Friday, March 13, 2026 11:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

by Our Correspondent
12 Oct, 2019- 06:51 PM
in Latest News, News, Politics
1 min read
0
ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ
ଭୁବନେଶ୍ୱର: ଶେଷରେ ବିଜେପି ଛାଡ଼ିଲେ ବିଜେପୁର ନେତା ଅଶୋକ ପାଣିଗ୍ରାହୀ । ବିଜେପିରେ ଥାଇ ବି ନ ଥିଲା ଭଳି ଥିଲେ । ଦଳ ତାଙ୍କୁ ପଚାରୁ ନ ଥିଲା କି କୌଣସି ଦାୟିତ୍ୱ ଦେଉ ନ ଥିଲା । ଏଥିରେ ଅତିଷ୍ଠ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ସେ ଜଣାଇଛନ୍ତି । ବିଜେପିକୁ ଆସୁଥିବା ନେତାଙ୍କୁ ଦଳ ବ୍ୟବହାର କରି ଫିଙ୍ଗି(ୟୁଜ୍ ଆଣ୍ଡ ଥ୍ରୋ) ଦିଏ ବୋଲି ତାଙ୍କର ଅନୁଭବ ହୋଇଥିବା ଗତକାଲି ଗଣମାଧ୍ୟମକୁ କହି ନିଜର ଅସନ୍ତୋଷ ଜଣାଇଥିଲେ ।
୨୦୦୦ ମସିହାରେ ବିଜେଡ଼ି ଟିକେଟରେ ବିଧାୟକ ହୋଇଥିବା ଅଶୋକ ପାଣିଗ୍ରାହୀ ୨୦୧୮ ପର୍ଯ୍ୟନ୍ତ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ । ତେବେ ୨୦୧୮ ଉପନିର୍ବାଚନରେ ତାଙ୍କୁ ବିଜେଡ଼ି ଟିକେଟ ମିଳିବନି ବୋଲି ଜାଣିବା ପରେ ବିଜେପି ଟିକେଟ ଲୋଭରେ ଦଳ ଛାଡ଼ି ପଳେଇ ଯାଇଥିଲେ । ଅଶୋକ ହିଁ ବିଜେଡ଼ିକୁ ଭଲ ଫାଇଟ୍ ଦେବେ ଏବଂ ଉପନିର୍ବାଚନ ନିଶ୍ଚିତ ଜିତିବେ ବୋଲି ବିଜେପି ନେତୃତ୍ୱ ଆକଳନ କରି ତାଙ୍କୁ ମନାଇଥିଲେ । ତେବେ ଉପନିର୍ବାଚନରେ ୬୦ ହଜାର ଭୋଟ ପାଇ ସେ ଚିତପଟାଙ୍ଗ ମାରିବା ପରେ ବିଜେପି ତାଙ୍କୁ ଭୁଲିଗଲା । ଗତ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଆଉ ଟିକେଟ ଦେଲାନି କି ନିର୍ବାଚନ ପ୍ରଚାରରେ ଲୋଡ଼ିଲାନି । ଏବେ ଉପନିର୍ବାଚନରେ ବି ତାଙ୍କୁ ଅନୁରୂପ ଅବସ୍ଥା ଭୋଗିବାକୁ ପଡ଼ିଲା । ନା ଟିକେଟ ପାଇଲେ ନା ଦଳର କୌଣସି କାର୍ଯ୍ୟକ୍ରମରେ ଲୋଡ଼ା ପଡ଼ିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ଏକ ୟୁଜ୍ ଆଣ୍ଡ ଥ୍ରୋ ଦଳ ବୋଲି ତାଙ୍କର ମତ ।
ଅଶୋକ ପୁଣି ବିଜେଡ଼ିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ତାଙ୍କ ନିଜର ସ୍ପଷ୍ଟ ମତ ଜଣାଇ ନ ଥିଲେ ମଧ୍ୟ ବିଜେଡ଼ିକୁ ସେ ଫେରିବା ନିଶ୍ଚିତ ବୋଲି କୁହାଯାଉଛି । ଯେ କୌଣସି ମୁହୁର୍ତ୍ତରେ ବିଜେଡ଼ିକୁ ଫେରି ବିଜେପୁର ଉପନିର୍ବାଚନରେ ସାମିଲ ହେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଆଜି ବିଜେପିରୁ ଇସ୍ତଫା ଦେବା ପରେ ସେ ଆଉ କୌଣସି ଦଳରେ ଯୋଗଦେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ତେବେ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସମର୍ଥକଙ୍କ ନିଷ୍ପତ୍ତି ଉପରକୁ ଛାଡ଼ି କେଁ ରଖିଦେଇଛନ୍ତି ।
ଗତ ସପ୍ତାହରେ ସେ ଗଣମାଧ୍ୟମ ଆଗରେ ବିଜେପି ଉପରେ ଅସନ୍ତୋଷ ଝାଡ଼ି ଦିନେ ଦି ଦିନ ଭିତରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଥିଲେ ମଧ୍ୟ ଦିନକ ପରେ ୟୁ ଟର୍ଣ୍ଣ ମାରିଥିଲେ । ବିଜେପି ସେ ଛାଡୁନାହାନ୍ତି କି ବିଜେଡ଼ିରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ତାଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା ଚାଲିଛି ତାହା ଗୁଜବ ବୋଲି ଦର୍ଶାଇଥିଲେ । ତେବେ ଗତକାଲି ସେ ଗଣମାଧ୍ୟମ ସାମନାରେ ପୁଣି ବିଜେପି ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଥିଲେ । ଦଳ ତାଙ୍କୁ ଅଣଦେଖା କରିଛି ବୋଲି କହିଥିଲେ । ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାଇଥିଲେ ।
ସୂଚନାଯୋଗ୍ୟ, ବିଜେପି ଏକ ୟୁଜ୍ ଆଣ୍ଡ ଥ୍ରୋ ଦଳ ବୋଲି ଅଶୋକଙ୍କ ପୂର୍ବରୁ ବରିଷ୍ଠ ନେତା ଦାମୋଦର ରାଉତ ବି ଅନୁଭବ କରିଥିଲେ । ବିଜେପୁର ଉପନିର୍ବାଚନ ଷ୍ଟାର କ୍ୟାମ୍ପେନର୍ ତାଲିକାରେ ତାଙ୍କ ନାଁ ନଥିବାରୁ ଗଣମାଧ୍ୟମରେ ସେ ମନର କ୍ଷୋଭ ଜଣାଇଥିଲେ । ସାଧାରଣ ନିର୍ବାଚନପରଠୁ ବିଜେପି ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନି କି ତାଙ୍କୁ କେହି ପଚାରୁନାହାନ୍ତି । ଏପରିକି ତାଙ୍କୁ ବିଜେପିକୁ ଡାକି ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କ ଫୋନ ଉଠାଉନାହାନ୍ତି ବୋଲି ଦାମବାବୁ ଦୁଃଖ କରିଥିଲେ ।
Previous Post

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ବୁଝାଇଲେ ମନ୍ତ୍ରୀ

Next Post

ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

Next Post
ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA