Friday, March 13, 2026 10:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ଚମକାଇଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
21 Jun, 2019- 07:28 PM
in Latest News, News, Politics
1 min read
0
ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ଚମକାଇଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ପୁଣି ଚମକେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ସେମାନେ ହେଲେ, ବିଜେଡ଼ି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ । ଅମର ପଟ୍ଟନାୟକ ଏବଂ ସସ୍ମିତ୍ ପାତ୍ରଙ୍କ ନାଁ ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲା । ମାତ୍ର ଗଣମାଧ୍ୟମ ଚର୍ଚ୍ଚାରେ ନ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅବଶ୍ୟ ରାଜ୍ୟସଭା ଚର୍ଚ୍ଚାରେ ସେ ନୂଆ ନୁହଁନ୍ତି । ଗତଥର ରାଜ୍ୟସଭା ପାଇଁ ତାଙ୍କ ନାଁ ଚର୍ଚ୍ଚା ହୋଇଥିଲା । ମାତ୍ର ଏଥର ଚର୍ଚ୍ଚାରେ ନ ଥିଲେ ସେ ।
ଓଡ଼ିଶା କ୍ୟାଡରର ଆଇଏଏସ ଥିଲେ ଶ୍ରୀ ବୈଷ୍ଣବ । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ପାଇଁ ବହୁ ବର୍ଷ କାର୍ଯ୍ୟ କରିଛନ୍ତି ଏବଂ ଜଣେ ଦକ୍ଷ ଅଫିସର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା ବେଳେ ପ୍ରଶଂସା କରିଥିଲେ ।
ଡ. ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପ ଦେବଙ୍କ ଇସ୍ତଫା ପରେ ରାଜ୍ୟସଭାର ତିନୋଟି ଆସନ ଖାଲି ପଡ଼ିଥିଲା । ଡ. ସାମନ୍ତ କନ୍ଧମାଳରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ା ଏବଂ ଶ୍ରୀ ଦେବ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଏହି ତିନୋଟି ଆସନ ପାଇଁ ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା ଥିଲା । ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ନଳିନୀ ପ୍ରଧାନ ଥିଲେ ଚର୍ଚ୍ଚାର ସର୍ବାଗ୍ରେ । ତେବେ ଅମର ପଟ୍ଟନାୟକ ଏବଂ ଡ. ସସ୍ମିତ୍ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିରାଶ କରିନାହାନ୍ତି । ନିର୍ବାଚନ ସମୟରେ ଦଳ ପାଇଁ ସେମାନଙ୍କର ପରିଶ୍ରମ ଓ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି ।
ସୂଚନାଯୋଗ୍ୟ, ଇସ୍ତଫା ଦେଇଥିବା ଡ. ଅଚୁ୍ୟତ ସାମନ୍ତ ଏବଂ ସୌମ୍ୟରଂଜନ ପଟ୍ଟନାୟକ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇରେ ସରିଥାଆନ୍ତା ।
Previous Post

+୨ ରେଜଲ୍ଟ: କଳାରେ ୬୫.୮୯%, ବାଣିଜ୍ୟରେ ୭୦.୨୬% ପାସ୍

Next Post

ହୋଇଗଲା ବୁଝାମଣା: ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ, ବିଜେଡ଼ିର ସମର୍ଥନ

Next Post
ହୋଇଗଲା ବୁଝାମଣା: ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ, ବିଜେଡ଼ିର ସମର୍ଥନ

ହୋଇଗଲା ବୁଝାମଣା: ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ, ବିଜେଡ଼ିର ସମର୍ଥନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA