Wednesday, March 11, 2026 10:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନିଜସ୍ୱ ପ୍ରଚାର ନୁହେଁ ତ ?

by Our Correspondent
15 May, 2016- 04:33 PM
in News
1 min read
0
ନିଜସ୍ୱ ପ୍ରଚାର ନୁହେଁ ତ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଏ ସେହି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ? ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ବିଧାନସଭାରେ ନରସିଂହ ମିଶ୍ର ଉଠାଇଥିବା ଏହି ପୂର୍ଣ୍ଣ ପାଢ଼ୀଙ୍କୁ ବିଜେଡ଼ି ନିଜର ବୋଲି ଦାବି କରିସାରିଥିବା ବେଳେ ତାଙ୍କୁ କେହି ପାଉନାହାନ୍ତି । ନିଜେ ନରସିଂହ ମିଶ୍ର ବି ମୁଖ୍ୟମନ୍ତ୍ରୀଙ୍କୁ କେବଳ ପ୍ରଶ୍ନ କରିଥିବା ଆଳରେ ଚୁପ୍‌ ହୋଇଯାଇଛନ୍ତି । ବିଜେଡ଼ି ବ୍ୟାଙ୍କ୍‌ ଆକାଉଣ୍ଟ ଓ ପୂର୍ଣ୍ଣ ପାଢ଼ୀଙ୍କ ପ୍ରସଙ୍ଗ ଉଠାଇବା ପଛରେ ତାଙ୍କର ମିଡ଼ିଆ ହଟ୍ଟଚମଟ ଉଦ୍ଦେଶ୍ୟ ଥିଲା ନା ବିଜେଡ଼ିର ଚିଟ୍‌ଫଣ୍ଡ ଲିଙ୍କ୍‌ର ଖୁଲାସା କରିବାର ବାସ୍ତବ ଇରାଦା ଥିଲା ତାହା ଏବେ ସନ୍ଦେହ ଘେରରେ । କାରଣ ତଥାକଥିତ ସତ ଖୋଲିବାକୁ ବିରୋଧୀ ଦଳ ନେତାଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ବିଭିନ୍ନ ଆଳରେ ତାହାକୁ ସେ ଏଡାଇ ଚାଲିଛନ୍ତି । ନିଜ ପାଖରେ ତଥ୍ୟ ନ ଥିବାରୁ ଏହି ପ୍ରସଙ୍ଗରୁ ହଟିଯାଇଥିବା ଧାରଣା ସୃଷ୍ଟି ହୋଇଛି ।

ବିଧାନସଭାରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ହଟ୍ଟଚମଟ ସୃଷ୍ଟି କରିଥିଲେ । ସେ ଯାହା କହୁଛନ୍ତି ମିଛ ବୋଲି ବିଜେଡ଼ି ତାଙ୍କୁ କଡ଼ା ଜବାବ ଦେଇଥିଲା । ବାର୍ଦ୍ଧକ୍ୟଜନିତ ମତିଭ୍ରମ ଭଳି ଅସୌଜନ୍ୟମୂଳକ ମନ୍ତବ୍ୟ ଦେଇଥିଲା । ତେବେ ନରସିଂହ ଏହାକୁ ସହଜରେ ହଜମ କରିଛନ୍ତି । ଦମ୍ଭ ଦେଖାଇଛନ୍ତି, ସେ ପଚାରିଥିବା ପ୍ରଶ୍ନରେ ସତ୍ୟତା ଅଛି ଏବଂ ମିଛ ହୋଇଥିଲେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବେ । ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି ବୋଲି ଚାଲେଞ୍ଜ ଦେଇଛନ୍ତି । ନିଜେ କିଛି ନ କହି ଲୋକପାଳଙ୍କ କୋର୍ଟକୁ ବଲ୍‌ ଛାଡ଼ିଛନ୍ତି ନରସିଂହ । ନରସିଂହ ମିଶ୍ରଙ୍କ ଭଳି ବିଜ୍ଞ ବ୍ୟକ୍ତି ବିନା ତଥ୍ୟ ପ୍ରମାଣରେ ଏଭଳି ଚାଲେଞ୍ଜ କରିଥିବେ ବୋଲି କାହାର ବିଶ୍ୱାସ ହେଉନି । ନିଶ୍ଚିତ ଭାବେ ତାଙ୍କ ପାଖରେ ବିଜେଡ଼ି ଆକାଉଣ୍ଟରେ ଚିଟ୍‌ଫଣ୍ଡ ପଇସା ପଶିଥିବାର ପ୍ରମାଣ ରହିଛି । ତେବେ ନରସିଂହ ସମସ୍ତଙ୍କୁ ଦ୍ୱନ୍ଦରେ ରଖି ସେସବୁ ପ୍ରକାଶ କରୁନାହାନ୍ତି କାହିଁକି ? ଏଥିଯୋଗୁଁ ବିଧାନସଭା ୧୦ ଦିନ ଧରି ଅଚଳ ରହିବା ପଛରେ ସେ ଦାୟୀ ହେବେନି କାହିଁକି ?

ନରସିଂହଙ୍କ ଯୁକ୍ତି, ବିଧାନସଭାରେ ଶାସକ ଦଳ ସଭ୍ୟମାନେ ତାଙ୍କୁ କହିବା ସୁଯୋଗ ଦେଉନାହାନ୍ତି । ମାତ୍ର ଏହା ବିଲକୁଲ୍‌ ସତ ନୁହେଁ । ପଏଣ୍ଟ ଅଫ୍‌ ଅର୍ଡରରେ ବିରୋଧୀ ଦଳ ନେତା ଅନେକ ଥର କହିବା ସୁଯୋଗ ପାଇଥିଲେ ମଧ୍ୟ ବିଜେଡ଼ି ବ୍ୟାଙ୍କ୍‌ ଆକାଉଣ୍ଟ ଓ ପୂର୍ଣ୍ଣ ଖୁଣ୍ଟିଆ ପ୍ରସଙ୍ଗରେ ତଦନ୍ତ ଥୋପ ରଖି ନିଜକୁ ଦୂରେଇ ନେଇଛନ୍ତି । ତାଙ୍କ ଯୁକ୍ତି ଅନୁଯାୟୀ, ବିଧାନସଭାରେ ବିଜେଡ଼ିର ମୁଖା ଖୋଲିବାକୁ ସେ ଚେଷ୍ଟା କରି ବିଫଳ ହେଉଛନ୍ତି । ଯଦି ସେୟା, ପ୍ରେସ୍‌ ମିଟ୍‌ ଜରିଆରେ ବିଜେଡ଼ିକୁ ଲଙ୍ଗଳା କରିପାରୁନାହାନ୍ତି କାହିଁକି ? ଏହା କରି ନ ପାରିବାର ଅର୍ଥ ବିରୋଧୀ ଦଳ ନେତାଙ୍କ ପାଖରେ ତଥ୍ୟ ନାହିଁ । ଶୁଣାଶୁଣିରେ ବିଜେଡ଼ି ଆକାଉଣ୍ଟକୁ ଚିଟ୍‌ଫଣ୍ଡ ଲିଙ୍କ୍‌ ଦେଇଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ପ୍ରଚାର ହୋଇଥାଇପାରେ । ମାତ୍ର ଏହାଦ୍ୱାରା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ନଷ୍ଟ ହୋଇନାହିଁ କି ?

ବିଧାନସଭା ବାହାରେ ବିରୋଧୀ ଦଳ ନେତା ନିଇତି ପ୍ରେସ୍‌ ମିଟ୍‌ କରୁଛନ୍ତି । ଗଣମାଧ୍ୟମକୁ ବାଇଟ୍‌ ଦେଉଛନ୍ତି । ସରକାର ତାଙ୍କ ଉପରେ କିଭଳି ପ୍ରତିହିଂସା ପରାୟଣ ହୋଇଛନ୍ତି ତାହା ବଖାଣିଛନ୍ତି । କୋଇଲା ଓ ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍କାନରରେ ରହିଥିବା ଭଳି ଗୁରୁତର ତଥ୍ୟ ବି ରଖିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୭ ମାସ ତଳେ ଲେଖିଥିବା ଚିଠିକୁ ଚପାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ସାଂଘାତିକ କୁହାଯାଉଥିଲେ ମଧ୍ୟ ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କିଭଳି ନଜର ରଖିବେ ଓ ପଦକ୍ଷେପ ନେବେ ବୁଝାପଡୁନି । ନରସିଂହଙ୍କ ଅଭିଯୋଗ ସତ ହୋଇଥିଲେ ମୁଖ୍ୟ ଶାସନ ସଚିବ କ’ଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୱର୍ରେ ? ସୁତରାଂ ଏଭଳି ଏକ ଅଭିଯୋଗ ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି ।

ବିରୋଧୀ ଦଳ ନେତା ମୂଳ ଚିଟ୍‌ଫଣ୍ଡ ପ୍ରସଙ୍ଗ ଛାଡ଼ି ଏସବୁ ପ୍ରସଙ୍ଗକୁ ଆସିବା ଅର୍ଥ ମୂଳ ପ୍ରସଙ୍ଗ ଉପରେ ତାଙ୍କର ଅଧିକ କିଛି କହିବାର ନାହିଁ । କହିବାକୁ ଚାହୁଁଥିଲେ ମଧ୍ୟ ହୁଏତ ତଥ୍ୟ ପ୍ରମାଣ ପାଇପାରୁନାହାନ୍ତି । ତେବେ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା ଭଳି ନରସିଂହ ଏତେ ବଡ଼ କଥା ଉଠାଇବା ପଛରେ କ’ଣ ଉଦ୍ଦେଶ୍ୟ ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ରାଜ୍ୟବାସୀଙ୍କ ଝାଳବୁହା ଅର୍ଥ ଉପରେ ଏଭଳି ରାଜନୈତିକ ହଟ୍ଟଚମଟ ନିଶ୍ଚିତ ମାରାତ୍ମକ ।

Previous Post

ବିଜେଡ଼ି କୋଳରେ କୁତୁକୁତୁ ପ୍ରଭାତ

Next Post

ସରକାର ନିର୍ବିକାର, ବିଧାନସଭା ଛାଡ଼ି ପଳାଇବେ

Next Post
ସରକାର ନିର୍ବିକାର, ବିଧାନସଭା ଛାଡ଼ି ପଳାଇବେ

ସରକାର ନିର୍ବିକାର, ବିଧାନସଭା ଛାଡ଼ି ପଳାଇବେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA