Sunday, March 15, 2026 01:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ

by Our Correspondent
28 Dec, 2019- 08:10 PM
in Guest Column, News
1 min read
0
ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ
କଟକରୁ ସୌମ୍ୟଜିତ୍ ମହାନ୍ତି
ନ୍ୟୁ ଇୟର୍ ସେଲିବ୍ରସନ୍ ଟାଇମରେ ହଠାତ୍ ଖବର କାଗଜ ଓ ଟେଲିଭିଜନ୍ ମିଡିଆ ଗୁଡ଼ିକୁ ମିଳିଛି  ଏକ ଜବରଦସ୍ତ ଖବର ।  ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ କିଛି ବାଂଲାଦେଶୀ ଯୁବତୀ କମିଶନରେଟ୍ ପୋଲିସ ଜାଲରେ ପଡ଼ିବା ପରେ ଏମାନଙ୍କୁ ମସଲା ମିଳିଯାଇଛି । ଯେମିତି ଖବର କାଗଜର ପୃଷ୍ଠା ଲେଉଟାଉ ଲେଉଟାଉ ପାଠକ ବାନ୍ଧି ହୋଇ ରହିବେ ଏବଂ ଟେଲିଭିଜନ୍ ଖୋଲୁ ଖୋଲୁ ଦର୍ଶକ ଉଠିବାକୁ ମନ ନକରିବେ । ଏମିତି ସେକ୍ସ ଷ୍ଟୋରି ସେଲ୍ କରିପାରିଲେ ଭଲ ଟିଆରପି ଆସିବ, ଆଉ ପେପରର ଚାହିଦା ବି ବଢ଼ିବ ।
ସେକ୍ସ ଷ୍ଟୋରିର ଶବ୍ଦ ସଂଯୋଜନାକୁ ନେଇ ଆରମ୍ଭ ଆରମ୍ଭ ହୋଇଛି ପ୍ରତିଯୋଗିତା । ହଠାତ୍ ବାହାରିଛି ‘ସେକ୍ସ ଦିଦି’ ଶବ୍ଦ । ପୂର୍ବରୁ ଦେହ ବ୍ୟବସାୟ ସଂକ୍ରାନ୍ତ ଖବର ସହ ‘ରାଣୀ ମହୁମାଛି’ ଶବ୍ଦକୁ ନେଇ ପରିଚିତ ପାଠକ ହଠାତ୍ ଏକ ନୂଆ ଶବ୍ଦ ପାଇଛନ୍ତି । ସେକ୍ସ ଦିଦି କାନକୁ ଭଲ ଶୁଭୁଥିବା ଏ ଶବ୍ଦ ଏବେ ଖଟିରେ ଜମୁଛି । ତେବେ ଦିଦି ପୁଣି ସେକ୍ସ ଦିଦି କିଏ ? କେଉଁଠୁ ଆସିଲା ଏ ଶବ୍ଦ ? ହଁ, କୌଣସି ଜଣେ ମହିଳା କାମ ଦେବାର ପ୍ରତିଶ୍ରୁତି ଦେଇ ଏହି ଯୁବତୀମାନଙ୍କୁ ବାଂଲାଦେଶରୁ ଓଡ଼ିଶା ଆଣିଥିବା ପୋଲିସ୍ କହିଲା । ଆଉ ଅଟକ ଯୁବତୀମାନେ ମହିଳାଙ୍କ ନାଁ ନକହି ‘ଦିଦି’ ସମ୍ବୋଧନ କରୁଥିବା ବେଳେ ଆମ ଗଣମାଧ୍ୟମ ବନ୍ଧୁମାନେ ‘ଦିଦି’ ଶବ୍ଦ ପୂର୍ବରୁ ସେକ୍ସ ଯୋଡ଼ିଦେଲେ ।
ରାଣୀ ମହୁମାଛିର ବିକଳ୍ପ ଏ ଶବ୍ଦକୁ ନେଇ ଗୁଲିଖଟି ସରି ନଥିବା ବେଳେ ଫଲୋ ଅପ୍ ଷ୍ଟୋରି (ଗପ)ରେ ଆଉ ପାଦେ ଆଗକୁ ଚାଲି ଯାଇଛି ପ୍ରମୁଖ ଖବର କାଗଜ । ଏହି ଖବର କାଗଜ ଏମିତି ‘ସଟ୍’ ମାରିଛି ଯାହା ରାଜଧାନୀରେ ବାଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ ସଂକ୍ରାନ୍ତ ଖବରକୁ ଅଧିକ ତାଜା କରି ରଖିଛି । ଖବରରେ ‘ସଟ୍ ପିଛା ୫ରୁ ୧୦ ହଜାର ଟଙ୍କା’ ପର୍ୟ୍ୟନ୍ତ ଦର ଉଲ୍ଲେଖ କରାଯାଇଛି । ସମଝଦାରୋଁ କୋ ଇସାରା କାଫି ହୈ, ଶୈଳୀରେ ଅନେକ ଏହା ବୁଝିନେଲେ । ହେଲେ କୁନି ପିଲାଟି କିଛି ଠଉରେଇ ପାରିଲାନି । ଖବର କାଗଜଟି ଧରି ହଠାତ୍ ଜେଜେଙ୍କ ପାଖକୁ ଚାଲିଗଲା । ଜେଜେ ସଟ୍ ପିଛା ୫ରୁ ୧୦ ହଜାର, ଏ ସଟ୍ ମାନେ କଣ ?
ୟାଡୁ ସ୍ୟାଡୁ କହି ଜେଜେ, ନାତିକୁ ସିନା ଭୁଲାଇ ଦେଲେ, ହେଲେ ଖବର କାଗଜରେ ଏଭଳି ଶବ୍ଦ ବ୍ୟବହାରକୁ ସେ ହଜମ କରିପାରିଲେନି । କାହିଁକି, ଏଭଳି ଶବ୍ଦର ବ୍ୟବହାର ଏବଂ କାହିଁକି ଏଭଳି ଅଦରକାରୀ ଖବରକୁ ଅଯଥାରେ ଫେଣାଯାଉଛି, ତାକୁ ନେଇ ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛନ୍ତି ।
ସେକ୍ସ ଷ୍ଟୋରିକୁ ନେଇ ଖବର କାଗଜର ଶବ୍ଦ ସଂଯୋଜନା ଚର୍ଚ୍ଚା ସରି ନଥିବା ବେଳେ ହଠାତ୍ ଗୋଟେ ପରେ ଗୋଟେ ଟେଲିଭିଜନରେ ଉଭା ହେଉଛନ୍ତି ବାଂଲାଦେଶୀ ଯୁବତୀ । ଟିଆରପି ପାଇଁ ମୁହଁ ବ୍ଲର୍ କରି ଚାଲୁଛି ଇଣ୍ଟର୍ଭ୍ୟୁ କମ୍ପିଟିସନ୍ । କେମିତି ବାଂଲାଦେଶରୁ ଆସିଲ? କାହିଁକି ଆସିଲ? ତୁମକୁ ଆଣିଥିବା ସେକ୍ସ ଦିଦି କୁଆଡ଼େ ଗଲେ? କେମିତି ଗ୍ରାହକଙ୍କ ସହ କଣ୍ଟାକ୍ଟ ହୁଏ? ଦିନରେ କେତେ? ରାତିରେ କେତେ? ଏମିତି ଅନେକ ପ୍ରଶ୍ନ ।
ଦେହ ବ୍ୟବସାୟ ବେଆଇନ୍ । ପୁଣି ଖବର ପାଇଲେ ପୋଲିସ୍ ଆକ୍ସନ୍ସ ନେଉଛି । ସଂପୃକ୍ତ ପୁରୁଷ ଜେଲ୍ ଯାଉଥିବା ବେଳେ ସର୍ଟ ଷ୍ଟେ ହୋମରେ କିଛି ଦିନ ରହି କାଉନସେଲିଂ ପରେ ମୁକ୍ତ ହେଉଛନ୍ତି ସଂପୃକ୍ତ ମହିଳା । ସମୟ ଅତିକ୍ରାନ୍ତ ସହ ଏଭଳି ଗୁରୁତ୍ୱହୀନ ଖବର ମିଳାଇ ଯାଉଛି । କିନ୍ତୁ ଏମିତି ଖବର ପାଇଲେ, ପ୍ରକାଶନ ବେଳେ ସାମାଜିକ ଦୃଷ୍ଟିକୋଣରୁ ଅଧିକ ଦାୟିତ୍ୱବାନ ଆଶା କରାଯାଉଥିବା ଗଣମାଧ୍ୟମ କିନ୍ତୁ ଦାୟିତ୍ୱହୀନ ହୋଇ ଯାଉଛନ୍ତି, ଯାହା ଅତ୍ୟନ୍ତ ପରିତାପର ବିଷୟ ।
Previous Post

ନଜର ରଖିଛି କଳିଙ୍ଗ ସେନା

Next Post

ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

Next Post
ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

ନବୀନଙ୍କ ନବବର୍ଷ ଭେଟି: ଆଉ ନୁହେଁ ତହସିଲ ଯନ୍ତ୍ରଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA