Wednesday, March 11, 2026 07:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଋଷିଙ୍କ ଫୁଟାଣି ଭାଙ୍ଗିଲା

by Our Correspondent
04 Jun, 2016- 11:08 AM
in Politics
1 min read
0
ଋଷିଙ୍କ ଫୁଟାଣି ଭାଙ୍ଗିଲା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଟକ ବାରବାଟୀ ବିଧାୟକ ଦେବାଶିଷ ଓରଫ୍‌ ଋଷି ସାମନ୍ତରାୟଙ୍କ ଫୁଟାଣି ଭାଙ୍ଗିଯାଇଛି । ଦଳୀୟ ଅର୍ନ୍ତଦ୍ୱନ୍ଦ ତଥା ଭାଇବୋହୁ ଶିଖା ସାମନ୍ତରାୟଙ୍କ ପ୍ରଚାର ୠଷିଙ୍କୁ ମହଙ୍ଗା ପଡ଼ିବା ସହ ବିଜେଡ଼ିକୁ ଚିତ୍‌ପଟ୍ଟାଙ୍ଗ କରିଛି । ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ସବୁ କଳ, ବଳ ଓ କୌଶଳ ଖଟାଯାଇଥିଲେ ମଧ୍ୟ ଶାସକ ବିଜେଡ଼ିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଖାଲି କଟକ ନୁହେଁ, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୁଗୁଡ଼ା ଏନଏସି ଉପନିର୍ବାଚନରେ ମଧ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ଲୋକ ଛି ଛାକର କରି ଘଉଡ଼େଇ ଦେଇଛନ୍ତି । ପୂର୍ବରୁ ଏହି ଦୁଇଟି ଆସନ ଶାସକ ଦଳର ଅକ୍ତିଆରରେ ଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୁଇ ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ଶାସକ ଦଳକୁ ଲଜ୍ଜିତ କରିବା ସହ ଭବିଷ୍ୟତ ଟଳମଳ କରିଛି ।

କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡଟି ଥିଲା ପୂର୍ବତନ ମେୟର ଅନୀତା ବେହେରାଙ୍କର । ମେୟର ପଦବୀରେ ଥାଇ ତାଙ୍କ ନାଁରେ ରାସନ୍‌ କାର୍ଡ ଇସ୍ୟୁ ବିବାଦରେ ପଡ଼ି ସେ ଉଭୟ ମେୟର ଓ କର୍ପୋରେଟର ପଦରୁ ଇସ୍ତଫା ଦେଇଥିଲେ । ଅନୀତାଙ୍କ ବିଦାୟ ପଛରେ ସ୍ଥାନୀୟ ବିଧାୟକ ଋଷିଙ୍କ ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହୋଇଥିଲା । ସେ ଯାହା ହେଉ, ଏହି ୱାର୍ଡ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ କରିଥିଲା ତୁଳସୀ ବେହେରାଙ୍କୁ । ଆସନଟିକୁ ଜିତିବା ଋଷିଙ୍କ ପାଇଁ ନିହାତି ଇଜ୍ଜତର ପ୍ରଶ୍ନ ଥିଲା । ସେଥିପାଇଁ ସେ ନିଜର ଜାନ୍‌ ଖଟାଇଥିଲେ । ତେବେ ତାଙ୍କର ପ୍ରତିପତ୍ତି, ଗର୍ବ ଓ ଅଂହକାରକୁ ପାନେ ଦେବା ପାଇଁ ଭିତିରିଆ ଷଡ଼ଯନ୍ତ୍ର ରଚିଥିଲେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରଭାତ ବିଶ୍ୱାଳ । ୱାର୍ଡରେ ସେମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ମଧ୍ୟ ଭିତରେ ଭିତରେ ଋଷିଙ୍କ ଗୋଛି କାଟିବା ଉଦ୍ୟମରେ ଥିବା କୁହାଯାଉଛି ।

ସେପଟେ ଧଳସାମନ୍ତ ବ୍ରଦର୍ସ ଲିଙ୍କଡ୍‌ ଋଷି ତାଙ୍କର ଚେଲା ଚାମଣ୍ଡା ଧରି ଆସନଟିକୁ ଯେନତେଣ ଉପାୟରେ ହାତେଇ ରଖିବାକୁ ଲାଗିପଡ଼ିଥିଲେ । ତେବେ ଦଳୀୟ ନେତାଙ୍କ ରୋଷରେ ପଡ଼ିଥିବା ଋଷିଙ୍କୁ ଆଉ ଏକ କାଳ ହୋଇଗଲେ ତାଙ୍କ ଭାଇବୋହୁ ଶିଖା । ଋଷିଙ୍କ ଅପକର୍ମକୁ ସେ ଦ୍ୱାର ଦ୍ୱାର ବୁଲି ପ୍ରଚାର ଚଳାଇଲେ । ନିଜ ଭାଇବୋହୁଙ୍କ ପ୍ରଚାର ଋଷିଙ୍କ ହୋସ୍‌ ଉଡାଇଦେଲା । ପ୍ରଚୁର ଟଙ୍କାବଳ ଭୋଟରଙ୍କୁ ପ୍ରଭାବିତ କରିପାରିଲାନି । ଦଳୀୟ ପ୍ରାର୍ଥୀ ତୁଳସୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସଙ୍କଠାରୁ ୨୧୭ ଖଣ୍ଡ ଭୋଟରରେ ପରାଜିତ ହେଲେ । ଏବେ ଋଷିଙ୍କ ବଦନାମର ଭାର ବୋହିବାକୁ ପଡ଼ିଛି ବିଜୁ ଜନତା ଦଳକୁ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡ଼ା ଏନଏସିରେ ବି ବିଜେଡ଼ିର ସମାନ ଅବସ୍ଥା । ୯ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ କୃତିବାସ ସ୍ୱାଇଁ କଂଗ୍ରେସ ପ୍ରାର୍ଥୀ ନାଗଭୂଷଣ ଆଚାରୀଙ୍କଠାରୁ ୧୦୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ପଛରେ ଦଳୀୟ ଅର୍ନ୍ତଦ୍ୱନ୍ଦକୁ ସେଠାରେ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ଦୁଇଟି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ଖୋଦ୍‌ ସୁପ୍ରିମୋଙ୍କୁ ବିବ୍ରତ କରିଛି । ଚତୁର୍ଥ ଟର୍ମର ଦୁଇବର୍ଷ ଶାସନର ସଫଳତା ପ୍ରଚାର କରୁଥିବା ବିଜେଡ଼ି ପାଇଁ ଏହି ଦୁଇଟି ଯାକ ଉପନିର୍ବାଚନ ଲିଟମସ୍‌ ଟେଷ୍ଟ ଭଳି ହୋଇଛି । କଟକରେ ଖୋଦ୍‌ ବିଦାୟୀ ମେୟରଙ୍କ ୱାର୍ଡରେ ଦଳର ଏଭଳି ଶୋଚନୀୟ ପରାଜୟକୁ ବରିଷ୍ଠ ନେତାମାନେ ହଜମ କରିନାହାନ୍ତି । କଟକ ଫଳାଫଳ ସମଗ୍ର ରାଜ୍ୟରେ ବିଜେଡ଼ି ପ୍ରତି ଲୋକଙ୍କ ପ୍ରତିକୂଳ ଭାବ ସୃଷ୍ଟି କରିବାର ଆଶଙ୍କା ସେମାନେ କରିଛନ୍ତି । ଲୋକଙ୍କ ଭାବ ଜାରି ରହିଲେ ଆଗକୁ ବିଜେଡ଼ି ପାଇଁ ଭୟଙ୍କର ବିପଦ ଟାଣି ଆଣିବ ବୋଲି କୁହାଗଲାଣି । ୧୬ ବର୍ଷ ଶାସନର ଗର୍ବ ଅହଂକାର ଭୁଲି ଦଳରୁ ଋଷିଙ୍କ ଭଳି ନିର୍ମୂଳିଙ୍କୁ ସଫା ନ କଲେ ନେଡ଼ିଗୁଣ କହୁଣୀକୁ ବୋହିଯିବ ବୋଲି ନବୀନଙ୍କୁ ଏହା ଚେତାବନୀ ହୋଇଛି ।

Previous Post

ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

Next Post

ଓରଟେଲ୍‌ର ଡାହା ମିଛ

Next Post
ଓରଟେଲ୍‌ର ଡାହା ମିଛ

ଓରଟେଲ୍‌ର ଡାହା ମିଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA