Sunday, March 15, 2026 02:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କ ବନ୍ଧୁପ୍ରେମ; ମୁଖ୍ୟ ଖବରକୁ ଚାପିଦେଲେ

by Our Correspondent
04 Oct, 2018- 10:31 PM
in Latest News, News
1 min read
0
ବୈଜୟନ୍ତଙ୍କ ବନ୍ଧୁପ୍ରେମ; ମୁଖ୍ୟ ଖବରକୁ ଚାପିଦେଲେ
ଭୁବନେଶ୍ୱର: ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ବେଲ୍ ପିଟିସନ୍ ଖାରଜ କରି ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ବୈଜୟନ୍ତ ପଣ୍ଡାଙ୍କୁ ବୋଧହୁଏ ଜୋରରେ ବାଧିଛି । ତାଙ୍କ ଟିଭିରେ ଖବରଟିକୁ ଗୁରୁତ୍ୱହୀନ କରିଦିଆଯାଇଥିବାରୁ ସାଧାରଣରେ ଏଭଳି ଧାରଣା ସୃଷ୍ଟି ହୋଇଛି । ଜନମାନସରେ ଖବରର ଗୁରୁତ୍ୱ କମାଇବାକୁ ଭରପୂର ଉଦ୍ୟମ ହୋଇଛି । ନିଜ ବନ୍ଧୁପ୍ରେମ ଆଗରେ ସମଗ୍ର ଓଡ଼ିଶାର ସ୍ୱାଭିମାନକୁ ବୈଜୟନ୍ତ ତୁଚ୍ଛ କରିଦେଇଥିବା ଏଥିରୁ ଧରାପଡ଼ିଯାଉଛି । ଆଜି ସଂଧ୍ୟାରେ ତାଙ୍କ ଟିଭିର ପ୍ରାଇମ୍ ବୁଲେଟିନ୍ ହିଁ ବୈଜୟନ୍ତଙ୍କ ଅସଲ ଚେହେରା ସାମନାକୁ ଆଣିଛି ।
ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଙ୍କୁ ଓଡ଼ିଶାକୁ ଡାକି ବୈଜୟନ୍ତ ନିଜ ହେଲିକପ୍ଟରରେ ବୁଲାଇଥିଲେ । ପୁରୀ, କୋଣାର୍କରେ ତାଙ୍କୁ ବୁଲାଇବା ବେଳେ ଅଭିଜିତ୍ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇଥିଲେ ଓ ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ । ସାରା ଓଡ଼ିଶାରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଉପରେ ପ୍ରଚଣ୍ଡ କୁଠାରଘାତକୁ ଓଡ଼ିଶାବାସୀ ଗ୍ରହଣ କରି ନାହାନ୍ତି । ମାମଲାରେ ଅଭିଜିତ୍ ଗିରଫ ହୋଇ ଅନ୍ତରୀଣ ଜାମିନ୍ ରେ ଅଛନ୍ତି । ସୁରକ୍ଷା ଆଳ ଦେଖାଇ ଅଭିଜିତ୍ କରିଥିବା ଜାମିନ୍ ପିଟିସନ୍ କୁ ଆଜି ସୁପ୍ରିମକୋର୍ଟ ଖାଲି ଅଗ୍ରାହ୍ୟ କରିନାହାନ୍ତି, କଡ଼ା ଭାଷା ଶୁଣାଇଛନ୍ତି । ‘ତମେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଜଳେଇଛ । ତମ ପାଇଁ ସବୁଠାରୁ ସୁରକ୍ଷିତ ଜାଗା ଜେଲ୍’ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି ।
ମାତ୍ର ଓଡ଼ିଶାର ସ୍ୱାଭିମାନ ସମ୍ବଳିତ ଏତେ ବଡ଼ ଖବରଟି ବୈଜୟନ୍ତ ପଣ୍ଡାଙ୍କ ଟିଭି ଚାନେଲ ପାଇଁ ଗୁରୁତ୍ୱ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜି ସଂଧ୍ୟାରେ ସବୁ ଚାନେଲ ସ୍ୱାଭାବିକ ଭାବେ ଏହାକୁ ମୁଖ୍ୟ ଖବର କରିଥିଲେ ମଧ୍ୟ ବୈଜୟନ୍ତଙ୍କ ଟିଭିରୁ ଏହା ଖୋଜିବାକୁ ପଡ଼ିଥିଲା । ବହୁ କଷ୍ଟ ହେଲା ଭଳି ଖବରଟି ଶେଷ ଆଡକୁ ଚୁଟକିରେ ସାରି ଦିଆଯାଇଥିଲା । ସତେ ଯେମିତି ଖବରଟି ପ୍ରଚାର କରି ଦର୍ଶକଙ୍କୁ ଦୟା କରାଯାଇଥିଲା । ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ଖବରରେ ଆଦୌ ସ୍ଥାନିତ କରା ନ ଯାଇ କେବଳ ଅଭିଜିତ୍ ଙ୍କ ଜାମିନ୍ ଆବେଦନ ଖାରଜ ହେଲା ବୋଲି କୁହାଯାଇଥିଲା । ମାଲିକଙ୍କ ବିନା ନିର୍ଦ୍ଦେଶରେ ଗୋଟିଏ ପ୍ରଫେସନାଲ୍ ଖବର ସରବରାହ ସଂସ୍ଥା କେବେ ବି ଏମିତି କରିପାରିବ? ନିଜକୁ ନିରପେକ୍ଷ ଓ ଲୋକଙ୍କ ହୃଦୟର ସ୍ୱର ଦାବି କରୁଥିବା ଚାନେଲଠାରୁ ଦର୍ଶକ ଏହି ଆଶା ରଖିବେ? ଆଜି ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ।
ସୂଚନାଥାଉକି, ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଦଳିଚକଟି ଦେଇଥିବା ବୈଜୟନ୍ତଙ୍କର ଏହି ବନ୍ଧୁଙ୍କୁ ସାରା ଓଡ଼ିଶାରେ ସମାଲୋଚନା ହେଉଥିବା ବେଳେ ବୈଜୟନ୍ତ କହିଥିଲେ ଅଭିଜିତ୍ ମଜ୍ଜାରେ ଏଭଳି କହିଥାଇପାରନ୍ତି । ପରେ ସବୁ ବିଧାୟକଙ୍କୁ ସେ ବୁଦ୍ଦୁ ବୋଲି କହିଥିଲେ ମଧ୍ୟ ବୈଜୟନ୍ତଙ୍କ ପ୍ରତିକ୍ରିୟା ନ ଥିଲା । ଏପରିକି ବିଧାନସଭାରେ ଦଳମତ ନିର୍ବିଶେଷରେ ତାଙ୍କ ମନ୍ତବ୍ୟ ବିରୋଧରେ ସ୍ୱର ଉଠି ଗୃହ କମିଟି ଗଠନ ହେବା ଖବରଟି ବୈଜୟନ୍ତଙ୍କ ଟିଭି ପାଇଁ ସେଦିନ ଗୁରୁତ୍ୱ ହେଲାନି । କିଛି ଦିନ ତଳେ ସେହି ଅଣଓଡ଼ିଆ ବନ୍ଧୁଙ୍କୁ ପର କହି ବୈଜୟନ୍ତ ଭ୍ରମ ସୃଷ୍ଟି କରିଥିଲେ । ମାତ୍ର ସେ ପର ନୁହଁନ୍ତି ତାଙ୍କର ପରମ ବନ୍ଧୁ ବୋଲି ଆଜି ପୁଣି ଥରେ ପ୍ରମାଣିତ କରିଛନ୍ତି ।
Previous Post

ବୈଜୟନ୍ତଙ୍କ ବନ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ଚୋଟ: ତମ ପାଇଁ ଜେଲ୍ ହିଁ ସୁରକ୍ଷିତ ଜାଗା

Next Post

ମିଆଦ ପୂରିଲା: ଥାନାରେ ହାଜର ହେଲେନି ଆୟାର

Next Post
ମିଆଦ ପୂରିଲା: ଥାନାରେ ହାଜର ହେଲେନି ଆୟାର

ମିଆଦ ପୂରିଲା: ଥାନାରେ ହାଜର ହେଲେନି ଆୟାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA