Wednesday, March 11, 2026 08:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

by Our Correspondent
30 May, 2016- 06:36 AM
in News
1 min read
0
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ନବୀନ ନିବାସ ସୁରକ୍ଷାକର୍ମୀ ଶୁଭମ୍‌ ପାତ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏକାଧିକ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଶୁଭମ୍‌ ନିଜ ଉଚ୍ଚଶିକ୍ଷିତା ଚାକିରିଆ ପତ୍ନୀଙ୍କୁ ପ୍ରବଳ ପିଟୁଛନ୍ତି । ଦୁଇବର୍ଷ ତଳେ କିରୋସିନୀ ଢ଼ାଳି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ । ଶରୀରର କିଛି ଅଂଶ ପୋଡ଼ିଯାଇଥିଲେ ମଧ୍ୟ ବଞ୍ଚିଯାଇଥିଲେ ସେ । ବିବାହ ପରଠୁଁ ସ୍ୱାମୀଙ୍କ ନିର୍ଯାତନା ସମ୍ପର୍କରେ ସେ ପୁଲିସରଠାରୁ ଆରମ୍ଭ କରି ମହିଳା କମିଶନ ଯାଇଥିଲେ ମଧ୍ୟ ନିରାଶ ହୋଇଛନ୍ତି । ନିଜ ୪ ମାସ ଝିଅକୁ ଧରି ଏବେ ସେ ଭୟ ଓ ଆତଙ୍କରେ ଜୀବନ କାଟୁଛନ୍ତି । ଉଭୟ ମାଆ ଓ ଝିଅଙ୍କ ଉପରେ ଦିନକୁ ଦିନ ନିର୍ଯାତନା ଅସହ୍ୟ ହେଉଥିବାରୁ ଆଜି ସଂପୃକ୍ତ ମହିଳା ଡିସିପି ଓ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି ।

ଶୁଭମ୍‌ଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ ଯେତିକି ଲୋମହର୍ଷକ ସେତିକି ସାଂଘାତିକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ବେଡ ଗାର୍ଡ ଡିଉଟିରେ ନିୟୋଜିତ ଅଛନ୍ତି ଶୁଭମ । କ୍ଷମତାର ଗର୍ବ ଓ ଫୁଟାଣୀ ତାଙ୍କୁ ଅମଣିଷ କରିଦେଇଛି । ପ୍ରତିଦିନ ମଦ ପିଇ ବିଭିନ୍ନ ମହିଳା ଓ ଯୁବତୀଙ୍କ ସହ ରାତ୍ରିଯାପନ କରିବା ତାଙ୍କର ସଉକ ପାଲଟିଯାଇଛି । ଏଥିଯୋଗୁଁ ସେ ଘରକୁ ନିୟମିତ ନ ଆସି ପରଘରେ କି ହୋଟେଲରେ ରାତି କାଟନ୍ତି । ଏହା ଆଜିକାଲିକା ଘଟଣା ନୁହେଁ, ଜୁନ୍‌ ୨, ୨୦୧୨ରେ ବାହାଘର ପରଠୁଁ ତାଙ୍କର ଏଭଳି ସ୍ୱଭାବ ଜାଣିଥିଲେ ପତ୍ନୀ । ଏହାର ପ୍ରତିବାଦ କରିବାରୁ ପ୍ରତିଦିନ ନିର୍ଧୁମ୍‌ ମାଡ଼ ଖାଇବା ସହ ଦୁର୍ବିସହ ଜୀବନ ଜୀଉଁଛନ୍ତି ।

ବାହାଘରର କିଛି ଦିନ ପରେ ସେ ସ୍ୱାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ପୁଲିସ ଓ ମହିଳା କମିଶନଙ୍କୁ ଅବଗତ କରାଇଥିଲେ ମଧ୍ୟ ସ୍ୱାମୀଙ୍କ ପାୱାର୍‌ ଆଗରେ ହାର୍‌ ମାନିଛନ୍ତି । ୨୦୧୩ ଡିସେମ୍ବରରେ ସ୍ୱାମୀ ତାଙ୍କୁ କିରୋସିନୀ ଢ଼ାଲି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଦେହର ବିଭିନ୍ନ ଅଂଶ ତାଙ୍କର ପୋଡ଼ିଯାଇଥିଲେ ମଧ୍ୟ ସେ ବଞ୍ଚିଯାଇଥିଲେ । ତେବେ ଶ୍ୱଶୁର ଘର ଲୋକଙ୍କ ଭୟ ଓ ପ୍ରରୋଚନାରେ ପଡ଼ି ସେ ପାଟି ଚୁପ୍‌ କରିଥିଲେ । ଇତିମଧ୍ୟରେ ତାଙ୍କର ୪ ମାସର ଝିଅଟିଏ ଅଛି । ହେଲେ ପର ନାରୀ ସହ ରାତ୍ରିଯାପନ ଅଭ୍ୟାସ ଯୋଗୁଁ ପତ୍ନୀଙ୍କୁ ନିର୍ଯାତନା ମାତ୍ରା କମିବା ପରିବର୍ତ୍ତେ ଆହୁରି ହିଂସ୍ର ହୋଇଛି । ରାତି ହେଲା ମାତ୍ରେ ଭୟ ଓ ଆତଙ୍କରେ ସମୟ କାଟୁଛନ୍ତି ମହିଳା । ମଦ୍ୟପ ସ୍ୱାମୀଙ୍କଠାରୁ ପ୍ରବଳ ମାଡ଼ ଖାଉଛନ୍ତି । ସ୍ୱାମୀଙ୍କ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଅସହାୟ ଏହି ମହିଳା ଜଣଙ୍କ କେତେଥର ଆତ୍ମହତ୍ୟା ଉଦ୍ୟମ ବି କରିଛନ୍ତି ।

ଶାସ୍ତ୍ରୀନଗର ୧୪୭୩ ନମ୍ବର ପ୍ଲଟ୍‌ ରେ ଶୁଭମ୍‌ ତାଙ୍କର ଏହି ଅଲୋଡ଼ା ପରିବାରକୁ ନେଇ ଭଡ଼ାରେ ରହୁଛନ୍ତି । ନିର୍ଯାତନାରେ ସଢ଼ି ପଡ଼ିଥିବା ଅଭିଯୋଗକାରୀ ପତ୍ନୀ ଆଇଡ଼ିବିଆଇ ବ୍ୟାଙ୍କରେ ପିଓ ଭାବରେ କାର୍ଯ୍ୟ କରୁଛନ୍ତି । ସ୍ୱୀମୀ ନିଜ ଦରମା ଟଙ୍କାକୁ ଆଦୌ ଘର ଖର୍ଚ୍ଚ ପାଇଁ ନ ଦେଇ ମଦ ଓ ପର ନାରୀ ପିଛା ଖର୍ଚ୍ଚ କରୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ନିଜ ଦରମା ପଇସା ଅଣ୍ଟୁ ନ ଥିବାରୁ ତାଙ୍କ ଦରମା ପଇସାକୁ ଅନାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି । ସ୍ୱାମୀଙ୍କୁ ବାଟକୁ ଆଣି ଭଲ ମଣିଷ କରିବାକୁ ସେ ବହୁ ଉଦ୍ୟମ କରି ଫେଲ୍‌ ହେବା ପରେ ଏବେ ମୁହଁ ଖୋଲିଛନ୍ତି ପତ୍ନୀ ଶ୍ରୀମତୀ ଦାସ । ପତ୍ନୀଙ୍କ ଅଭିଯୋଗ ସଂକ୍ରାନ୍ତରେ ଆମେ ଶୁଭମ୍‌ ଙ୍କ ପ୍ରତିକ୍ରିୟା ଜାଣିବାକୁ ବହୁ ଚେଷ୍ଟା କରିଥିଲୁ । ମାତ୍ର ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Previous Post

ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

Next Post

ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

Next Post
ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA