Friday, March 13, 2026 09:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହୋଇଗଲା ବୁଝାମଣା: ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ, ବିଜେଡ଼ିର ସମର୍ଥନ

by Our Correspondent
21 Jun, 2019- 08:33 PM
in Latest News, News, Politics
1 min read
0
ହୋଇଗଲା ବୁଝାମଣା: ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ, ବିଜେଡ଼ିର ସମର୍ଥନ
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ବିଜେଡ଼ି ନା ବିଜେପିର ରାଜ୍ୟସଭା ପ୍ରାର୍ଥୀ? ପ୍ରଶ୍ନ ଏଇଥିପାଇଁ ଉଠିଲା କି ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବାର ୨୦ ମିନିଟ୍ ପୂର୍ବରୁ(ସଂଧ୍ୟା ୬.୧୫ ମିନିଟ୍ ରେ) ବିଜେପିର ଅଫିସିଆଲ୍ ଟୁଇଟରରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ବୈଷ୍ଣବଙ୍କୁ ବିଜେଡ଼ି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ସସପେନ୍ସ ବଢ଼ିଯାଇଥିଲା । କେହି କିଛି ବୁଝିପାରି ନ ଥିଲେ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଗଣମାଧ୍ୟମକୁ ଡାକି ଏକ ସ୍ପଷ୍ଟୀକରଣ ଦେଇଥିଲେ । କହିଥିଲେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହାଙ୍କ ସହ ସେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ପରେ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ସସପେନ୍ସ ଦୂର ହୋଇଛି ।
ଯାହା ସୂଚନା ମିଳୁଛି, ମୁଖ୍ୟମନ୍ତ୍ରୀ ତାଙ୍କ ଦିଲ୍ଲୀ ଗସ୍ତ କାଳରେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏବଂ ଅମିତ୍ ଶାହାଙ୍କ ସହ କାଳେ କଥା ହୋଇଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ଆରାମଦାୟକ ସ୍ଥିତିରେ ଥିଲେ ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଅର୍ଥାତ୍ ମୋଦିଙ୍କ ପ୍ରସ୍ତାବିତ ପ୍ରାର୍ଥୀଙ୍କୁ ନବୀନ ମାନିନେଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମେ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଜାଣିଶୁଣି ନା ଭୁଲବଶତଃ ତାହା ସ୍ପଷ୍ଟ ଜଣାପଡୁନାହିଁ । ତେବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ନିଜର ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା କରିଥିବା ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ମୁଖ୍ୟମନ୍ତ୍ରୀ ଭୁଲ୍ ସୁଧାରି ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲେ । ଯାହା ବି ହେଉ, ଏହି ପ୍ରସଙ୍ଗଟି ବିଜେପି ଓ ବିଜେଡ଼ି ମଧ୍ୟରେ ରହିଥିବା ବୁଝାମଣାକୁ ଆହୁରି ଖୋଲିଦେଇଛି ।
Previous Post

ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ଚମକାଇଦେଲେ ମୁଖ୍ୟମନ୍ତ୍ରୀ

Next Post

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Next Post
ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA