Friday, March 13, 2026 10:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜେଡ଼ି କୋଳରେ କୁତୁକୁତୁ ପ୍ରଭାତ

by Our Correspondent
14 May, 2016- 05:09 PM
in News
1 min read
0
ବିଜେଡ଼ି କୋଳରେ କୁତୁକୁତୁ ପ୍ରଭାତ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡ଼ିରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ୨୦୧୪ ଅକ୍ଟୋବର ୩୧ ତାରିଖରେ ଦଳରୁ ସସ୍‌ପେଣ୍ଡ କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ହଟିନି । ବିଧାନସଭାରେ ମଧ୍ୟ ବିଜେଡ଼ି ଫୋରମ୍‌ରେ ତାଙ୍କୁ ଦେଖିବାକୁ ମିଳୁନି । ଦିନେ ବିଧାନସଭାରେ ବିଜେଡ଼ିର ପ୍ରବକ୍ତା ସାଜୁଥିଲେ ପ୍ରଭାତ ତ୍ରିପାଠୀ । ମାତ୍ର ସେହି ବିଧାନସଭାରେ ଦଳ ତାଙ୍କୁ ଗ୍ରହଣ କରିନି । ମାତ୍ର ବିଧାନସଭା ବାହାରେ ବିଜେଡ଼ି ପରିଚୟରୁ ସେ ବଞ୍ଚିତ ହୋଇନାହାନ୍ତି । ପ୍ରଭାତଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ନ ଥିଲେ ମଧ୍ୟ ଦଳୀୟ ପତାକା ଧରି ଖୋଲାଖୋଲି ନିଜ ପତିଆରା ଜାହିର ରଖିବା ସମସ୍ତଙ୍କୁ ବିସ୍ମିତ କରିଛି ।

ବିଜେଡ଼ି ଡାକରା ଦେଇଥିବା ଗହମ ବଦଳରେ ଚାଉଳ ଦିଅ ଆନ୍ଦୋଳନକୁ ବାଙ୍କୀରେ ନେତୃତ୍ୱ ଦେଇଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ । ଦଳୀୟ ବ୍ୟାନର ଧରି ଏଡିଏମ୍‌ଙ୍କ ଅଫିସ୍‌ ଘେରାଉ କରିଥିଲେ । ଏଥିପାଇଁ ଦଳ ତାଙ୍କୁ ନିର୍ଦେଶ ଦେଇଥିଲା ନା ସେ ନିର୍ଲ୍ଲଜ ଭାବେ ଦଳୀୟ ପତାକା ଧରିଥିଲେ ତାହା ଜଣାପଡ଼ିନାହିଁ । ତେବେ ନିଲମ୍ବିତ ପ୍ରଭାତଙ୍କ ବିଜେଡ଼ି କାର୍ଯ୍ୟକ୍ରମ ଜୋର୍‌ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ମଞ୍ଚରେ ବସିବା ଦିନଠୁଁ । ଗତ ଫେବୃଆରୀ ୩ ତାରିଖରେ ବାଙ୍କୀ ଜାତମୁଣ୍ଡିଆଠାରେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ହସଖୁସି ପ୍ରଭାତଙ୍କୁ ବିଜେଡ଼ି ସ୍ରୋତରେ ନଉକା ଭଳି କାମ କରିଛି । ଏହି କାର୍ଯ୍ୟକ୍ରମ ପାଇଁ ବାଙ୍କୀ ବିଜୁ ଜନତା ଦଳ ବ୍ୟାନରରେ ଜୋରଦାର ପ୍ରଚାର ହୋଇଥିଲା । ସେଥିରେ ନବୀନଙ୍କ ଫଟୋ ସହ ପ୍ରଭାତଙ୍କ ଫଟୋ ବାଙ୍କୀ ନିର୍ବାଚନମଣ୍ଡଳୀରେ ଛାଇ ହୋଇଯାଇଥିଲା । ସେହି କାର୍ଯ୍ୟକ୍ରମ ହିଁ ପ୍ରଭାତଙ୍କୁ ଦଳୀୟ ପ୍ଲାଟଫର୍ମର ପରିଚୟ ଫେରାଇ ଆଣିବାକୁ ସଂଜୀବନୀ ହୋଇଥିଲା ।

ଏହା ପରେ ପରେ ଉତ୍ସାହିତ ପ୍ରଭାତ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡ଼ି କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ ଜାରି ରଖିଛନ୍ତି । ଫେବୃଆରୀ ୨୦ରେ ଜାତମୁଣ୍ଡିଆଠାରେ ଦଳ ପକ୍ଷରୁ ଆୟୋଜିତ ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ । ସେହିଭଳି ମାର୍ଚ୍ଚ ୧୩ ତାରିଖରେ ନଇଦା ଗ୍ରାମ ପଞ୍ଚାୟତଠାରେ ଏକ ବିରାଟ କର୍ମୀ ସମ୍ମଳନୀର ଆୟୋଜନ କରି ଅସନ୍ତୁଷ୍ଟଙ୍କୁ ଅସହିଷ୍ଣୁ କରିଥିଲେ ପ୍ରଭାତ । ତେବେ ଦଳରୁ ନିଲମ୍ବିତ ପ୍ରଭାତ ବିଜେଡ଼ି କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ନେତୃତ୍ୱ କୌଣସି ଅଙ୍କୁଶ ନ ରଖି ତାଙ୍କୁ ସହଯୋଗ କରୁଥିବା ସ୍ପଷ୍ଟ ହୋଇଛି । ତାଙ୍କ ଉପରୁ ଔପଚାରିକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନ ଥିଲେ ମଧ୍ୟ ଅନଔପଚାରିକ ଭାବେ ପ୍ରଭାତ ବିଜେଡ଼ିର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଏଥିପାଇଁ ବିଜେଡ଼ି ହାଇକମାଣ୍ଡଙ୍କ ଡବଲ୍‌ ଷ୍ଟାଣ୍ଡାର୍ଡ ନା ପ୍ରଭାତଙ୍କ ନିର୍ଲ୍ଲଜ ଆଚରଣ ଦାୟୀ ତାହା ବୁଝାପଡୁନାହିଁ ।

ଏଟି ଚିଟ୍‌ଫଣ୍ଡ ଲିଙ୍କ୍‌ ରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ୨୦୧୪ ଅକ୍ଟୋବର ୩୧ ତାରିଖରେ ଗିରଫ କରିଥିଲା । ଗିରଫ ହେଲା ମାତ୍ରେ ବିଜେଡ଼ି ତାଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା । ପ୍ରଭାତଙ୍କ ଯୋଗୁଁ ବିଜେଡ଼ିରେ ଲାଗିଥିବା କଳଙ୍କକୁ ସସ୍‌ପେଣ୍ଡ ଆଦେଶ ଜରିଆରେ ସଫା କରିବାକୁ ଚେଷ୍ଟା କରିଥିଲା ଦଳ । ୪ ମାସ ଝାରପଡ଼ା ଜେଲ୍‌ରେ କାଟିବା ପରେ ପ୍ରଭାତ ମାର୍ଚ୍ଚ ୧୧,୨୦୧୫ରେ ମୁକୁଳିଥିଲେ । ତେବେ ଚିଟ୍‌ଫଣ୍ଡ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଆଚ୍ଛାଦିତ କରି ରଖିଥିବା ଯୋଗୁଁ ବିଜେଡ଼ି ଉପରିଆ ପ୍ରଭାତଙ୍କୁ କୋଳକୁ ଫେରାଇ ଆଣିବାକୁ ସାହାସ କରିନି । ମାତ୍ର ଭିତରେ ପ୍ରଭାତଙ୍କୁ ବିଜେଡ଼ି କୋଳେଇ ସାରିଛି ଏବଂ ପ୍ରଭାତ ବି ପ୍ରଚ୍ଛଦରେ ବିଜେଡ଼ି କୋଳକୁ ଫେରି ବେଶ୍‌ କୁତୁକୁତୁ ଅଛନ୍ତି ।

Previous Post

ଆଶାୟୀ ମାଳ ମାଳ, ନବୀନଙ୍କ ଟେର୍‌ ନାହିଁ

Next Post

ନିଜସ୍ୱ ପ୍ରଚାର ନୁହେଁ ତ ?

Next Post
ନିଜସ୍ୱ ପ୍ରଚାର ନୁହେଁ ତ ?

ନିଜସ୍ୱ ପ୍ରଚାର ନୁହେଁ ତ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA