Friday, March 13, 2026 12:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଇକ ପଲିଟିକ୍ସ

by Our Correspondent
19 Jul, 2017- 11:24 PM
in Latest News, Politics
1 min read
0
ପାଇକ ପଲିଟିକ୍ସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇକ ପଲିଟିକ୍ସକୁ ଅକଳରେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରିବାକୁ କେନ୍ଦ୍ରଠାରେ ପ୍ରସ୍ତାବ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପାଇକ ପଲିଟିକ୍ସକୁ ରୋଚକ ମୋଡ଼ ଦେଇଛି । ଆସନ୍ତାକାଲି ଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିବେ । କେନ୍ଦ୍ର ସରକାର ଏହାକୁ କିଭଳି ଗ୍ରହଣ କରିବେ ତାହା ଏବେ ସମସ୍ତଙ୍କ ନଜରରେ ।

ଓଡ଼ିଶା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି କୁ କେନ୍ଦ୍ର ସରକାର ଧୂମଧାମରେ ପାଳୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ର ସଂସ୍କୃତି ବିଭାଗ ଏହି ମେଗା ଇଭେଣ୍ଟର ଆୟୋଜନ କରିଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉଦଘାଟନ କରିବେ । ନବୀନ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେବେ । ତେବେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ଯେଉ ନିଷ୍ପତ୍ତି ନେଇଛି ନବୀନ ସେହି ପ୍ରସ୍ତାବ ଆଗତ କରୁଥିବାରୁ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିବା ଥୟ ହୋଇଯାଇଛି । ନବୀନଙ୍କ କୌଶଳକୁ କେନ୍ଦ୍ର ସରକାର ଗ୍ରହଣ କଲେ ମଲେ, ନ କଲେ ବି ମଲେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସ୍ୱୀକୃତି ଦେଲେ ରାଜ୍ୟ ସରକାର ବାଜି ମାରିନେବେ । ସ୍ୱୀକୃତି ନ ଦେଲେ ବିଜେପିର ପାଇକ ପ୍ରେମ ଉପରେ ଓଡ଼ିଶାବାସୀ ପ୍ରଶ୍ନ ଲଗାଇବେ । ଯାହାକି ଧର୍ମେନ୍ଦ୍ରଙ୍କ ଅକଲ ଗୁଡୁମ୍ କରିଦେବ ।

ସୂଚନାଯୋଗ୍ୟ, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କେନ୍ଦ୍ର ସରକାର ଧୂମଧାମରେ ଆୟୋଜନ କରି ବଜେଟ୍ ରେ ଅର୍ଥ ବରାଦ କରିଛନ୍ତି । ତେବେ କେନ୍ଦ୍ରକୁ ଫାଇଦା କରାଇ ନ ଦେବା ପାଇଁ ବିଜେଡ଼ି ଚାଲ୍ ଖେଳିଛି । ପାଇକ ବିଦ୍ରୋହର ଜନ୍ମମାଟି ଖୋର୍ଦ୍ଧା ଛାଡ଼ି ଦିଲ୍ଲୀରେ ପୂର୍ତ୍ତି ପାଳନ କରିବାକୁ ଧର୍ମେନ୍ଦ୍ର ଯୋଗାଡ଼ କରିଥିବାରୁ ବିଜେଡ଼ି ଗତ ମାର୍ଚ୍ଚ ମାସରେ ଆଗତୁରା ଖୋର୍ଦ୍ଧାରେ ୩ ଦିନିଆ ପାଇକ ବିଦ୍ରୋହ ସମାରୋହ କରିଥିଲା । ସେପ୍ଟେମ୍ବର ମାସରେ ଆଉ ଏକ ସମାରୋହର ଆୟୋଜନ କରିଛି ବିଜେଡ଼ି । ତେବେ ଦିଲ୍ଲୀରେ ପୂର୍ତ୍ତି ପାଳନର ଠିକ୍ ଦିନକ ପୂର୍ବରୁ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକ ଡାକି ଚତୁର ଚାଲ୍ ଖେଳିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବି ନେଇ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁର କରିଛି । ଏହି ରାଜନୈତିକ ଚାଲ୍ ରେ ରାଜ୍ୟ ସରକାର ପାଇକ ବିଦ୍ରୋହ ଇତିହାସର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିନାହାନ୍ତି । ଅର୍ଥାତ୍ ବିନା ପ୍ରସ୍ତୁତିରେ ତରବରିଆ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଥୋପ ଲଦିବାକୁ ଚେଷ୍ଟା କରିଛନ୍ତି ।

ଗୋଟେ ପଟେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଦିଲ୍ଲୀରେ ଆୟୋଜନ କରି ଧର୍ମେନ୍ଦ୍ର ବାହାବା ନେବାକୁ ଚେଷ୍ଟା କରିଥିଲା ବେଳେ ରାଜ୍ୟ ସରକାର ତାହାକୁ ପ୍ରତିହତ କରିବା ଯୋଜନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟଙ୍କର ଏହି ଛକାପଂଝା ଭିତରେ ଓଡ଼ିଆ ଜାତିର ସ୍ୱାଭିମାନ କିଭଳି ରୁଦ୍ଧିମନ୍ତ ହେବ ତାହା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି ।

Previous Post

ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

Next Post

କହିଁ ଖୁସି, କହିଁ ଗମ୍

Next Post
କହିଁ ଖୁସି, କହିଁ ଗମ୍

କହିଁ ଖୁସି, କହିଁ ଗମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA