Wednesday, March 11, 2026 06:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

by Our Correspondent
31 May, 2016- 07:18 PM
in News
1 min read
0
ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ପୁଲିସ ଦ୍ୱାରା ଭୟଙ୍କର ନିର୍ଯାତିତ ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କ ଅବସ୍ଥା ଗୁରୁତର । ୪୩ ଡିଗ୍ରୀ  ଖରାରେ ପୁଲିସ ଦିନସାରା ବସାଇବା ଏବଂ ରାତି ଅଧରେ ଘରୁ ଉଠାଇ ଜେଲ୍‌ ପଠଇବା ପରଠୁଁ ତାଙ୍କ ଶେଷ ଜୀବନଟି ଯନ୍ତ୍ରଣାମୟ ହୋଇପଡ଼ିଛି । ଉଭୟ ମାନସିକ ଓ ଶାରୀରିକ ଭାବେ ସେ ଏବେ ଗୁରୁତର ଅସୁସ୍ଥ । ପୁଲିସର ଭୟ ଓ ଆତଙ୍କ ତାଙ୍କୁ ଗୁରୁତର ଅସୁସ୍ଥ କରିଦେଇଛି । କଟକ ଏସସିବି ମେଡ଼ିକାଲ କଲେଜ ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଚିକିତ୍ସାରେ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାନାମ୍ବର । ଜୀବନର ଶେଷ ପାହାଚ ଛୁଇଁଥିବା ଦୃଢ଼ ମନୋବଳଧାରୀ ବାନାମ୍ବରଙ୍କୁ ପୁଲିସ ମୁକ, ଜଡ଼ା ଓ ପଙ୍ଗୁ କରିଦେଇଛି ।

୯୦ ବର୍ଷ ବୟସ ପାର୍‌ କରିଛନ୍ତି ଭାପୁର ବ୍ଲକ୍‌ ରାମପଡ଼ା ଗ୍ରାମର ବାନାମ୍ବର ସ୍ୱାଇଁ । ଜୀବନତମାମ ସେ କେବେ ରୋଗରେ ପଡ଼ି ମେଡ଼ିକାଲ୍‌ ଯାଇଥିବା ପରିବାର ଲୋକ ଜାଣିନାହାନ୍ତି । ମନରେ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଏହି ପରିଣତ ବୟସରେ ବି ଚଳଚଞ୍ଚଳ କରି ରଖିଥିଲା । ବଡ଼ବୋହୁ ଦ୍ୱାରା ଘରୁ ତଡ଼ାଖାଇ ୮ ବର୍ଷ ହେଲା ବୃଦ୍ଧ ଦମ୍ପତ୍ତି ଗାଁ ନିକଟରେ ଏକ କୁଡ଼ିଆ ଘରେ ଭଡ଼ାରେ ରହୁଛନ୍ତି ଏବଂ ଭୁବନେଶ୍ୱରରେ ପେଟ ପାଇଁ ସଂଘର୍ଷ କରୁଥିବା ମଝିଆ ପୁଅର ସ୍ୱଳ୍ପ ରୋଜଗାରରେ ପେଟକୁ ଦାନା ପାଉଛନ୍ତି । ବଡ଼ପୁଅ ଓ ସାନପୁଅକୁ ହରାଇବାର ଦୁଃଖ ସାଙ୍ଗକୁ ବଡ଼ବୋହୁର ନିର୍ମମ ଅତ୍ୟାଚାର ବୃଦ୍ଧ ଦମ୍ପତ୍ତିଙ୍କ ଜୀବନକୁ ଦୁର୍ବିସହ କରିଥିଲେ ମଧ୍ୟ ଭାଙ୍ଗିପଡ଼ି ନ ଥିଲେ ବାନାମ୍ବର । ତେବେ ଗତ ଏପ୍ରିଲ୍‌ ୧୩ ତାରିଖ ବାନାମ୍ବରଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । ବଡ଼ବୋହୁ ଦ୍ୱାରା ମାଡ଼ଖାଇ ପୁଲିସଠାରୁ ନ୍ୟାୟ ପାଇବା ପରିବର୍ତ୍ତେ ପୁଲିସର ଥାର୍ଡ ଡିଗ୍ରୀ ଓ ଜେଲ୍‌ଦଣ୍ଡ ବୃଦ୍ଧ ବାନାମ୍ବରଙ୍କ ଜୀବନ ଦ୍ୱୀପକୁ ଅସ୍ତମିତ କରିଦେଇଛି ।

ସୂଚନାଯୋଗ୍ୟ, ବଡ଼ବୋହୁ ଦ୍ୱାରା କାଠଫାଳିଆରେ ମାଡ଼ ଖାଇ ବାନାମ୍ବର ଓ ପତ୍ନୀ ନ୍ୟାୟ ଭିକ୍ଷା କରି ଯାଇଥିଲେ ଫତେଗଡ଼ ଥାନାକୁ । ପୂର୍ବରୁ ଭାପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେବାକୁ ଯାଇଥିଲେ ମଧ୍ୟ ଡାକ୍ତର ବାବୁ ତାଙ୍କୁ ଚିକିତ୍ସା କରି ନ ଥିଲେ । କାରଣ ଥିଲା, ସେହି ଡାକ୍ତରଖାନାର ଡ୍ରାଇଭର ପ୍ରଭାତ ବଳିଆରସିଂ ହେଉଛନ୍ତି ଆକ୍ରମଣକାରୀ ବଡ଼ବୋହୁର ଭାଇ । ତାଙ୍କ ପତ୍ନୀ ବିଜେଡ଼ି ଦଳର ସରପଞ୍ଚ ଥିବାରୁ ପ୍ରଭାତଙ୍କ ପତିଆରା ଯଥେଷ୍ଟ । ଗୁଣ୍ଡାଗର୍ଦ୍ଦିଆ ପ୍ରଭାତ ସ୍ଥାନୀୟ ବାହୁବଳୀ ବିଜେଡ଼ି ନେତା ଗୟାଧର ପରିଡ଼ା ଓ ନିକଟରେ ଭିଜିଲାନସ୍‌ ଦ୍ୱାରା ଗିରଫ ଖଣ୍ଡପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଶିଶିର ସାହୁଙ୍କ ଡାହାଣହାତ । ଏହି ହିସାବରେ ଫତେଗଡ଼ ପୁଲିସ ଉପରେ ଏହି ଗୋଷ୍ଠୀର ନିୟନ୍ତ୍ରଣ ଜଣାଶୁଣା ।

ବୋହୁ ଦ୍ୱାରା ମାଡ଼ ଖାଇଲା ପରେ ସେମାନଙ୍କୁ ନ୍ୟାୟ ମିଳିବ କ’ଣ ଓଲଟି ବଡ଼ବୋହୁର ପାଲଟା ଏତଲାକୁ ଧରି ହିଂସ୍ର ହୋଇଯାଇଥିଲେ ଥାନାବାବୁ । ଏପ୍ରିଲ୍‌ ୧୪ ତାରିଖରେ ବାନାମ୍ବର ଓ ତାଙ୍କ ୮୫ ବର୍ଷର ପତ୍ନୀଙ୍କୁ ଆଇଆଇସି ସୁଧାକର ସାହୁ ଥାନା ବାହାରେ ଦିନତମାମ ୪୩ ଡିଗ୍ରୀ ଖରାରେ ସିଝାଇଥିଲେ । ଖାଲି ସେିତିକି ନୁହେଁ ଦିନକ ପରେ ରାତି ଅଧରେ ବାନାମ୍ବରଙ୍କୁ ଘରୁ ଉଠାଇ ଜେଲ୍‌ ପଠାଇଦେଇଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରବଳ ଚାପ ଯୋଗୁଁ ବୁଢ଼ାକୁ ଆରେଷ୍ଟ କରିବାକୁ ପଡ଼ିଲା ବୋଲି ଖୋଦ୍‌ ଫତେଗଡ଼ ଥାନାର ଜନୈକ ଅଧିକାରୀ ସ୍ୱୀକାର କରିଥିଲେ । ଆଉ ମନ୍ତ୍ରୀ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ନିରବତା ତାଙ୍କ ଭୂମିକାକୁ ଏବେ ବି ସନ୍ଦେହ ଘେରରେ ରଖିଛି ।

ଉଲ୍ଲେଖଯୋଗ୍ୟ, ବିଜେଡ଼ି କୁଜିନେତାଙ୍କ ଦ୍ୱାରା ଉଠବସ୍‌ ହେଉଥିବା ଫତେଗଡ଼ ଥାନା ଆଇଆଇସି ସୁଧାକର ସାହୁ ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କର କଲେଜ ସାଙ୍ଗ । ଅରୁଣଙ୍କ ଇଚ୍ଛାରେ ସେ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି । ତେବେ ରାଜନୈତିକ ଆନୁଗତ୍ୟ ଓ ଚାମଚାଗିରିରେ ଆଇଆଇସି ସାହୁ ତାଙ୍କର ମଣିଷପଣିଆ ଭୁଲିଯିବା ବୁଦ୍ଧିଜୀବୀମାନଙ୍କୁ ବିବ୍ରତ କରିଛି । ବାପା ମାଆଙ୍କର ଠିକ୍‌ ପୁଅ ହୋଇଥିଲେ ଏଭଳି ଅମାନବୀୟ କାର୍ଯ୍ୟକୁ ମନ ଯାଇ ନ ଥାଆନ୍ତା ବୋଲି ସେମାନେ କହିଛନ୍ତି । ଏବେ ରୋଗଶଯ୍ୟାରେ ଯନ୍ତ୍ରଣାରେ ଛଟପଟ ବାନାମ୍ବରଙ୍କ ଆଖିରୁ ଲୁହ ବୋହିବା ବନ୍ଦ ହେଉନି । ତାଙ୍କୁ ଏଭଳି ଅବସ୍ଥାକୁ ନେଇଥିବା ଅମଣିଷମାନେ ସେହି ଲୁହରେ ଯେ ଧ୍ୱଂସ ହୋଇ ନ ଯିବେ ତାହା କିଏ କହିବ ?

Previous Post

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

Next Post

ଋଷିଙ୍କ ଫୁଟାଣି ଭାଙ୍ଗିଲା

Next Post
ଋଷିଙ୍କ ଫୁଟାଣି ଭାଙ୍ଗିଲା

ଋଷିଙ୍କ ଫୁଟାଣି ଭାଙ୍ଗିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA