Friday, March 13, 2026 03:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

by Our Correspondent
25 Dec, 2015- 05:12 PM
in News
1 min read
0
ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଡିସେମ୍ବର ୨୬ ଅର୍ଥାତ୍‍ ସକାଳ ପାଇଲେ ବିଜେଡ଼ି ପାଳନ କରିବ ଦଳର ପ୍ରତିଷ୍ଠା ଦିବସ । ଏବର୍ଷର ପ୍ରତିଷ୍ଠା ଦିବସକୁ ଜାକଜମକ ନ କରି ନିରାଡ଼ମ୍ବର ଭାବେ ପାଳିବାକୁ ଦଳର ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଫତୱା ଜାରି କରିଛନ୍ତି । କାରଣ, ରାଜ୍ୟ ମରୁଡ଼ିରେ ସଢ଼ୁଛି । ଚାଷୀ ଆତ୍ମହତ୍ୟା କରୁଛନ୍ତି । ନବୀନଙ୍କୁ ଏହା ପୂରା ବ୍ୟଥିତ କରିଦେଇଛି । ଖାଲି ସେତିକି ନୁହେଁ, ଦୁର୍ଦ୍ଧଶାଗ୍ରସ୍ତ ଚାଷୀଙ୍କ ପାଇଁ ଦଳର ପ୍ରତିଷ୍ଠା ଦିବସଟି ଉତ୍ସର୍ଗ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ସୁତରାଂ ପ୍ରତିଷ୍ଠା ଦିବସକୁ ସାଧାସିଧା ପାଳନ କରାଯିବ ଏବଂ ସେଥିରେ କୋ÷ଣସି ଆଡମ୍ବର ରହିବନି ବୋଲି ଖୋଦ୍‍ ମୁଖିଆଙ୍କ ନିଦେ୍ର୍ଧଶ ଅକ୍ଷରେ ଅକ୍ଷରେ ପାଳନ ହେବ ବୋଲି ଆମେ ଭାବିଥିଲୁ । ମାତ୍ର କ’ଣ ରହସ୍ୟ କେଜାଣି, ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ସାରା ରାଜଧାନୀରେ ସୁପ୍ରିମୋଙ୍କ ନିଦେ୍ର୍ଧଶର ଓଲଟା କାମ ଦେଖିବାକୁ ମିଳୁଛି । ଅର୍ଥାତ୍‍ ସବୁବର୍ଷର ପ୍ରତିଷ୍ଠା ଦିବସ ପାଳନର ଆଡମ୍ବରଠାରୁ ଏବର୍ଷର ଆଡମ୍ବର ବଳିଯିବା ପରି ଅବସ୍ଥା ହୋଇଛି ।
ଅବିକା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି କିଛି କମ୍‍ ନାହିଁ । ବିଜୁ,ନବୀନ ଓ ଶଙ୍ଖ ପତାକାରେ ଭରିଯାଇଛି ବିଜେଡ଼ି ଅଫିସ ଓ ରାଜଧାନୀର ସବୁ ମୁଖ୍ୟ ରାସ୍ତା । ଲକ୍ଷ ଲକ୍ଷ ଟଙ୍କାର ତୋରଣ ଝୁଲୁଛି ରାସ୍ତାରେ । ଆଜି(ଶୁକ୍ରବାର)ଅପରାହ୍ନରେ ବିଜେଡ଼ି ଏକ ପ୍ରମୋସନାଲ୍‍ ରାଲି ବାହାର କରିଥିଲା ପାର୍ଟି ଅଫିସରୁ । ମଟରସାଇକେଲ ରାଲିରେ ଶତାଧିକ କର୍ମୀ ବୁଲିଥିଲେ ସହରର ଗଳିକନ୍ଦି । ବିଜେଡ଼ି ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ବାର୍ତା ବାଂଟୁଥିଲେ ସେମାନେ । ସେଥିପାଇଁ ପାର୍ଟି ପକ୍ଷରୁ ତେଲ ପାଣି ଖର୍ଚ୍ଚ ସାଙ୍ଗକୁ ପେଟପୁରା ଖାନାପିନାର ବ୍ୟବସ୍ଥା ବି ହୋଇଥିଲା । ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯେଉଁ ଫୁଲମାଳ ତିଆରି ହୋଇଛି ତାହା ବି ସମସ୍ତଙ୍କୁ ଆଚମ୍ବିତ କଲା ଭଳି । ୮ ଫୁଟ ଲମ୍ବର ଏହି ମାଳରେ ଲାଗିଛି କ୍ୱିଣ୍ଟାଲେ ଫୁଲ୍‍ । ଚାଷୀଙ୍କ ପାଇଁ ଦରଦ ଦେଖାଉଥିବା ନବୀନ ଏହି ଫୁଲମାଳ ଭିତରୁ ମୁଚୁକୁନ୍ଦା ହସ ପକାଇ ନେତା ଓ କର୍ମୀଙ୍କୁ ହାତ ହଲେଇ ହଲେଇ ଶୁଭେଚ୍ଛା ଜଣାଇବେ । ଗୋପବନ୍ଧୁ ଛକରେ ଥିବା ଏକ ଫୁଲ ଦୋକାନରେ ଏହି ଫୁଲମାଳ ତିଆରି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ୫ ଜଣେ ଲୋକ ଝାଳନାଳ ହୋଇ ମାଳ ତିଆରିରେ ଲାଗିପଡ଼ିଛନ୍ତି । ସେପଟେ ପ୍ରତିଷ୍ଠା ଦିବସ ସମାରୋହରେ ଲୋକ ବହଳିଆ କରିବାକୁ ତିନି ବିଧାୟକ ଓ କର୍ପୋରେଟରଙ୍କୁ ଫୁଲ୍‍ ଦମ୍‍ ରେ ଲଗାଯାଇଛି ।
ଏସବୁକୁ ଦେଖିଲେ ପ୍ରତିଷ୍ଠା ଦିବସର ନିରାଡମ୍ବରତା ବୁଝିହେଉନାହିଁ । ବାସ୍ତବରେ ନବୀନଙ୍କ ନିରାଡ଼ମ୍ବର ପାଳନ ନିଦେ୍ର୍ଧଶ ସତ୍ତ୍ୱେ ତାଙ୍କ ଅଜାଣତରେ ଯେ ଏତେ ଆଡମ୍ବର ହେଉଥିବ ତାହା ଜମାରୁ ବିଶ୍ୱାସ କରିହେଉନି । ତାହାହେଲେ ବୁଝିବାକୁ ହେବ ଇଏ ଦୁଃଖୀରଙ୍କି ଚାଷୀଙ୍କ ପ୍ରତି ବିଜେଡ଼ିର ଆଉ ଏକ ଉପହାସ ।

Previous Post

ଲଜ୍ଜା ସରମ ନାହିଁ ବିଏମ୍‍ସିର

Next Post

ରେହମାନ୍‍ ପରିବାରକୁ ପର କଲା ବିଜେଡ଼ି

Next Post
ରେହମାନ୍‍ ପରିବାରକୁ ପର କଲା ବିଜେଡ଼ି

ରେହମାନ୍‍ ପରିବାରକୁ ପର କଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA