Saturday, March 14, 2026 08:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଅସହାୟ ବିଜେପି, ମୋଦୀ ଭରସା

by Our Correspondent
09 Oct, 2018- 06:23 PM
in Guest Column, Latest News
1 min read
0
ଅସହାୟ ବିଜେପି, ମୋଦୀ ଭରସା
ଅତିଥି ସ୍ତମ୍ଭ: ରତ୍ନାକର ଜେନା
ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ନିର୍ବାଚନ ଲଢ଼ନ୍ତୁ ବୋଲି ତାଙ୍କ ଦଳ ଚାହୁଁଛି । ରାଜ୍ୟ ବିଜେପିର ଏହି ପ୍ରସ୍ତାବ ସଂକ୍ରାନ୍ତରେ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୋଦୀ ପୁରୀରୁ ଲଢ଼ିଲେ ଓଡ଼ିଶାରେ ବିଜେପି ସପକ୍ଷରେ ପ୍ରବଳ ହାୱା ସୃଷ୍ଟି ହେବ ଓ ସେହି ହାୱାରେ ବିଜେପିର ଅଧିକାଂଶ ପ୍ରାର୍ଥୀ ଜିତିଯିବେ ବୋଲି ଏହି ଦଳର ଧାରଣା ରହିବା ସ୍ୱଭାବିକ । ଏହାଛଡ଼ା ଉତ୍ତର ଓ ପଶ୍ଚିମ ଭାରତରେ ବିଜେପି ଏଥର ପୂର୍ବ ଆସନ ରକ୍ଷା କରିବାର ସମ୍ଭାବନା ନ ଥିବାରୁ ତାହାର କ୍ଷତି ପୂର୍ବ ଭାରତରୁ ବିଶେଷକରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ଭରଣା କରିବା ପାଇଁ ବିଜେପି ଚାହିଁ ବସିଛି । ମୋଦୀ ପୂର୍ବ ଭାରତରୁ ଲଢ଼ିଲେ ଯାଇ ସେହି ଲକ୍ଷ୍ୟ ହାସଲ ହୋଇପାରିବ ଭାବି ଓଡ଼ିଶା ବିଜେପି ପୁରୀରୁ ତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥାଇପାରେ ବୋଲି ମନେ କରାଯାଉଛି ।
କିନ୍ତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଧାନସଭା ଓ ଲୋକସଭା ନିର୍ବାଚନ ଏଠାରେ ଏକ ସାଂଗରେ ହେବ । ଏକାଠି ନିର୍ବାଚନ ହେଉଥିବା ରାଜ୍ୟମାନଙ୍କରେ ପ୍ରାୟତଃ ଦେଖାଯାଏ ଯେ ଯେଉଁ ଦଳର ପ୍ରାର୍ଥୀ ବିଧାୟକ ନିର୍ବାଚିତ ହୁଅନ୍ତି, ସେହି ଦଳର ସାଂସଦ ପ୍ରାର୍ଥୀ ହିଁ ନିର୍ବାଚନ ଜିଣନ୍ତି । ଓଡ଼ିଶାର ଅବିକା ସ୍ଥିତିରେ ବିଜେଡ଼ି ପଲା ବହୁ ଭାରି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ବା ବିକଳ୍ପ ନେତା ଭାବେ ଏ ପର୍ଯ୍ୟନ୍ତ କେହି ଜନସାଧାରଣଙ୍କ ଆସ୍ଥା ପାଇନାହାନ୍ତି । ‘ଇଣ୍ଡିଆ ଟୁଡେ’ର ସଦ୍ୟତମ ସର୍ଭେ କହୁଛି, ଓଡ଼ିଶାର ୫୯ ପ୍ରତିଶତ ଲୋକଙ୍କ ସମର୍ଥନ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ଏହି ୫୯ ପ୍ରତିଶତ ଲୋକ ନବୀନଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ତାଙ୍କ ତୁଳନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା କାହିଁ କେତେ କମ । ମାତ୍ର ୨୧ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରୁଛନ୍ତି । ଏଇଠି ଦେଖିବାର କଥା ଯେ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାର ୫୪% ଲୋକ ପସନ୍ଦ କରୁଥିଲା ବେଳେ ତାଙ୍କ ଦଳର ଓଡ଼ିଶା ଭାବି ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପଛରେ ରହୁଛି ୨୧% ଲୋକଙ୍କ ସମର୍ଥନ । ଅର୍ଥାତ, ୩୩% ଲୋକ ଏପରି ଅଛନ୍ତି ଯେଉଁମାନେ କି ମୋଦି(ବିଜେପି)ଙ୍କୁ ସମର୍ଥନ କରୁଛନ୍ତି ଅଥଚ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିପାରୁନାହାନ୍ତି । ‘ଇଣ୍ଡିଆ ଟୁଡ଼େ’ ଏବଂ ‘ପିପୁଲସ୍ ପଲସ୍’ ଭଳି ଦୁଇ ଦୁଇଟି ସଂସ୍ଥାର ସର୍ଭେ ଆକଳନରୁ ଏହା ବି ସ୍ପଷ୍ଟ ଯେ ଓଡ଼ିଶାରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଢ଼ିବାର ସମ୍ଭାବନା ନାହିଁ ।
ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ଲଢିପାରନ୍ତି ବୋଲି ବିଜେପି ଯେଉଁ ପ୍ରଚାର ଆରମ୍ଭ କରିଛି ତାହା ପଛର ଉଦ୍ଦେଶ୍ୟ ବାରି ହୋଇପଡୁଛି । ଓଡ଼ିଶାରେ ଦୁର୍ବଳ ଅବସ୍ଥାରେ ପଡ଼ିଥିବା ନିଜର ସାଂଗଠନିକ ଶକ୍ତିକୁ ବିଜେପି ସବଳ ନ କରି କେବଳ ମୋଦି ହାୱାକୁ ଭରସା କରିବା ଦ୍ୱାରା ଦଳର ଅସହାୟତା ପଦାରେ ପଡ଼ିଲାଣି । ମୋଦି ପୁରୀରୁ ଲଢ଼ିଲେ ବିଜେପି ସପକ୍ଷରେ ଅଧିକ ଭୋଟ ଠୁଳ ହେବ ଓ ସେମାନଙ୍କୁ କ୍ଷମତା ଗାଦିରେ ବସାଇ ଦେବ ବୋଲି ଓଡ଼ିଶାର ବିଜେପି ନେତାମାନେ ମନେ ମନେ ଗୁଡ଼ ଖାଉଛନ୍ତି । ବିଜେପି ନିଜ ଦଳରୁ ଓଡ଼ିଶାରେ ନବୀନଙ୍କ ବିକଳ୍ପ ନେତାକୁ ଖୋଜି ପାଉନି । ନିଜ ନେତାଙ୍କର ଭାବମୂର୍ତ୍ତି ଓ ଜନପ୍ରିୟତାକୁ ନେଇ ଓଡିଶାରେ ଜନ ସମର୍ଥନ ହାସଲ କରିପାରିବାର ଦମ୍ଭ ସମ୍ଭବତଃ ବିଜେପିର ନାହିଁ ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ପୁରୀରୁ କ’ଣ ପାଇଁ ନିର୍ବାଚନ ଲଢ଼ିବେ? ଗତ ନିର୍ବାଚନରେ ସେ ନିଜ ରାଜ୍ୟ ଗୁଜୁରାଟର ଭଦଦୋରା ଓ ଉତ୍ତରପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢ଼ିଥିଲେ । ଦୁଇଟି ଯାକରୁ ଜିତିବା ପରେ ନିଜ ରାଜ୍ୟ ଆସନଟିକୁ ଛାଡ଼ିବାକୁ ବାଧ୍ୟ ହେଲେ । କାରଣ ଉତ୍ତରପ୍ରଦେଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦିଲ୍ଲୀ ଗାଦିରେ ରହିବାକୁ ହେଲେ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶକୁ ସେ କେବେ ବି ଅଣଦେଖା କରିପାରି ନ ଥାଆନ୍ତେ କି କରିପାରିବେ ନାହିଁ । ସୁତରାଂ ଆଗାମୀ ନିର୍ବାଚନରେ ସେ ଏହି ବାରାଣାସୀ ଆସନ କଦାପି ଛାଡ଼ିପାରିବେ ନାହିଁ । ଦ୍ୱିତୀୟ ଆସନ ଲଢ଼ିବା ପାଇଁ ସେ ସେ ନିଜ ରାଜ୍ୟ ଗୁଜୁରାଟକୁ ପୂର୍ବଭଳି ଛାଡ଼ିପାରିବେ ନାହିଁ । ଏଭଳିକ୍ଷେତ୍ରରେ ମୋଦୀ ପୁରୀରୁ ଆସି ନିର୍ବାଚନ ଲଢ଼ିବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ମୋଦୀ କ’ଣ ନିଜର ପ୍ରଧାନମନ୍ତ୍ରୀ ଆସନକୁ ବଳି ଦେଇ ଏଠି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ପୁରୀ ଆସିବେ?
ବାକି ରହିଲା ଏକାକୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏଠି ନିର୍ବାଚନ ଲଢ଼ିବା । ବର୍ତ୍ତମାନର ବାସ୍ତବ ସ୍ଥିତି ଯାହା ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ଆଖିଦୃଶିଆ ସଫଳତା ପାଇବା ମୋଟରୁ ଜଣାପଡୁନି । ବିଜେପିର ସାଂଗଠନିକ ସ୍ଥିତି ତ ଯାହା ଦୁର୍ବଳ, ସାଙ୍ଗକୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଦଳର ସବୁ ନେତା ମାନିବାକୁ ପ୍ରସ୍ତୁତ ନାହାନ୍ତି । ଧର୍ମେନ୍ଦ୍ରଙ୍କ ବିରୋଧରେ ସେମାନଙ୍କର ଭୀଷଣ ଅସନ୍ତୋଷ ରହିଛି । ଦଳର ଅନେକ ବରିଷ୍ଠ ନେତା ଧର୍ମେନ୍ଦ୍ରଙ୍କ ଉପରେ ଆଦୌ ଖୁସି ନାହାନ୍ତି । ବରିଷ୍ଠମାନଙ୍କୁ ଅଣଦେଖା କରି ନିଜର ନିର୍ଦ୍ଦିଷ୍ଟ ଅନୁଗତଙ୍କୁ ନେଇ ଧର୍ମେନ୍ଦ୍ର ଦଳ ପରିଚାଳନା କରୁଥିବା ସେମାନେ ଅନୁଭବ କରୁଛନ୍ତି । କ୍ଷମତାର ଅହଂକାରରେ ଧର୍ମେନ୍ଦ୍ର ଅନ୍ଧ ହୋଇଯାଇଥିବା ଅନେକଙ୍କର ହୃଦବୋଧ ହେଉଛି । ଯେଉଁଥିପାଇଁ ନବୀନଙ୍କ ବିକଳ୍ପ ଭାବେ ନିଜକୁ ଛିଡ଼ା କରାଇବାର ସବୁ ସାମର୍ଥ, ସୁଯୋଗ ପାଇଥିଲେ ବି ତାଙ୍କଠାରୁ ହାତଛଡ଼ା ହୋଇଛି ବୋଲି ଅନେକ ବିଚାର କରୁଛନ୍ତି । ଏତିକି କୁହାଯାଇପାରେ କି ବିଜେପି ଓଡ଼ିଶାରେ ଜିତିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହାସଲ କରାଯିବା ସମ୍ଭବପର ନୁହେଁ । ସେଥିପାଇଁ ଦୃଢ଼ ନେତୃତ୍ୱ ବିଜେପିକୁ ଖୋଜିବାକୁ ପଡ଼ିବ । କେବଳ ମୋଦିଙ୍କର ନାଁରେ ଭୋଟ ଗୋଟେଇ ପାରିବ ନାହିଁ ।
Previous Post

ଆସୁଛି ବାତ୍ୟା, କାଲିଠାରୁ ପ୍ରବଳ ବର୍ଷା

Next Post

ଭୟଙ୍କର ରୂପ ନେଉଛି ତିତଲି

Next Post
ଭୟଙ୍କର ରୂପ ନେଉଛି ତିତଲି

ଭୟଙ୍କର ରୂପ ନେଉଛି ତିତଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA