Wednesday, March 4, 2026 11:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ଦାବି ପୁଣି ଉଠାଇଲା ବିଜେଡ଼ି

ରାଜ୍ୟସଭାରେ ଦାବି କଲେ ଡ. ସସ୍ମିତ୍ ପାତ୍ର

by Our Correspondent
06 Aug, 2021- 06:19 PM
in Latest News, News
1 min read
0
‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ଦାବି ପୁଣି ଉଠାଇଲା ବିଜେଡ଼ି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ପାଇଁ ପାର୍ଲିଆମେଣ୍ଟରେ ପୁଣି ସ୍ୱର ଉଠାଇଛି ବିଜେଡ଼ି । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଦଳର ଯୁବ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ବେଶ୍ ପ୍ରଭାବୀ ଢ଼ଙ୍ଗରେ ପ୍ରସଙ୍ଗକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କଠାରେ ଓଡ଼ିଶାର ଦାବି ଦୋହରାଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଫୋରମ୍ ରେ ଓଡ଼ିଶାର ଏହି ନ୍ୟାଯ୍ୟ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଉପସ୍ଥାପିତ କରିଥିବା ମନେ ପକାଇ ଦେଇଥିଲେ ସାଂସଦ ।

ଡ. ପାତ୍ର କହିଥିଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥରେ ଆଗକୁ ବଢ଼ୁଛି । ତେବେ ପ୍ରଗତିରେ ବାଧକ ହେଉଛି ପ୍ରାକୃତିକ ଦୁର୍ବିପାକ । ନିୟମିତ ବ୍ୟବଧାନରେ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ବାତ୍ୟା ଓ ବନ୍ୟା ରାଜ୍ୟର ଅର୍ଥନୀତିକୁ ବିଗାଡ଼ି ଦେଉଛି । ପ୍ରାକୃତିକ ଦୁର୍ବିପାକଭରା ଓଡ଼ିଶାର ଅର୍ଥନୀତି ଅଣ୍ଟା ସଳଖି ଆଗକୁ ବଢ଼ିବା ପାଇଁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ନିହାତି ଜରୁରୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ ।

ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଭାବେ କେନ୍ଦ୍ରୀୟ ଯୋଜନାରେ ଖର୍ଚ୍ଚ ହେଉଥିବା କେନ୍ଦ୍ର-ରାଜ୍ୟ ଅର୍ଥଭାଗର ଆନୁପାତିକ ହାର ବଦଳୁ । ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ପର୍ଯ୍ୟନ୍ତ ଏହା ୬୦:୪୦ ରୁ ବଦଳି ୯୦:୧୦ ଅନୁପାତ ରହୁ । ଏହି ୩ ବର୍ଷ କେନ୍ଦ୍ର ସରକାର ୯୦% ପାଣ୍ଠି ବହନ କରନ୍ତୁ ।

ବର୍ତ୍ତମାନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କୁ ୬୦% ଏବଂ ରାଜ୍ୟ ସରକାରଙ୍କୁ ୪୦% ପାଣ୍ଠି ଦେବାର ନିୟମ ରହିଛି । ବାସ୍ତବରେ ଯୋଜନା କାର୍ଯ୍ୟାନ୍ୱୟ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟୟକୁ ମିଶାଇଲେ କେନ୍ଦ୍ର ରାଜ୍ୟ ପାଣ୍ଠି ଅନୁପାତ ୫୦:୫୦ ରହୁଛି । ସୁତରାଂ ପ୍ରାକୃତିକ ବିପର୍ଯ୍ୟୟର ତିନି ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଖର୍ଚ୍ଚ ଭାଗ ୧୦% ରଖାଗଲେ ଏହି ବଳକା ଅର୍ଥ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ଓ ପୁନଃନିର୍ମାଣ କାର୍ଯ୍ୟରେ ଲଗାଯାଇପାରିବ ବୋଲି ଡ. ପାତ୍ର ଦର୍ଶାଇଥିଲେ । ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ ।

କେବିକେ ଅଞ୍ଚଳର ସମସ୍ୟା ପ୍ରତି ମଧ୍ୟ ଡ. ପାତ୍ର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟ ଜିଲ୍ଲାରେ ଅଧିକ ବ୍ୟାଙ୍କ ସ୍ଥାପନ, ଟେଲିଫୋନ୍ ସଂଯୋଗ ଏବଂ ଇଣ୍ଟରନେଟ୍ ଯୋଗାଯୋଗ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ଯୋଗାଇ ଦିଅନ୍ତୁ ବୋଲି କହିଥିଲେ ।

Previous Post

୧୬ ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

Next Post

ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

Next Post
ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA