Wednesday, February 25, 2026 01:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

ଆସିଲା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ

by Our Correspondent
30 Oct, 2020- 06:09 PM
in Health, Latest News, News
1 min read
0
ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

ଭୁବନେଶ୍ୱର: ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହେଲାଣି ଆଣ୍ଟବଡି । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ରିପୋର୍ଟ ଆସିଥିବା ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ଆଜି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ୫୦% ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କରୋନା ଛୁଇଁସାରିଲାଣି । କରୋନା ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ଆସିଛି ।

ଜୁଲାଇ ୧୧ରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଅନୁଷ୍ଠିତ ହୋଇଥିଲା । ସେଥିରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିବା ଜଣାପଡ଼ିଥିଲା । ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେ ରିପୋର୍ଟରେ ୫.୧% ଲୋକଙ୍କ ଆଣ୍ଟିବଡି ଥିଲା । ଅକ୍ଟୋବର ୧୬ ରୁ ୧୮ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ୫୦% ଲୋକଙ୍କଠାରେ ଆଣ୍ଟିବଡି ରିପୋର୍ଟ ଆସିଛି । ତେବେ ଏହି ତୃତୀୟ ପର୍ଯ୍ୟାୟ ଆଣ୍ଟିବଡି ଦୁଇ ସପ୍ତାହ ପୂର୍ବର । ଏବେ ସର୍ଭେ ହେଲେ ଅଧିକ ପ୍ରତିଶତ ଆଣ୍ଟିବଡି ଆସିବ ବୋଲି ଡ. ପତି କହିଛନ୍ତି ।

ତୃତୀୟ ସେରୋ ସର୍ଭେରେ ଭୁବନେଶ୍ୱରରର ୨୫ ଟି ୱାର୍ଡର ବିଭିନ୍ନ ସ୍ଥାନରୁ ୧୪୦୩ ସାମ୍ପଲ ନିଆଯାଇଥିଲା । ସେଥିରେ ଲିଙ୍ଗଗତ ଓ ବୟସଗତ ପାର୍ଥକ୍ୟ ନ ଥିଲା । ପରୀକ୍ଷଣରୁ ୫୫ ନମ୍ବର ୱାର୍ଡରେ ସର୍ବନିମ୍ନ ୨୮% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା ବେଳେ ୧୬ ନମ୍ବର ୱାର୍ଡରେ ସର୍ବାଧିକ ୬୩% ଲୋକଙ୍କର ଆଣ୍ଟିବଡି ହୋଇଛି । ୫ ଟି ୱାର୍ଡରେ ଆଣ୍ଟିବଡି ବିକଶିତ ଲୋକଙ୍କ ସଂଖ୍ୟା ୬୦% ରୁ ଅଧିକ ରହିଛି ।

ଏ ପର୍ଯ୍ୟନ୍ତ ଆହୁରି ୫୦% ଲୋକଙ୍କୁ କରୋନା ଛୁଇଁନି । ସୁତରାଂ ୫୦% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇନାହିଁ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ପତି କହିଛନ୍ତି । ଏହି ଲୋକମାନେ ଏବେ ବି ସମ୍ବେଦନଶୀଳ ଥିବାରୁ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ ।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଗତ ମାର୍ଚ୍ଚ ମାସରୁ କରୋନା ବିରୋଧରେ ଆମର ଲଢ଼େଇ ଚାଲିଛି । ବିଶ୍ୱରେ ୪ କୋଟି ୫୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଲକ୍ଷ ୮୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ୮୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୧ ଲକ୍ଷ ୨୧ ହଜାର ଲୋକ ପ୍ରାଣ ହରାଇଛନ୍ତି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଏବଂ ମୃତ୍ୟୁ ସଂଖ୍ୟା ୧୨୯୭ । ୨ ଲକ୍ଷ ୭୭ ହଜାର ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ସଂକ୍ରମିତ ଜିଲ୍ଲା ।

ବିଏମସି ଅଞ୍ଚଳରେ ୧୧ ଲକ୍ଷ ବାସିନ୍ଦା ଅଛନ୍ତି । ଭୁବନେଶ୍ୱରରେ ୩ ଟି ଜାଗାରେ କୋଭିଡ୍ ଟେଷ୍ଟ କରାଯାଉଛି । ୭ ଟି ହସ୍ପିଟାଲ୍ ରେ ରୋଗୀ ଚିକିତ୍ସା କରାଯାଉଛି । ବର୍ତ୍ତମାନ ବେଡସଂଖ୍ୟା ୧୭୩୮ ଥିବା ବେଳେ ଆଇସିୟୁ ବେଡ୍ ସଂଖ୍ୟା ୫୦୯ । ୨୧୬ ଭେଣ୍ଟିଲେଟର୍ ରହିଛି । ୫ ହଜାର କୋଭିଡ ଯୋଦ୍ଧା ଅନବରତ କାମ କରୁଛନ୍ତି ।

ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ୫୦% ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ଆଗକୁ ଆମକୁ ଆହୁରି ସଜାଗ ଓ ସଚେତନ ରହିବାକୁ ପଡିବ । ସାମାନ୍ୟତମ ଲକ୍ଷଣ ଦେଖିଲେ ଅଣଦେଖା ନ କରି ତୁରନ୍ତ ଟେଷ୍ଟ୍ କରାଇବା ଜରୁରୀ । ଅବହେଳା କରି ଛାଡିଦେଲେ ରୋଗ ଆମକୁ ମାଡ଼ି ବସିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।

Previous Post

ଘମାଘୋଟ ଯୁଦ୍ଧ ବେଳେ ସେନାପତି ଅନ୍ତର୍ଦ୍ଧାନ

Next Post

ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

Next Post
ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA