନିରପେକ୍ଷ ନିଷ୍ଠାପର ସେବା ବୋଲି ସମସ୍ତେ ଜାଣନ୍ତି। ସୄଷ୍ଟିର କାହିଁ କେଉଁ ଆବହମାନ କାଳରୁ ମାନବ ସମାଜର କଲ୍ୟାଣ ନିମନ୍ତେ ଏହି ସାମ୍ଵାଦିକତା ଏକ ପ୍ରମୁଖ ଅଙ୍ଗ ଭାବେ ସମାଜର ଅନେକ କଲ୍ୟାଣ କଲ୍ୟାଣ ସାଧନ କରିଆସୁଛି। ପୌରାଣିକ କଥାବସ୍ତୁ ଅନୁସାରେ ‘ବ୍ରହ୍ମା ପୁତ୍ର ମହର୍ଷି ନାରଦ’ ବିଶ୍ଵର ଆଦ୍ୟ ସାମ୍ଵାଦିକ ବୋଲି ବର୍ଣ୍ଣନା କରାଯାଇଛି। ଯେଉଁ ମହର୍ଷି ନାରଦ ସର୍ବତ୍ର ନ୍ୟାୟ ଧର୍ମର ପ୍ରତିଷ୍ଠା, ପାପୀକୁ ଦଣ୍ଡ, ନିରାଶ୍ରୟ ନିଷ୍ପେସିତକୁ ନ୍ୟାୟ ନିମନ୍ତେ ନିରନ୍ତର ସମସ୍ତଙ୍କ ସହିତ ଯୋଗସୁତ୍ର ରକ୍ଷାକରି ଆବଶ୍ୟକ ସୁଚନା ଆଦାନ ପ୍ରଦାନ ଦ୍ଵାରା ସୄଷ୍ଟିର କଲ୍ୟାଣ ସାଧନ କରୁଥିଲେ। ଆଜିର ସଚେତନ ସମାଜରେ ମଧ୍ୟ କୌଣସି ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଅଥବା ସବୁଆଡୁ ନିରାଶ ହେଲେ, ମନରେ ଅନେକ ଆଶା ଭରସାରଖି ସମ୍ଵାଦ ପତ୍ର ଓ ସାମ୍ଵାଦିକର ସାହାଯ୍ୟ ଲୋଡ଼ିଥାଏ।
ଗଣମାଧ୍ୟମ ପ୍ରତି ସମାଜରେ ଲୋକମାନଙ୍କର ଆଶା, ବିଶ୍ୱାସ ଓ ଭରସା ହିଁ, କେବଳ ଅତୀତ ଏବଂ ବର୍ତ୍ତମାନ ଗଣମାଧ୍ୟମ ଓ ଗଣମାଧ୍ୟମରେ କାର୍ଯ୍ୟରତ କତିପୟ ଉତ୍ସର୍ଗୀକୃତ ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ପୁଣ୍ୟାତ୍ମାଙ୍କ ତ୍ୟାଗର ଫଳ । ଭାରତର ପ୍ରାକ୍ ସ୍ଵାଧୀନତା ଏବଂ ସ୍ଵାଧୀନତା ପରବର୍ତ୍ତୀ କାଳରେ ମଧ୍ୟ ଅନେକ ସମ୍ଭ୍ରାନ୍ତ ଉଚ୍ଚ ଶିକ୍ଷିତ, ଉଚ୍ଚ ଧି ସମ୍ପର୍ଣ୍ଣ ବ୍ୟକ୍ତି ବିଶେଷ ଲୋଭନୀୟ ବୄତ୍ତି ବେଉସାକୁ ଆଡ଼େଇ ଦେଇ ସମାଜର କଲ୍ୟାଣ ନିମନ୍ତେ ସମାଜ ସେବାର ମାଧ୍ୟମ ମହତ ପନ୍ଥା ସାମ୍ଵାଦିକତାକୁ ନିଜର ନିଶା ଓ ପେଶା ଭାବେ ନିରନ୍ତର ନିଜର ନିରପେକ୍ଷ ନିର୍ଭୀକ ଲେଖନୀ ଚାଳନା କରି ଇତିହାସ ପୄଷ୍ଠାରେ ଉଦାହରଣ ହୋଇ ରହିଛନ୍ତି ଏବଂ ଏବେ ମଧ୍ୟ ଅନେକ ଅନୁଭବୀ ନିଷ୍ଠାପର ସାମ୍ଵାଦିକ ନିଜର ନିରନ୍ତର ଲେଖନୀ ଚାଳନା ଓ ତୀକ୍ଷ୍ଣ ସ୍ଵର ଉତ୍ତୋଳନ ଜାରି ରଖିଛନ୍ତି।
ସମୟକ୍ରମେ ମାନବିକତାର ମୁଲ୍ୟବୋଧରେ ପରିବର୍ତ୍ତନ ଏବଂ ଅନ୍ୟ ସବୁ ବୄତ୍ତି ଭଳି ସାମ୍ଵାଦିକତା ବୄତ୍ତିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଅବକ୍ଷୟର ସମୟ ନିର୍ଦ୍ଦିଷ୍ଟ ଭାବେ କହିବା ସମ୍ଭବ ନହେଲେ ମଧ୍ୟ, ପ୍ରାୟ ସତୁରି ଅସି ଦଶକ ଏବଂ ପରବର୍ତ୍ତୀ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ବିଭିନ୍ନ ଗଣମାଧ୍ୟମ ବିଭିନ୍ନ ମହଲରେ ଆଲୋଚନାର ଶରବ୍ୟ ହେଉଛି। ନିଶାରୁ ପେଷା ଏବଂ ପେଷାରୁ ଲାଭ ଜନକ ବେଉସା। ଆଜିକାଲି ପ୍ରାୟ ଛାପା ସମ୍ଵାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ ଏବଂ ନ୍ୟୁଜ୍ ପୋର୍ଟାଲ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ମାଲିକାନାରେ। ବାକି ହାତଗଣତି ଯେଉଁମାନେ ରାଜନୈତିକ ବ୍ୟକ୍ତିଙ୍କ ପୄଷ୍ଠପୋଷକତାଠାରୁ ଦୁରରେ ରହି ନିରନ୍ତର ନିଜର ଲେଖନୀ ଏବଂ ସ୍ଵର ଉତ୍ତୋଳନ ଜାରି ରଖିଛନ୍ତି, ସେମାନଙ୍କ ଅବସ୍ଥା କହିଲେ ନସରେ। ଅନେକ ଚାପର ସମ୍ମୁଖୀନ ହେବା ସହିତ ଅନେକ ଉତ୍ଥାନ ପତ୍ତନ ଦେଇ ଗତିକରୁଛନ୍ତି।
ରାଜନୈତିକ ଚାପ ହେଉ ଅବା ଗଣମାଧ୍ୟମର ପରିଚାଳନା କର୍ତ୍ତୃପକ୍ଷ ଓ ସାମ୍ଵାଦିକଙ୍କ ଲାଭଖୋର୍ ମନବୄତ୍ତି ହେଉ, ଅନେକ ସମୟରେ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ସମ୍ଵାଦ ପତ୍ର ଓ ସାମ୍ଵାଦିକଙ୍କ କାର୍ଯ୍ୟଶୈଳୀ ନେଇ ସମାଜରେ ଭୄକୁଞ୍ଚନ ସୄଷ୍ଟି ହେଉଛି। ସମୟ କ୍ରମେ ଗଣ ମାଧ୍ୟମ ଏବଂ ସାମ୍ଵାଦିକ ଆଜି ଜନମାନସରେ ନିଜର ଗାରିମା ହରାଇବାକୁ ବସିଲାଣି। ଅଳ୍ପ କିଛି ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପରିଚାଳନା କର୍ତ୍ତୃପକ୍ଷଙ୍କ ଯୋଗୁଁ, ଗଣତନ୍ତ୍ରର ଆତ୍ମଘୋଷିତ ଚତୁର୍ଥ ସ୍ତମ୍ଭ ଆଜି ସନ୍ଦେହର ଚଉହଦୀ ଭିତରେ।
ଆଧୁନିକ ସମାଜରେ ବୈଦୁତିକ ଗଣମାଧ୍ୟମ ଚିତ୍ର ସମ୍ଵଳିତ ସମ୍ଵାଦର ତ୍ଵରିତ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ମୁଖ୍ୟ ଭୁମିକା ନିଭେଇବା ସହିତ ଲୋକମାନଙ୍କର ଭାବାବେଗକୁ ଆକର୍ଷିତ କରି ପ୍ରିୟଭାଜନ ହୋଇପାରିଛି। କେତେକ ଗଣମାଧ୍ୟମ ନିଜର ସ୍ଵାର୍ଥ ସାଧନ ପାଇଁ, ଲୋକମାନଙ୍କର ଭାବାବେଗ ସହିତ ବିଶ୍ଵାସଘାତକତା କରୁଛନ୍ତି। ଲୋକମାନଙ୍କ ଭାବାବେଗକୁ ନେଇ ବ୍ୟବସାୟ କରୁଛନ୍ତି।
ନିଜର ବ୍ୟକ୍ତିଗତ ସ୍ଵାର୍ଥ ସାଧନ ପାଇଁ ଗଣମାଧ୍ୟମ କେଉଁ ସ୍ତରକୁ ଯାଇପାରେ ତାହା ଜାତୀୟ ସ୍ତରର ଟିଭି ଚ୍ୟାନେଲ ରିପ୍ଲବିକ୍ ଇଣ୍ଡିଆରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମ୍ଵାଦ ପରିବେଷଣ ଶୈଳୀ ଏବଂ ଅବାସ୍ତବ ତର୍କ ହିଁ ଏହାର ଜ୍ଵଳନ୍ତ ଉଦାହରଣ। କଥାରେ କୁହାଯାଏ ସାମ୍ଵାଦିକ କାଚଘରେ ଥାଇ ତା’ର କର୍ତ୍ତବ୍ୟ ସମ୍ପାଦନ କରେ। ସେ ଅନ୍ୟକୁ ଯେମିତି ସମାଲୋଚନା କରୁଛି, କ’ଣ କହୁଛି, କ’ଣ କରୁଛି ସେହିଭଳି ତାର ବ୍ୟକ୍ତିଗତ ଆଚରଣ ବିଚରଣକକୁ ମଧ୍ୟ ସଚେତନ ସମାଜ ସବୁବେଳେ ତୀକ୍ଷ୍ଣ ନଜରରେ ଦେଖୁଛି। ଜଣେ ସାମ୍ଵାଦିକ ନିଜେ ମଧ୍ୟ ନିରପେକ୍ଷତାର କଷଟି ପଥରରେ ନିଜକୁ ପରଖିବା ଦରକାର। ନିଜକୁ ନିଜେ ଆତ୍ମ ବିଶ୍ଲେଷଣ କରିବା ଦରକାର। ସମାଜ ସବୁ ଦେଖୁଛି, ଅନ୍ୟକୁ ଆଇନର ଲଣ୍ଠନ ଦେଖଉଥିବା ସାମ୍ଵାଦିକ କେବେ ନିଜେ ମଧ୍ୟ ପକ୍ଷପାତିତାର ତମା ଅନ୍ଧକାରରେ ବିଳିବିଳେଇବା ଅନୁଚିତ୍, ଅନ୍ୟଥା ମିଛୁଆ ରାଧୁଆ ଯେଉଁ ଦିନ ସତସତିକା ବାଘ ମୁହଁରେ ପଡ଼ିବ, ସେଦିନ ଆହା ପଦେ କହିବାକୁ କେହି ନଥିବେ।
ବାସ୍ତବିକ୍ ବର୍ତ୍ତମାନ ସବୁଠାରୁ ବିଡ଼ମ୍ଵନାର ବିଷୟ ସମଗ୍ର ଦେଶରେ ଜଣାଶୁଣା ମହଲରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସାମ୍ଵାଦିକତାକୁ ନେଇ ଚର୍ଚ୍ଚା। ଏହା କ’ଣ ସାମ୍ଵାଦିକତାର ସଜ୍ଞା? ଏହା ସମାଜକୁ ସାମାନ୍ୟତମ ନିରପେକ୍ଷତାର ବାର୍ତ୍ତା ଦେଉଛି କି? ସମ୍ଵାଦ ପରିବେଷଣ ମାଧ୍ୟମରେ ସମାଜର କଲ୍ୟାଣ ସାଧନ ପରିବର୍ତ୍ତେ ବିଶ ବିହନ ବୁଣାଯାଉଛି କି? ମହାରାଷ୍ଟ୍ରର ପାଲଘର ଘଟଣାକୁ ନେଇ ଗଣମାଧ୍ୟମରେ କୌଣସି ରାଜନୈତିକ ନେତା ନେତ୍ରୀଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର କରିବା କ’ଣ ସାମ୍ଵାଦିକତା?
ପ୍ରତ୍ୟେକ ଘଟଣା ଦୁର୍ଘଟଣା ବିଷୟରେ ଆଇନ୍ ଅନୁଯାୟୀ ତଦନ୍ତ କରିବା ପାଇଁ ଦେଶରେ ରାଜ୍ୟରେ ପୋଲିସ ବିଭାଗ ଏବଂ ବିଭିନ୍ନ ଗୁଇନ୍ଦା ବିଭାଗ ନିରନ୍ତର କାର୍ଯ୍ୟରତ। ବିନା କୌଣସି ତଦନ୍ତ ଏବଂ ସାକ୍ଷୀ ପ୍ରମାଣ ଆଧାରରେ କାହାକୁ ଦୋଷୀ ଠଉରେଇବାପାଇଁ କେଉଁ ଗଣମାଧ୍ୟମକୁ କେଉଁ ସମ୍ଵିଧାନ କ୍ଷମତା ଦେଇଛି? ଯେଉଁ ଭାରତୀୟ ସଂସ୍କୃତି ପ୍ରତ୍ୟେକ ନାରୀକୁ ସର୍ବଶ୍ରେଷ୍ଠ ଆସନ ଦେଇଛି, ସେଇ ଭାରତରେ ସମ୍ଵାଦ ପରିବେଷଣ ନାଁରେ ଗଣମାଧ୍ୟମରେ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ଆକ୍ଷେପ କରିବା, ତାଙ୍କର ବ୍ୟକ୍ତିଗତ ଚରିତ୍ରର ସଂହାର କରିବା ଏବଂ ସୋନିଆ ଗାନ୍ଧୀଙ୍କୁ ଇଟାଲୀୱାଲି ବୋଲି କହିବା?
କେବଳ ଏଇ ଗୋଟାଏ ଉଦାହରଣ ନୁହେଁ, ଯ କୌଣସି ସମୟରେ ରିପ୍ଲବିକ୍ ଟିଭିରେ ଅର୍ଣ୍ଣବଙ୍କ ବିଭିନ୍ନ ଷ୍ଟୁଡିଓ ବିତର୍କ ଏବଂ ଅଂଶ ଗ୍ରହଣକାରୀ ବିଭିନ୍ନ ବିରୋଧୀ ରାଜନୈତିକ ଦଳର ବ୍ୟକ୍ତିଙ୍କ ପ୍ରତି ତାଙ୍କର କଦର୍ଯ୍ୟ ସମ୍ଵୋଧନ, ଅନ୍ୟକୁ କୌଣସି ମତ ବ୍ୟକ୍ତ କରେଇ ନଦେବାର କଦର୍ଯ୍ୟ ପ୍ରୟାସ ଦେଖିଲେ ଯେ କେହି ବିରକ୍ତିରେ ଘୄଣା କରିବ! ଏଭଳି ସାମ୍ଵାଦିକତା କେଉଁ ଦେଶର କେଉଁ ବିଶ୍ଵବିଦ୍ୟାଳୟରେ ପଢ଼ାଯାଏ? ସମ୍ଵିଧାନର କେଉଁ ଅନୁଚ୍ଛେଦ ବଳରେ ଅର୍ଣ୍ଣବ ବଳିୟାନ? କେଉଁ ଶକ୍ତିଶାଳୀ ରାଜନୈତିକ ଦଳର ଅଦୄଶ୍ୟ ଶକ୍ତି ଚାପରେ ଅର୍ଣ୍ଣବ ବିବଶ?
ସବୁଠାରୁ ଚିନ୍ତାଜନକ କଥା ସମ୍ଵାଦ ପରିବେଷଣର ସବୁ ସୀମା ଅତିକ୍ରମ କଲା ପରେ ଘରକୁ ଫେରିବା ବାଟରେ କେଉଁ ଅଜଣା ଲୋକ ସହିତ ଝଗଡ଼ାକୁ ରାଜନୈତିକ ରଙ୍ଗ ଦେବା ଏବଂ ବିନା କିଛି ଠୋସ୍ ପ୍ରମାଣରେ ସିଧା ସିଧା କଂଗ୍ରେସକୁ ଦାୟୀ କରିବା, ଏହା କେତ ଯୁକ୍ତି ସଙ୍ଗତ? ସାମ୍ଵାଦିକ ବିଚାରପତି ନୁହଁନ୍ତି କିମ୍ଵା ଟିଭି ଷ୍ଟୁଡିଓ ବିଚାରଳୟ ନୁହେଁ ଯେ ସାମ୍ଵାଦିକ ନିରପେକ୍ଷ ସମ୍ଵାଦ ପରିବେଷଣ ବଦଳରେ ଦୋଷୀ ନିର୍ଦୋଷ ବିଚାର କରି କାହାକୁ ଭର୍ତ୍ସନା କରିବେ କିମ୍ଵା କାହାକୁ ଦଣ୍ଡ ବିଧାନ କରିବେ। ଆଇନରେ ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ମଣରେଖା ଅଛି। ଆଜିର ଅର୍ଥ ସର୍ବସ୍ବ ଦୁନିଆରେ, ନିଜର ସ୍ଵାର୍ଥ ସାଧନ ପାଇଁ ରାଜନୈତିକ ପୄଷ୍ଠପୋଷକତା ରହିବା ଯଦିଓ ଆଇନର କୌଣସି ପୄଷ୍ଠାରେ କେଉଁଠାରେ ବାରଣ କରାଯାଇନି କିନ୍ତୁ ଆଇନର ପ୍ରତ୍ୟେକ ପୄଷ୍ଠାରେ ସମାଜର ସମସ୍ତଙ୍କ ପାଇଁ ଲକ୍ଷଣରେଖା ପ୍ରାଞ୍ଜଳ ଭାବେ ବର୍ଣ୍ଣନା ହୋଇଛି। ଇତିହାସ ମୁକସାକ୍ଷୀ, ଯେ କେହି ମଧ୍ୟ ଲକ୍ଷ୍ମଣରେଖା ଅତିକ୍ରମ କଲେ ତା’ର ପରିଣାମ ଭୋଗିବା ଥୟ, ଆଜି ନୁହେଁ ତ କାଲି, କାଲି ନୁହେଁ ତ କେବେ ନିଶ୍ଚୟ।
ପବିତ୍ର ସାମ୍ବାଦିକତା ବୄତ୍ତି ଏକ ନିର୍ଦ୍ଦିଷ୍ଟ ଏବଂ ନିରପେକ୍ଷ ଲକ୍ଷ ଉପରେ ଆଧାରିତ ଅର୍ଥାତ୍ ସାମ୍ବାଦିକମାନେ ସେମାନଙ୍କର ପୂର୍ବ ଧାରଣାକୁ ସମ୍ଵାଦ ପରିବେଷଣର ନିରପେକ୍ଷତା ଉପରେ ପ୍ରଭାବ ପକାଇବାକୁ ଅନୁମତି ନ ଦେଇ ସତ୍ୟ, ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ଏବଂ ସଠିକ୍ ସୂଚନା ପ୍ରଦାନ କରିବାକୁ ସବୁବେଳେ ସମସ୍ତ ପ୍ରୟାସ କରିବା ଆବଶ୍ୟକ।
Previous Post

କୋରାପୁଟ,ମାଲକାନଗିରି,ନବରଙ୍ଗପୁରରେ ପାଣ୍ଡିଆନ୍

Next Post

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟ୍ ଡାଉନ

Next Post
ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟ୍ ଡାଉନ

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟ୍ ଡାଉନ

Comments 1

  1. Dilip Deo says:
    6 years ago

    ନାଁ ତ କେବେ ଶୁଣି ନଥିଲି ହେଲେ ଲେଖା ପଢ଼ି ବେଶ୍ ବୁଝି ପାରିଲି ଯେ ତମେ ଜଣେ କଂଗ୍ରେସ ଦ୍ଵାରା ପୋଷିତ ଅତି ନୀଚ ସ୍ତରର ମଣିଷ। ଯୋଉ ପ୍ରକାର ନିର୍ଲଜ ଭାବରେ ୧୦-ଜନପଥ ସାମ୍ନାରେ ଲାଞ ହଲାଉଥିବା କୁକୁରଟିଏ ଭଳି ଯୁକ୍ତି ସବୁ ବାଢ଼ିଛ, ତମକୁ ସାମ୍ବାଦିକ କହିବାକୁ ମଧ୍ୟ ଲାଜ ଲାଗୁଛି। ଅର୍ଣ୍ଣବ ଗୋସ୍ୱାମୀର ବେବାକ୍ ଶୈଳୀ ମତେ ବି ପସନ୍ଦ ଆସେନି। କିନ୍ତୁ ସେ ଉଠା‌ଉଥିବା ବିଷୟ ଗୁଡ଼ିକ ସମ୍ପୁର୍ଣ୍ଣ ଭାବେ ପ୍ରାସଙ୍ଗିକ ତଥା ସତ୍ୟ ଆଧାରିତ। ସେଥିପାଇଁ ବୋଧେ ସେ ଏତେ ରୋକଠୋକ୍ କହିପାରେ। ତା ସହ ତମେ ସହମତ ହୁଅ କି ନ ହୁଅ, କମ୍ ସେ କମ୍ ବାକ୍ ସ୍ବାଧୀନତା ଦୃଷ୍ଟିରୁ ନିଜ ବିରାଦରିର ଆଉ ଜଣକୁ ଯଦି ଆକ୍ରମଣ ହୁଏ ତେବେ ତା ପଛରେ ଠିଆ ହେବା ତୁମ ପରମ କର୍ତ୍ତବ୍ୟ ଥିଲା। କିନ୍ତୁ ମନେହେଉଛି ତମଠାରୁ ସେତେ ଉଚ୍ଚ ନୈତିକତାର ସ୍ତର ଅପେକ୍ଷା କରିବା ବୃଥା। ତମ ଭଳି ବିକାଉ ସାମ୍ବାଦିକ ମାନଙ୍କ ଯୋଗୁଁ ତ ଏଇ ରାଜନୈତିକ ଦଳ ମାନେ “ବିଭାଜିତ କରି ରାଜ କର” ସୂତ୍ର ଆପଣେଇ ସଫଳ ହେଉଛନ୍ତି। ଏ ସତ୍ୟତା କୁ କେହି ମନା କରିପାରିବେ ନାହିଁ ଯେ ମହାରାଷ୍ଟ୍ରର ପାଲ୍‌ଘର୍‌ର ଘଟଣା ସହ ଓଡ଼ିଶାର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ସହ ଯଥେଷ୍ଟ ସମାନତା ରହିଛି। କଂଗ୍ରେସ ଦ୍ଵାରା ପରିଚାଳିତ ନକ୍ସଲୀ-ଚର୍ଚ୍ଚ ସାଁଠ୍‌ଗାଁଠ୍ ଯେ ଏଇ ଘଟଣା ପଛରେ ଅଛନ୍ତି ଏହା ବର୍ତ୍ତମାନ ସର୍ବବିଦିତ ହୋଇ ଗଲାଣି। ଭିମା-କୋରେଗାଓଁ ଘଟଣାର ପ୍ରତିଶୋଧ ନେବାକୁ ଯେ ସେମାନେ ଏ କାଣ୍ଡ ଭିଆଇଛନ୍ତି ଏଥିରେ କୋୖଣସି ସନ୍ଦେହ ନାହିଁ। ହେଲେ ତମ ଭଳି ଅପରିପକ୍ଵ, ସଙ୍କୁଚିତ ଏବଂ ବିକୃତ ମାନସିକତା ରଖୁଥିବା ଲୋକଙ୍କୁ କିଏ ବା ବୁଝେଇବ?!!

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA