Wednesday, March 11, 2026 08:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନୟାଗଡ଼ ଲମ୍ବିଛି ଜାଲିଆତି ଚେର

by Our Correspondent
22 Jun, 2016- 12:51 PM
in News
1 min read
0
ନୟାଗଡ଼ ଲମ୍ବିଛି ଜାଲିଆତି ଚେର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱରରୁ ନୟାଗଡ଼ ଲମ୍ବିଛି ଡାକ୍ତର ମୋତିଲାଲ ଗୌଡଙ୍କ ଜାଲିଆତି ଚେର । ଏ ସମ୍ପର୍କିତ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ନୟାଗଡ଼ କଲେଜ ରୋଡସ୍ଥିତ କଳ୍ପନା କମ୍ପ୍ଲେକ୍ସରେ ଥିବା କ୍ରିଷ୍ଣା କ୍ଲିନିକ୍‌ ରେଜିଷ୍ଟ୍ରି ହୋଇଛି ମୋତିଲାଲଙ୍କ ନାଁରେ । କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ରେଜିଷ୍ଟ୍ରେସନ୍‌ ନମ୍ବର ଏମବିବିଏସ୍‌ ୬୧୩/୨୦୦୭ରେ ଡାକ୍ତର ମୋତିଲାଲଙ୍କ ନାଁରେ କ୍ଲିନିକ୍‌ ପଞ୍ଜୀକୃତ ହୋଇଛି । ନିୟମ ଅନୁଯାୟୀ ସରକାରୀ ଚାକିରୀ କରୁ ନ ଥିବା ଡାକ୍ତର ହିଁ ପ୍ରାଇଭେଟ୍‌ ପ୍ରାକ୍ଟିସ୍‌ କରିପାରିବେ ଏବଂ ତାଙ୍କ ନାଁ ରେ କ୍ଲିନିକ୍‌ ରେଜିଷ୍ଟ୍ରେସନ୍‌ ଅନୁମତି ମିଳିବ । ମାତ୍ର ଡାକ୍ତର ମୋତିଲାଲ ଗୌଡ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଅଧୀନସ୍ଥ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ସହକାରୀ ନିର୍ଦ୍ଦେଶକ ପଦରେ ଥାଇ ନିଜ ନାଁରେ କ୍ଲିନିକ୍‌ ରେଜିଷ୍ଟ୍ରି କରାଇବାରେ ସମର୍ଥ ହୋଇଛନ୍ତି । ଏଭଳି ସାଂଘାତିକ ବେଆଇନ କାର୍ଯ୍ୟ କରିବା ପାଇଁ ସେ ନିଜର ସରକାରୀ ଚାକିରି ତଥ୍ୟକୁ ଲୁଚାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଭୁଲ୍‌ ଏବଂ ଜାଲ୍‌ ତଥ୍ୟ ଦେଇ ନିଜ ନାଁରେ କ୍ଲିନିକ୍‌ ରେଜିଷ୍ଟ୍ରି କରିଛନ୍ତି ଡାକ୍ତର ମୋତିଲାଲ ।

ଡାକ୍ତର ମୋତିଲାଲଙ୍କ ନାଁରେ କ୍ରିଷ୍ଣା କ୍ଲିନିକ୍‌ର ଦୁଇବର୍ଷିଆ ରେଜିଷ୍ଟ୍ରେସନ୍‌ ଅବଧି ଗତ ଜାନୁଆରୀ ୮ ତାରିଖରେ ଶେଷ ହୋଇଥିଲା । ମାତ୍ର ଇତିମଧ୍ୟରେ ପୁଣି ଦୁଇବର୍ଷର ଅବଧି ହାତେଇଛନ୍ତି ସେ । ବ୍ରହ୍ମପୁର ବାସିନ୍ଦା ଓ ଭୁବନେଶ୍ୱରରେ ଚାକିରି କରୁଥିବା ଡାକ୍ତର ମୋତିଲାଲ ନୟାଗଡ଼ ଆଡେ କାହିଁକି ମନ ବଳାଇଲେ ସେହି ଗହନର ବି ସୁରାକ୍‌ ମିଳିଛି । ନୟାଗଡ଼ କ୍ରିଷ୍ଣା କ୍ଲିନିକ୍‌ର ମାଲିକ ହେଉଛନ୍ତି ସବିତା ସାହୁ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କର ଖାସ୍‌ । ଆଉ ସବିତା ସାହୁଙ୍କ କ୍ଲିନିକ୍‌ ରେଜିଷ୍ଟ୍ରେସନ୍‌ ପାଇଁ ଡାକ୍ତର ମୋତିଲାଲ ହୋଇଛନ୍ତି ମୋହରା । ଅତଏବ ମନ୍ତ୍ରୀଙ୍କ ସହ ମୋତିଲାଲଙ୍କର ଗଭୀର ସମ୍ପର୍କ ହିଁ ତାଙ୍କୁ ନୟାଗଡ଼ ଟାଣି ନେଇଛି । ତେବେ ନିଜେ ସରକାରୀ ଚାକିରିରେ ନ ଥିଲେ ଏଭଳି କାର୍ଯ୍ୟ ପଛରେ କାହାରି ଆପତ୍ତି ନ ଥିଲା । ମାତ୍ର ସରକାରୀ ଚାକିରି କରି ନିଜ ନାଁରେ ଡିଏମଇଟିର କ୍ଲିନିକ୍‌ ରେଜିଷ୍ଟ୍ରେସନ୍‌ ହାତେଇବା ପଛର ଜାଲିଆତିରେ ମନ୍ତ୍ରୀଙ୍କ ଭୂମିକା ଏବେ ସନ୍ଦେହଘେରକୁ ଟାଣି ହୋଇଛି ।

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଅରୁଣ ସାହୁଙ୍କ ଛାଇ ହେଉଛନ୍ତି ଡାକ୍ତର ମୋତିଲାଲ । ଗଣମାଧ୍ୟମରେ ପ୍ରକାଶିତ ସେଲଫି ହିଁ ତାହାର ଜ୍ୱଳନ୍ତ ପ୍ରମାଣ । ସେପଟେ ଅଫିସ୍‌ ନ ଯାଇ ମନ୍ତ୍ରୀଙ୍କ ଛାଇ ହୋଇ ବୁଲୁଥିବା ମୋତିଲାଲଙ୍କ ଅସଲ ଚେହେରା ତାଙ୍କ ସରକାରୀ ବିଜ୍ଞପ୍ତି ଜାଲିଆତିରୁ ଧରାପଡ଼ିଛି । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚାକିରିରୁ ଗାଏବ ହୋଇ ଶ୍ରମ ବିଭାଗରେ ଭର୍ତ୍ତି ହେବା ଏବଂ ଖୁବ୍‌ କମ୍‌ ଦିନରେ ସହକାରୀ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ପାଇବା ପଛର ଜାଲିଆତି ଉପରୁ ଏବେ ପରଦା ହଟୁଛି । ସାଙ୍ଗକୁ ଯୋଡି ହେଲାଣି ନୟାଗଡ଼ ଜାଲିଆତି । କ୍ରାଇମବ୍ରାଞ୍ଜ ମାମଲାର ଛାନଭିନ୍‌ କରୁଥିବା ବେଳେ ମନ୍ତ୍ରୀ ଓ ବିଜେଡ଼ିର ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଅନ୍ତରଙ୍ଗ ସାଜିଥିବା ମୋତିଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର ।

Previous Post

ପତ୍ନୀଙ୍କ ନାଁରେ ବି ଜାଲ୍‌ ପାଥ୍‌ ଲାବ୍‌

Next Post

ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

Next Post
ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA