Friday, March 13, 2026 02:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

by Our Correspondent
08 Jul, 2016- 06:51 AM
in News
1 min read
0
ପୁଣି ଚର୍ଚ୍ଚାରେ ପ୍ରେମା ଖୁଣ୍ଟିଆ

ଭୁବନେଶ୍ୱର(ମିଡ-ଡେ ଓଡିଶା): ସଚିବାଳୟରେ ବିରାଦାରୀ ମହିଳା ଓଏଏସ୍‌ଙ୍କୁ ଲୁଙ୍ଗୁଡ଼େଇ ଇଜ୍ଜତ ହରାଇଥିବା ପ୍ରେମାନନ୍ଦ ଖୁଣ୍ଟିଆଙ୍କ ବିରୋଧରେ ଆସିଛି ଫ୍ରେସ୍‌ ନିଯୁକ୍ତି ଗପଲାତି ଅଭିଯୋଗ । ବେଆଇନ ଭାବେ ଜେଇ ଓ ଆସିଷ୍ଟାଣ୍ଟ ଏକଜକୁ୍ୟଟିଭ୍‌ ଇଂଜିନିୟର ନିଯୁକ୍ତିର ପୁରୋଧା ସାଜି ପାଖାପାଖି କୋଟିଏ ଟଙ୍କା ଅସୁଲ୍‌ କରିଥିବା ଅଭିଯୋଗ ଆସିଛି ତାଙ୍କ ବିରୋଧରେ । କୁଆଡେ ମନ୍ତ୍ରୀଙ୍କୁ ମନାଇ ରଖି ସେ ଏଭଳି କାର୍ଯ୍ୟକୁ ସମର୍ଥ କରିପାରିଛନ୍ତି ।

ପ୍ରେମାନନ୍ଦ ବାବୁ ସଚିବାଳୟରେ ଥିଲେ । ମହିଳା ଓଏଏସ୍‌ଙ୍କ ପଛରେ ପଡ଼ି ଗତ ଅକ୍ଟୋବର ମାସରେ ଗିରଫ ଓ ଚାକିରିରୁ ସସ୍‌ପେଣ୍ଡ ହୋଇଥିଲେ । ନିକଟରେ ରାଜ୍ୟ ସରକାର ତାଙ୍କ ଉପରୁ ସସ୍‌ପେଣ୍ଡ ଉଠାଇ ଓଡ଼ିଶା ଷ୍ଟେଟ୍‌ ଏଗ୍ରି୍ରିକଲଚରାଲ୍‌ ମାର୍କେଟିଂ ବୋର୍ଡ(ଓସାମ୍‌)ର ନିର୍ଦେଶକ ପଦରେ ଅବସ୍ଥାପିତ କରିଛନ୍ତି । ତେବେ ସେଠାକୁ ଯାଉ ଯାଉ ତାଙ୍କ ନାଁରେ ଯୋଡି ହେଲାଣି ଅପବାଦ । ଦାମୋଦର ରାଉତଙ୍କ ଭଳିଆ ମନ୍ତ୍ରୀଙ୍କୁ ସେ ବଶୀଭୂତ କରାଇ ବେଆଇନ କାର୍ଯ୍ୟକୁ ଆଇନସିଦ୍ଧ କରିବାରେ ସମର୍ଥ ହୋଇଥିବା ଅଭିଯୋଗ ହୋଇଛି । 

୫ଟି ଜୁନିୟର୍‌ ଇଂଜିନିୟର୍‌ ଓ ୫ ଟି ଆସିଷ୍ଟାଣ୍ଟ ଏକଜ୍ୟୁଟିଭ୍‌ ଇଂଜିନିୟର ପଦବୀରେ ନିଯୁକ୍ତି ପାଇଁ ଗତବର୍ଷ ଓସାମ୍‌ ଆବେଦନ ଆହ୍ୱାନ କରିଥିଲା । ନିୟମ ଅନୁଯାୟୀ, ଜେଇ ପୋଷ୍ଟିଂ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଟି ଓ ଏଇଇ ପୋଷ୍ଟିଂ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ ଜରିଆରେ ହେବା କଥା । ଓଡ଼ିଶା ଗେଜେଟ୍‌ରେ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି । ମାତ୍ର ଓସାମ୍‌ ଏହି ନିୟମ କାନୁନ୍‌ ନ ମାନି ନିଜେ ସିଧାସଳଖ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଆହ୍ୱାନ କରିଥିଲା ଏବଂ ସାକ୍ଷାତକାର ଭିତ୍ତିରେ ନିଯୁକ୍ତିର ସୁଯୋଗ ଦେଇଥିଲା । ନିର୍ଦ୍ଧାରିତ ୧୫.୫.୨୦୧୫ ଭିତରେ ପ୍ରାର୍ଥୀମାନେ ଆବେଦନ କରିଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଅଟକି ଯାଇଥିଲା ।

ଇତିମଧ୍ୟରେ ପ୍ରେମାନନ୍ଦ ଖୁଣ୍ଟିଆ ନିର୍ଦେଶକ ଭାବେ ସେଠାରେ ଯୋଗଦେଲେ । ଓସମା ବୋର୍ଡର ମେମ୍ବର ସେକ୍ରୋଟାରୀ ହୋଇଥିବାରୁ ନିଜର କ୍ଷମତା ଜାହିର କରି ଆଉ ୧୩ଟି ପୋଷ୍ଟ ପୂରଣ ପାଇଁ ବୋର୍ଡ ବୈଠକରେ ନିଷ୍ପତ୍ତି କରାଇଦେଲେ । ଏହିଭଳି ଭାବେ ପୂର୍ବର ମିଶାଇ ୧୩ ଟି ଜେଇ ପଦବୀ ଓ ୧୦ ଟି ଆସିଷ୍ଟାଣ୍ଟ ପଦବୀ ପାଇଁ ସାକ୍ଷାତକାର ଭିତ୍ତିରେ ଗତମାସରେ ନିଯୁକ୍ତି ସରିଯାଇଛି । ଜୁନ୍‌ ଶେଷ ସପ୍ତାହରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ସହ ଏଗ୍ରିମେଣ୍ଟ ହୋଇଛି । ତେବେ ଚାକିରି ପାଇଁ ଯୋଗ୍ୟତାକୁ ମାପକାଠି କରାଯାଇନି । ଅନ୍ୟୁନ ୫ ଲକ୍ଷ ଟଙ୍କା ଦେବାର ସାମର୍ଥ ରଖିଥିବା ପ୍ରାର୍ଥୀଙ୍କୁ ହିଁ ଦିଆଯାଇଛି ନିଯୁକ୍ତି । ସିଧା ଅର୍ଥରେ କହିଲେ, ୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ଜେଇ ଓ ଏଇଇ ପଦବୀ । ପ୍ରାର୍ଥୀମାନଙ୍କ ସହ ଏଗ୍ରିମେଣ୍ଟ ବେଳେ ଏହି ଟଙ୍କା ନିଆଯାଇଥିବା ଅନେକ ପ୍ରାର୍ଥୀ ସ୍ୱୀକାର କରିଛନ୍ତି ।

ଟଙ୍କା ଦେଇ ଚାକିରି ପାଇଥିବା ପ୍ରାର୍ଥୀମାନେ ନିଜର ଗୁମୁରିଆ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଭୟରେ ପାଟି ଖୋଲୁନାହାନ୍ତି । ମାତ୍ର ଏହାକୁ ଚାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ଡିପ୍ଲୋମା ବେକାରୀ ଯୁବକ ସଂଘ । ଜେଇ ଓ ଏଇଇ ଭଳି ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ଚାକିରିରେ ନିଯୁକ୍ତି ପାଇଁ ଯଥାକ୍ରମେ ଏସ୍‌ଏସ୍‌ସି ଓ ଓପିଏସ୍‌ ଜରିଆରେ ଆସିବା ବାଧ୍ୟତାମୂଳକ । ମାତ୍ର ଏହାକୁ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ଓସାମ୍‌ ବୋର୍ଡ । ବୋର୍ଡ ଅଧ୍ୟକ୍ଷ ନିଜେ ମନ୍ତ୍ରୀ ଦାମ ରାଉତ ବି ବେଆଇନ କାର୍ଯ୍ୟକୁ ଆଖି ବୁଜିଛନ୍ତି । ଓଲଟି ବହୁ ଅଯୋଗ୍ୟ ପ୍ରାର୍ଥୀ ଟଙ୍କା ଦେଇ ଚାକିରି ପାଇଛନ୍ତି ଏବଂ ମନ୍ତ୍ରୀଙ୍କୁ ମନାଇ ରଖିଥିବା ନିର୍ଦେଶକ ହିଁ ଏହାର ମାଷ୍ଟରମାଇଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସାହାସ ଅଛି ତ, ସାମନାକୁ ଆସନ୍ତୁ ବୋଲି ସଂଘ ତାଙ୍କୁ ଆହ୍ୱାନ ଦେଇଛି । ତେବେ ଟଙ୍କା ନେଇ ଚାକିରି ଆଦି ଅଭିଯୋଗ ସଂକ୍ରାନ୍ତରେ ଆମେ ନିର୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ଲୋଡିଥିଲେ ମଧ୍ୟ ବାରମ୍ବାର ଫୋନ୍‌ କରିବା ସତ୍ତ୍ୱେ ସେ ତାଙ୍କ ଅଫିସ୍‌ ମୋବାଇଲ୍‌ ନଂ ୯୯୩୭୦୭୯୭୦୦କୁ ଉଠାଇ ନ ଥିଲେ ।

Previous Post

ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

Next Post

ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

Next Post
ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

ମୁମ୍ବାଇରେ ହଲାପଟା ହେଲେ ମନ୍ତ୍ରୀ, ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA