Friday, March 13, 2026 11:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଷ୍ଣବ ଗଣିତରେ କିଏ ପାସ୍ କିଏ ଫେଲ୍?

by Our Correspondent
22 Jun, 2019- 10:55 PM
in Latest News, News, Politics, Story Of The Week
1 min read
0
ବୈଷ୍ଣବ ଗଣିତରେ କିଏ ପାସ୍ କିଏ ଫେଲ୍?
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା, ବିଜେଡ଼ି ତାଙ୍କୁ ସମର୍ଥନ ଦେବା ଘଟଣା ଉଭୟ ଦଳର ତଳିଆ ନେତା, କର୍ମୀ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମନରେ ଭୟଙ୍କର ଦ୍ୱନ୍ଦ ସୃଷ୍ଟି କରିଛି । ଏଭଳି କେମିତି ହେଲା, ଆଗକୁ ଆଉ କ’ଣ ହେବ କେହି ଠଉରେଇ ପାରୁନାହାନ୍ତି । ସାଧାରଣ କର୍ମୀ କି ନେତାମାନଙ୍କ କଥା ଛାଡ଼ନ୍ତୁ, ବିଜେପି ଓ ବିଜେଡ଼ିର ତଥାକଥିତ ମୁଣ୍ଡିଆଳମାନେ ମଧ୍ୟ ଉପର ହାବଭାବର ଟେର୍ ପାଉନାହାନ୍ତି । ଅଶ୍ୱିନୀ ବୈଷ୍ଣବ କିଏ, ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୋଦି ଏବଂ ଶାହା କାହିଁକି ବ୍ୟଗ୍ର ହେଲେ ଏବଂ ସେମାନଙ୍କ ଆଗ୍ରହକୁ ସମ୍ମାନ ଜଣାଇ ନବୀନ ନିଜର ଗୋଟିଏ ଆସନକୁ କାହିଁକି ଟେକିଦେଲେ ତାହା ସମସ୍ତଙ୍କୁ ଅବୁଝା ହୋଇଛି ।
ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ କିଛି ଗଣମାଧ୍ୟମରେ ଅତୀତରେ ଚର୍ଚ୍ଚା ହୋଇଥିଲା । ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ବିଷ୍ଣୁ ଦାସଙ୍କୁ ନବୀନ ରାଜ୍ୟସଭାରୁ କୁଆଡ଼େ ହଟାଇ ଦେଇଥିଲେ । ମାତ୍ର କୌଣସି କାରଣରୁ ଶେଷ ମୁହୁର୍ତ୍ତରେ ନିଷ୍ପତ୍ତି ବଦଳାଇ ପ୍ରତାପ ଦେବଙ୍କୁ ପ୍ରାର୍ଥୀ କରିଥିଲେ । ଏହା ହେଉଛି ୨୦୧୭ ମସିହାର କଥା । ଏହାକୁ ଏବେ ବିଶ୍ୱାସ କରାଗଲେ, ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନଙ୍କ ଉପରେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ଚାପ ଥିଲା ବୋଲି କୁହାଯାଇପାରିବ । ତେବେ ବୈଷ୍ଣବଙ୍କ ପାଇଁ ମୋଦି ଓ ଶାହାଙ୍କ ବ୍ୟଗ୍ରତା କାହିଁକି ଏବଂ ଓଡ଼ିଶାରୁ ରାଜ୍ୟସଭା ପଠାଇବାର ଇଚ୍ଛା ପଛରେ କାରଣ କ’ଣ?
କୁହାଯାଉଛି, ବୈଷ୍ଣବ ମୂଳତଃ ଆରଏସଏସ୍ ଚିନ୍ତାଧାରା ବ୍ୟକ୍ତି । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସେ ଥିଲେ ପ୍ରାଇଭେଟ୍ ସେକ୍ରେଟାରୀ । ୨୦୦୨ ଗୁଜୁରାଟ ଦଙ୍ଗା ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବଞ୍ଚାଇବା ପାଇଁ ଏହି ବ୍ୟୁରୋକ୍ରାଟ୍ ଙ୍କର କୁଆଡ଼େ ବିଶେଷ ଭୂମିକା ଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବୈଷ୍ଣବଙ୍କ ଋଣ ସୁଝିବାକୁ ମନସ୍ଥ କରିଥିଲେ । ତେବେ ମୋଦିଙ୍କ ପସନ୍ଦର ପ୍ରାର୍ଥୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସେତେବେଳେ ନବୀନଙ୍କର ପଛଘୁଞ୍ଚା ପଛରେ ଦଳୀୟ ବାଧ୍ୟବାଧକତା ଥିଲା ।
ରାଜନୈତିକ ସମୀକ୍ଷକଙ୍କ ମତରେ, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକଙ୍କ ଉପରେ ଦଳୀୟ ଚାପ ନାହିଁ କି ବାଧ୍ୟବାଧକତା ନାହିଁ । ପଞ୍ଚମ ପାଳି ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ଥର ଦିଲ୍ଲୀଗସ୍ତରେ ଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ସମ୍ପର୍କରେ ଆଲୋଚନା ହୋଇଥାଇପାରେ । ଫଳସ୍ୱରୂପ, ମୋଦି ଓ ଶାହାଙ୍କୁ ନିରାଶ କରିବାକୁ ନବୀନ ଉଚିତ୍ ମଣିନାହାନ୍ତି । କାରଣ କେନ୍ଦ୍ରରେ ନିରଙ୍କୁଶ ମୋଦିଙ୍କୁ ହଲାଇ ପାରିବାର ଦମ୍ଭ ତାଙ୍କର ନାହିଁ । ବରଂ ମୋଦି ଚାହିଁଲେ ତାଙ୍କର ଅଶେଷ କ୍ଷତି କରିଦେଇପାରିବେ । ବିଭିନ୍ନ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ପାଣି ପିଆଇଦେବେ । ଚିଟଫଣ୍ଡ ଭଳି ବିଭିନ୍ନ ମାମଲାରେ ତାଙ୍କ ନେତାଙ୍କୁ ଛନ୍ଦି ଦେଇପାରିବେ । ପଡ଼ୋଶୀ ପଶ୍ଚିମବଙ୍ଗର ଅବସ୍ଥା ଦେଖୁଥିବା ନବୀନ ଝାମେଲାରେ ନପଶି ମୋଦି ଓ ଶାହାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଆଖିବୁଜା ସମର୍ଥନ ଦେଇଛନ୍ତି । ରାଜ୍ୟ ରାଜନୀତିରେ ନୂଆ ସମୀକରଣର ନିନ୍ଦା, ଅପବାଦକୁ ଖାତିର କରିନାହାନ୍ତି ।
ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେଲା ପରେ ଖଣି ବ୍ୟବସାୟୀ ପ୍ରଭାକରନ୍ ଙ୍କ ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଭାକରନ୍ ଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ମୂଳ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ଼ର ନିଦେ୍ର୍ଦଶକ ଅଛନ୍ତି ବୈଷ୍ଣବ । ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ଏବଂ ଆଡଲର ଇଣ୍ଡଷ୍ଟ୍ରିଆଲ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ଼ର ମଧ୍ୟ ସେ ନିଦେ୍ର୍ଦଶକ ଅଛନ୍ତି । ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡର ଅଫିସ ରହିଛି ଭୁବନେଶ୍ୱର ଇପିକଲ୍ ହାଉସ୍ ରେ । ଓଡ଼ିଶା କ୍ୟାଡରର ଏହି ଦକ୍ଷ ପୂର୍ବତନ ଆଇଏଏସ୍ ଅଫିସରଙ୍କ ବ୍ୟବସାୟିକ କାରବାରର ଚେର ତେଣୁ ବହୁତ ଲମ୍ବା । ଓଡ଼ିଶା ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଥିବାରୁ ଏଠାରୁ ହିଁ ରାଜ୍ୟସଭା ଯିବାକୁ ଚାହିଁଛନ୍ତି । ତେଣୁ ଗତକାଲି ଆଗ ରାଜ୍ୟସଭା ପ୍ରାର୍ଥୀ ଘୋଷିତ ହେଲା ପରେ ଆଜି ରାଜ୍ୟ ବିଜେପି ଅଫିସକୁ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।
ରୋଚକ କଥାଟି ହେଉଛି, ପ୍ରଭାକରନ୍ ଙ୍କ ତ୍ରିବେଣୀ ଆର୍ଥ ମୁଭର୍ସ ରାଜ୍ୟ ବିଜେପି ଟାର୍ଗେଟ୍ ରେ ମୂଳରୁ ରହି ଆସିଛି । ବିଜେଡ଼ି ସହ ପ୍ରଭାକରନ୍ ଙ୍କ ସମ୍ପର୍କ ଓ ତାଙ୍କଠାରୁ ଦଳୀୟ ପାଣ୍ଠି ସଂଗ୍ରହକୁ ନେଇ ଅତୀତରେ ବିଜେପି ନେତାମାନେ ତମ୍ବିତୋଫାନ କରିଛନ୍ତି । ବିଧାନସଭାକୁ ବାରମ୍ବାର ହଲାଇ ଦେଇଛନ୍ତି । ସେହି ପ୍ରଭାକରନ୍ ଙ୍କ ବ୍ୟବସାୟିକ ସହଯୋଗୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପର୍କ ଏବେ ସାମନାକୁ ଆସିଲାଣି । ଏହି ବୈଷ୍ଣବ ପୁଣି ଆଉ କେହି ନୁହଁନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପସନ୍ଦର ବ୍ୟକ୍ତି । ତେଣୁ ରାଜ୍ୟ ବିଜେପି ନେତାମାନଙ୍କ ପାଟି ଏବେ ବନ୍ଦ ହୋଇଯାଇଛି ।
ସେ ଯାହା ବି ହୁଅନ୍ତୁ, ଚଳିତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ନେତାଙ୍କ ତୀବ୍ର ଲଢ଼େଇ ଏବଂ ପରଷ୍ପର ପ୍ରତି ଆକ୍ଷେପୋକ୍ତି ବୋଧହୁଏ ଓଡ଼ିଶାର ନିର୍ବାଚନ ଇତିହାସରେ ଆଗରୁ ଦେଖିବାକୁ ମିଳିନାହିଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର କହି ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ବି ନବୀନ ସରକାରଙ୍କୁ ଭ୍ରଷ୍ଟାଚାରୀ ସରକାର କହି ବଦଳେଇବାକୁ ଆହ୍ୱାନ ଦେଇଥିଲେ । ଉଭୟ ଓଡ଼ିଶାରେ ଡବଲ୍ ଇଂଜିନ୍ ର ନାରା ଦେଇଥିଲେ ।
ତେବେ ନିର୍ବାଚନ ସରିବା ପରେ ଉଭୟ ନେତାଙ୍କ ସୌଜନ୍ୟତା ନାଁରେ କୋଳାକୋଳି ଓଡ଼ିଶାବାସୀ ଦେଖୁଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ କୌଣସି ଘୃଣା ଏବଂ ହୀନମନ୍ୟତା ନ ରହିବା ଠିକ୍ ହେଲେ ମଧ୍ୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଥିବା ନବୀନ ଯେ କୌଣସି କାରଣରୁ ବିଜେପି ଆଡକୁ ଢ଼ଳି ରହିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ନିଜର ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ଟେକି ଦେବା ପରେ ନବୀନଙ୍କର ସମଦୂରତା ଆଭିମୁଖ୍ୟ ଲୋକଙ୍କ ବିଶ୍ୱାସ ହରାଇଛି ।
ଅନ୍ୟପକ୍ଷରେ ଏହି ବୁଝାମଣାରେ ରାଜ୍ୟ ବିଜେପି ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ନବୀନ ପଟ୍ଟନାୟକ ପୁଣି ୫ ବର୍ଷ ପାଇଁ ନିରଙ୍କୁଶ କ୍ଷମତା ପାଇଛନ୍ତି । ତାଙ୍କ ସରକାର ବିରୋଧରେ ଟାଣପଣ ଦେଖାଇବାର ସାମର୍ଥ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟ ବିଜେପି ନେତାଙ୍କର ଆଉ ରହିବ ନାହିଁ । ମାପଚୁପରେ କଥା କହିବାକୁ ପଡ଼ିବ । ମୋଦି ଓ ଶାହାଙ୍କ ଇଚ୍ଛାକୁ ବୁଝିସୁଝି ଚାଲିବାକୁ ପଡ଼ିବ । ଉପରସ୍ତରର ବୁଝାମଣା ଅଧିକ କ୍ଷତିଗ୍ରସ୍ତ କରିଛି ତଳିଆ ନେତା ଓ କର୍ମୀଙ୍କୁ । ବିଜେଡ଼ି ବିରୋଧରେ କହିଲେ ମଲେ, ନକହିଲେ ମଲେ । ପୂରା ହୀନିମାନିଆ ଅବସ୍ଥା । ରାଜ୍ୟରେ ୨୩ ଆସନ ପାଇଥିବା ବିଜେପି ବାସ୍ତବରେ ବିରୋଧୀ ଦଳର ଭୂମିକାରେ ରହିବ ବୋଲି ଲୋକେ ଆଉ ବିଶ୍ୱାସ କରୁନାହାନ୍ତି ।
Previous Post

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Next Post

ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !

Next Post
ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !

ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA