Wednesday, March 11, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

by Our Correspondent
23 Jun, 2016- 07:32 PM
in News
1 min read
0
ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜାଲିଆତି ଘୋଡାଇବାକୁ କଞ୍ଚା ମିଛ କହିଛନ୍ତି ନବକିଶୋର ସାହୁ । ଏ ବାବୁ ହେଉଛନ୍ତି ନୟାଗଡ଼ କ୍ରିଷ୍ଣା କ୍ଲିନିକ୍‌ର ମାଲିକ ସବିତା ସାହୁଙ୍କ ସ୍ୱାମୀ । ଡାକ୍ତର ମୋତିଲାଲଗୌଡ଼ଙ୍କ ଜାଲିଆତି ଘୋଡାଇ ଗଣମାଧ୍ୟମରେ ଡିହ ଗାଲୁ ମାରିଛନ୍ତି ସେ । ପତ୍ନୀଙ୍କ ମାଲିକାନାରେ ଥିବା କ୍ରିଷ୍ଣା କ୍ଲିନିକ୍‌ରେ ମୋତିଲାଲ କୁଆଡେ ୨୦୧୦ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଡାକ୍ତର ଥିଲେ । ପରେ ଆଉ ନାହାନ୍ତି । କ୍ଲିନିକ୍‌ରେ ଡାକ୍ତର ଥିବାବେଳେ ଗୌଡ଼ ଚାକିରିରେ ନ ଥିଲେ ବୋଲି ନବବାବୁ ସଫେଇ ଦେଇଛନ୍ତି । ତେବେ ନବବାବୁଙ୍କ ସଫେଇ ଡିଏମ୍‌ଇଟି ରେଜିଷ୍ଟ୍ରି ତାଲିକାରୁ ଡାହା ମିଛ ବୋଲି ଧରା ପଡ଼ିଯାଇଛି ।

ଡିଏମ୍‌ଇଟିର କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଇନ୍‌ ନୟାଗଡ ତାଲିକାର ଦୁଇ ନମ୍ବରରେ ରହିଛି କ୍ରିଷ୍ଣା କ୍ଲିନିକ୍‌ । ସେଥିରେ ମୋତିଲାଲ ଗୌଡ଼ ଇନ୍‌ଚାର୍ଜ ଡାକ୍ତର ବୋଲି ଉଲ୍ଲେଖ ଅଛି । ଯାହାର ଭାଲିଡିଟି ପିରିୟର୍ଡ ବା ଅବଧି ସମୟ ରହିଛି ୯.୧.୨୦୧୪ ରୁ ୮.୧.୨୦୧୬ । ନିକଟରେ ଏହି ଅବଧି ସମୟ ଆଉ ଦୁଇବର୍ଷ ବଢ଼ିଥିବା ଜଣାପଡ଼ିଛି । ଶେଷ ହୋଇଥିବା ଅବଧି ସମୟରେ ଡାକ୍ତର ମୋତିଲାଲ୍‌ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଜଣା । ଅର୍ଥାତ୍‌ ସରକାରୀ ଚାକିରିରେ ଥାଇ ଡାକ୍ତର ମୋତିଲାଲ ଘରୋଇ କ୍ଲିନିକ୍‌ ରେ ଇନଚାର୍ଜ ଡାକ୍ତର ଭାବେ ରେଜିଷ୍ଟ୍ରି ହୋଇଛନ୍ତି । କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ରେଜିଷ୍ଟ୍ରେସନ୍‌ ନମ୍ବର ଏମବିବିଏସ୍‌ ୬୧୩/୨୦୦୭ରେ ଡାକ୍ତର ମୋତିଲାଲଙ୍କ ନାଁରେ କ୍ଲିନିକ୍‌ ପଞ୍ଜୀକୃତ ହୋଇଛି ।

ନିୟମ କହୁଛି, ସରକାରୀ ଚାକିରୀ କରୁ ନ ଥିବା ଡାକ୍ତର ହିଁ ପ୍ରାଇଭେଟ୍‌ ପ୍ରାକ୍ଟିସ୍‌ କରିପାରିବେ ଏବଂ ତାଙ୍କ ନାଁ ରେ କ୍ଲିନିକ୍‌ ରେଜିଷ୍ଟ୍ରେସନ୍‌ ଅନୁମତି ମିଳିବ । ମାତ୍ର ଡାକ୍ତର ମୋତିଲାଲ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ସହକାରୀ ନିର୍ଦ୍ଦେଶକ ପଦରେ ଥାଇ ଏକ ଘରୋଇ କ୍ଲିନିକ୍‌ରେ ନିଜକୁ ରେଜିଷ୍ଟ୍ରି କରାଇବାର ସମର୍ଥ ହେବା ପଛର ରହସ୍ୟ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ସତ୍ୟକୁ କ୍ଲିନିକ୍‌ ମାଲିକାଣୀ ସବିତା ସାହୁଙ୍କ ସ୍ୱାମୀ ନବକିଶୋର ଫାଙ୍କି ଡାକ୍ତର ମୋତିଲାଲଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରିବା ପଛର ରହସ୍ୟ ବି ଜଳ ଜଳ ଦିଶୁଛି । ସାହୁ ଦମ୍ପତ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍‌ ଲୋକ ହୋଇଥିବା ବେଳେ ମୋତିଲାଲ ବି ଅରୁଣଙ୍କର ଖାସ୍‌ ଲୋକ । ସୁତରାଂ ଏହି ଖାସ୍‌ ଚକ୍ରରେ ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରବିନ୍ଦୁ ହୋଇଥିବା ଯେ କେହି କହିବ । କ୍ରାଇମ୍‌ବ୍ରାଞ୍ଚର ନିରପେକ୍ଷ ତଦନ୍ତ ଏହି ଖାସ୍‌ ଚକ୍ରକୁ ଭେଦ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ମାତ୍ର ଏହି ନିରାଟ ସତକୁ ଡାହା ମିଛ କରିଛନ୍ତି ନବକିଶୋର । ମୋତିଲାଲଙ୍କ ଗୋଟିଏ ଜାଲିଆତିକୁ ଲୁଚାଇବାକୁ ଯାଇ ସେ ଆଉ ଏକ ସାଂଘାତିକ ଜାଲିଆତି ଭୂମିଷ୍ଠ କରିଛନ୍ତି । ଏହି ଡବଲ ଅପରାଧ ଉପରେ କିଭଳି ଶାସ୍ତି ହେଉଛି ତାହା ଏବେ ଦେଖିବାର କଥା ।

Previous Post

ନୟାଗଡ଼ ଲମ୍ବିଛି ଜାଲିଆତି ଚେର

Next Post

ମୋତିଲାଲ୍‌ ଅଣ୍ଡରଗ୍ରାଉଣ୍ଡ, ରାଜ୍ୟ ବାହାରକୁ ଛୁ !

Next Post
ମୋତିଲାଲ୍‌ ଅଣ୍ଡରଗ୍ରାଉଣ୍ଡ, ରାଜ୍ୟ ବାହାରକୁ ଛୁ !

ମୋତିଲାଲ୍‌ ଅଣ୍ଡରଗ୍ରାଉଣ୍ଡ, ରାଜ୍ୟ ବାହାରକୁ ଛୁ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA