Saturday, April 18, 2026 09:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ

'ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱତନ୍ତ୍ରତା କ୍ଷୂର୍ଣ୍ଣ ହେବ ନାହିଁ'

by Our Correspondent
27 Sep, 2020- 07:42 PM
in Latest News
1 min read
0
ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ଅନେକ ଆଇନର ଏବେ ପ୍ରାସଙ୍ଗିକତା ନାହିଁ । ଯେଉଁଥିପାଇଁ ସଂଶୋଧନର ଆବଶ୍ୟକତା ପଡ଼ିଲା । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ହିଁ ୧୯୮୯ ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ଏହି ମତ ରଖିଛନ୍ତି ।

ଡ. ସାହୁ କହିଛନ୍ତି,

# ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱତନ୍ତ୍ରତା କ୍ଷୂର୍ଣ୍ଣ ହେବ ନାହିଁ । କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି ଏବଂ ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟଗୁଡିକରେ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବେ ।

# ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପ୍ରକ୍ରିିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ । କୁଳପତିଙ୍କ ଦ୍ୱାରା ଗଠିତ କମିଟିର ସୁପାରିଶ ଅନୁଯାୟୀ କୁଳାଧିପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇ ଥାଆନ୍ତି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହିଁ କିମ୍ବା କୁଳାଧିପତି ରାଜ୍ୟ ସରକାରଙ୍କ ସହମତି ଲୋଡନ୍ତି ନାହିଁ ।

# ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷ ଭାବେ ବିବେଚିତ ହୋଇଥାଏ । ଏପରି କ୍ଷେତ୍ରରେ ସ୍ୱଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୁରେଇ ରଖିବା ବାଂଛନୀୟ । ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର , ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ବିହାର ପରି ରାଜ୍ୟ ତୁଳନାରେ ଓଡିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନାହିଁ ।

# ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରକ୍ରିିୟାକୁ ତ୍ୱରାନିତ କରିବା ଲକ୍ଷ୍ୟରେ ଅଧିନିୟମର ସଂଶୋଧନ ଅଣାଯାଇ ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି ।

# ବର୍ତମାନ ବିଶ୍ୱବିଦ୍ୟାଳୟଗୁଡିକର ସଂଖ୍ୟା ବୃଦ୍ଧି ପାଇଥିବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିରନ୍ତର ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ବହୁଳ ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡୁଛି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି । ଏପରି କ୍ଷେତ୍ରରେ ଏକ ସାମ୍ବିଧାନିକ ସଂସ୍ଥା ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ନୂତନ ବ୍ୟବସ୍ଥାରେ ଶିକ୍ଷକ ପଦବୀ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ପାଳନ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ ହୋଇପାରିବ ।

# ସଂପ୍ରତି ବିଶ୍ୱବିଦ୍ୟାଳୟର ଅଣଶିକ୍ଷକ ପଦବୀ ନିମନ୍ତେ ବହୁଳ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରୁଥିବା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାର୍ଥୀ ଚୟନ କ୍ରମଶଃ କଷ୍ଟସାଧ୍ୟ ଓ ସମୟସାପେକ୍ଷ ହୋଇପଡିଛି । ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ରେ ସଂଶୋଧନ ପୂର୍ବରୁ ୬ରୁ ୭ଟି ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ ଠାରୁ ଅନୁମୋଦନ ଆଣି ଅଣଶିକ୍ଷକ ପଦବୀ ଚୟନ ନିମନ୍ତେ ରାଜ୍ୟ ସିଲେକସନ ବୋର୍ଡକୁ ଅନୁରୋଧ କରିଛନ୍ତି । ଏହିପରିପ୍ରେକ୍ଷୀରେ ରାଜ୍ୟ ସିଲେକନ ବୋର୍ଡ ପରି କେନ୍ଦ୍ରିଭୂତ ସଂସ୍ଥା ଦ୍ୱାରା ନିଯୁକ୍ତ ଅଣଶିକ୍ଷକ ନିଯୁକ୍ତି ଦ୍ୱାରା ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜ ସ୍ତରରେ କଷ୍ଟକର ନିଯୁକ୍ତି ପ୍ରକ୍ରିୟାରୁ ମୁକ୍ତ ହୋଇଛନ୍ତି ।

# ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୫୦୦ ପୃଷ୍ଟାରୁ ଅଧିକ ହେଉଥିବା ବେଳେ ମାନ୍ୟବର ବିଧାୟକମାନଙ୍କ ନିମନ୍ତେ ସମସ୍ତ ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ କପି ଯୋଗାଇବା କ୍ଷେତ୍ରରେ ଲକ୍ଷାଧିକ ପୃଷ୍ଠାର ଜେରକ୍ସ କପି ଆବଶ୍ୟକ ହେଉଥିବା ବେଳେ ଅଧିନିୟମରେ ସଂଶୋଧନ ଅଣାଯାଇ ଅଡିଟ ରିପୋର୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡକରିବାର ବ୍ୟବସ୍ଥା ରଖାଯାଇଛି ଏବଂ ଏହା ୱେବସାଇଗ୍ଦରେ ଅନ୍ତତ ପକ୍ଷେ ୩ ବର୍ଷ ନିମନ୍ତେ ପ୍ରଦର୍ଶିତ ହେବ । ପୂର୍ବରୁ ଅଡିଟ ରିପୋର୍ଟ ଜନସାଧାରଣଙ୍କ ହସ୍ତଗତ ହୋଇପାରୁନଥିବା ବେଳେ ଏହାକୁ ସାର୍ବଜନୀନ କରାଯାଇଛି ।

# ସମସ୍ତ ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେଉଥିବାରୁ ଯଦି ରିପୋର୍ଟ କୌଣସି ଗୁରତର ଅସଙ୍ଗତି କଥା ଉଲ୍ଲେଖ କରିଥାଏ ତେବେ ସେ ସମ୍ପର୍କରେ ଓଡିଶା ବିଧାନସଭାରେ ଆଲୋଚନା ହୋଇପାରିବ । ଏଥି ସହିତ ବିଧାନସଭାର ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଦ୍ୱାରା ଅଡିଟ ରିପୋର୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇପାରିବ ।

# ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା କେବଳ ଆଳଙ୍କାରିକ ହୋଇଯାଇଥିଲା ଏବଂ ପରିଚାଳନା କ୍ଷେତ୍ରରେ ଏହାର ପ୍ରାୟତଃ ଅବଦାନ ନଥଲା । ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟର କୌଣସି ବୈଠକ ନବସିବା ଦ୍ୱାରା ଏହା ପ୍ରାସଙ୍ଗିକତା ହରାଇ ବସିଛି । ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟରେ ସିନେଟର ଆବଶ୍ୟକତା ଅନୁଭବ କରାଯାଉନଥିବା ଯୋଗୁ ଏହାର ଉଚ୍ଛେଦ କରାଯାଇଛି ।

# ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କଂତ ବିଶ୍ୱବିଦ୍ୟାଳୟ ନିମନ୍ତେ ଅଲଗା ଅଲଗା ଅଧିନିୟମ ଥିବାବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ ପ୍ରଚଳନ ପରେ ସମସ୍ତ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିନିୟମକୁ ଉଚ୍ଛେଦ କରାଯାଇ ୧୯୮୯ ଅଧିନିୟମର ଅର୍ନ୍ତଗତ କରାଯାଇଛି । ତେଣୁ ପ୍ରଶାସନିକ ସୁବିଧା ନିମନ୍ତେ ରେଭେନସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫ ଉଚ୍ଛେଦ କରାଯାଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଅଧିନିୟମର ଅର୍ନ୍ତଭୁକ୍ତ କରାଯାଇଛି ।

# ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ । ପୂର୍ବପରି କୁଳପତି ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ । ସିଣ୍ଡିକେଟର ନିଷ୍ପତ୍ତି ବହୁମତରେ ନିଆଯାଏ । ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁଣ୍ଣ ରହିବ ।

ୱେବିନାରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସଂଶୋଧିତ ଅଧ୍ୟାଦେଶର ମୁଖ୍ୟ ଦିଗ ବିଷୟରେ ବିଶଦ ଭାବରେ ଆଲୋଚନାକରି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟର ଅଧିନିୟମର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

Previous Post

ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

Next Post

ବ୍ୟୋମକେଶ ଯୁବ, ଦେବୀରଞ୍ଜନ ଛାତ୍ର ବିଜେଡ଼ି ସଭାପତି

Next Post
ବ୍ୟୋମକେଶ ଯୁବ, ଦେବୀରଞ୍ଜନ ଛାତ୍ର ବିଜେଡ଼ି ସଭାପତି

ବ୍ୟୋମକେଶ ଯୁବ, ଦେବୀରଞ୍ଜନ ଛାତ୍ର ବିଜେଡ଼ି ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA