Friday, February 20, 2026 12:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ

ମହିମାଙ୍କୁ ସିବିଆଇର ମାରାଥନ୍ ଜେରା

by Our Correspondent
06 Aug, 2022- 08:26 PM
in Latest News, News
1 min read
0
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ତଥା ଓଡ଼ିଶା ଷ୍ଟେିଭେଡର୍ସ ଲିମିଟେଡ୍ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । କୋର୍ଟ ଚାଲାଣ ସହ ଅଧିକ ପଚରାଉଚୁରା ପାଇଁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନିଆଯାଇଛି । ମହିମା ଓ ବଡ଼ପୁଅ ଚନ୍ଦନଙ୍କୁ ମଧ୍ୟ ସିବିଆଇ ଛାଡୁନାହିଁ । ଆଜି ବି ଉଭୟଙ୍କୁ ମାରାଥନ୍ ଜେରା କରାଯାଇଛି । ପାରାଦ୍ୱୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ମିଶ୍ର ପରିବାରକୁ ଏହି ଦଶା ଭୋଗିବାକୁ ପଡ଼ିଛି ।

ଗତକାଲି ଚର୍ଚ୍ଚିତଙ୍କୁ ସିବିଆଇରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ହେଁ ସେ ଆସି ନ ଥିଲେ । ତେବେ ଆଜି ଭୋର୍ ୪ ଟାରେ ଭୁବନେଶ୍ୱର ସିବିଆଇ ଅଫିସ୍ ରେ ଚର୍ଚ୍ଚିତ ଆତ୍ମସମର୍ପଣ ଢ଼ଙ୍ଗରେ ହାଜର ହୋଇଥିବା କୁହାଯାଉଛି । ସେଠାରେ ତାଙ୍କୁ ୫ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାରାଦ୍ୱୀପ ବନ୍ଦରର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ସରୋଜ ଦାସଙ୍କଠାରୁ ଟଙ୍କା ନେଇ ତାଙ୍କ ନାଁରେ ଫ୍ଲାଟ୍ ବୁକ୍ କରିଥିବା ରିୟଲ୍ ଇଷ୍ଟେଟ୍ ମାଲିକ ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଆଜି ଗିରଫ କରିଛି । ଲାଞ୍ଚ ଟଙ୍କାରେ ସରୋଜ ଏହି ଫ୍ଲାଟ୍ ବୁକ୍ କରିଥିବା ଅଭିଯୋଗ ରହିଛି ।

ପାରାଦ୍ୱୀପ ବନ୍ଦରରେ ଲାଞ୍ଚ କାରବାର ଘଟଣାରେ ଗତକାଲି ୪ ଜଣ ଗିରଫ ହୋଇଥିଲେ । ସେମାନେ ହେଉଛନ୍ତି ପାରାଦ୍ୱୀପ ବନ୍ଦରର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ଶ୍ରୀ ଦାସ, ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ)ର ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ୍ ର ଅପରେସନ୍ ମ୍ୟାନେଜର ଶଙ୍ଖଶୁଭ୍ରା ମିତ୍ର ଓ ଠିକା କର୍ମଚାରୀ ସୁମନ୍ତ ରାଉତ । ଆଜି ଚର୍ଚ୍ଚିତଙ୍କ ସହ ଅନ୍ୟ ୩ ଜଣଙ୍କୁ ରିମାଣ୍ଡରେ ନେଇ ସିବିଆଇ ଅଧିକ ପଚରାଉଚୁରା କରୁଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ ଗିରଫ ହୋଇଛନ୍ତି ।

ସୂଚନାଥାଉକି, ଆଜି ତୃତୀୟ ଦିନରେ ସିବିଆଇ ଟିମ୍ ଲାଞ୍ଚ କାରବାର ମାମଲା ଲିଙ୍କ୍ ରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା ଜାରି ରଖିଛନ୍ତି । ବିଭିନ୍ନ ଜାଗାରେ ଚଢ଼ଉ ମଧ୍ୟ ଚାଲିଛି । ଆଜି ଦିନ ତମାମ ସିବିଆଇ ଟିମ୍ ପାରାଦ୍ୱୀପ ବନ୍ଦରର ଅନେକ ଅଧିକାରୀଙ୍କୁ ଗେଷ୍ଟ ହାଉସ୍ ଡାକିନେଇ ପଚରାଉଚୁରା କରିଥିଲା ।

ମାମଲାରୁ ଜଣାପଡ଼ିଛି, କିଛି ଦିନ ତଳେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର କାର୍ଗୋ ଅନଲୋଡିଂ ବେଳେ ପାରାଦ୍ୱୀପ ବନ୍ଦରରେ ଥିବା ଏକ କନଭେୟର ବେଲ୍ଟ ନଷ୍ଟ ହୋଇଯାଇଥିଲା । ଯାହାର ମରାମତି ଅତ୍ୟନ୍ତ ବ୍ୟୟବହୁଳ ଥିଲା । ତେବେ ବନ୍ଦର ମୁଖ୍ୟ ମେକାନିକାଲ୍ ଇଂଜିନିୟର୍ ଶ୍ରୀ ଦାସ ଏହାକୁ ଟଙ୍କା କମେଇବାର ସୁଯୋଗ ବୋଲି ଧରିନେଇଥିଲେ । ବନ୍ଦରର କ୍ଷତି ଦର୍ଶାଇ ବନ୍ଦର ରକ୍ଷଣାବେକ୍ଷଣ ଟଙ୍କାରେ ମରାମତି କରିଦେବାକୁ କହି ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସଂପୃକ୍ତ ସଂସ୍ଥା ଏଥିରେ ରାଜି ହେବା ପରେ ଲାଞ୍ଚ କାରବାର ହୋଇଥିଲା ।

ତେବେ କୌଣସି ସୂତ୍ରରୁ ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଏହି ଅଭିଯୋଗ ପଂହଞ୍ଚିଲା ପରେ ଏହାର ଛାନଭିନ୍ ଆରମ୍ଭ ହୋଇଥିଲା । ଦିଲ୍ଲୀ ଏବଂ ଭୁବନେଶ୍ୱର ସିବିଆଇର ୬ଟି ଟିମ୍ ମହିମା ମିଶ୍ରଙ୍କ ଘର ସମେତ ଓଏସଏଲ ଅଫିସ, କଟକ, ପାରାଦ୍ୱୀପ, ଭୁବନେଶ୍ୱର, ଜଗତସିଂହପୁରର ୧୫ ଟି ସ୍ଥାନରେ ଚଢ଼ଉ କରିଥିଲା । ଏପର୍ଯ୍ୟନ୍ତ ୮୫ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

Previous Post

୩ ଦିନିଆ ଦିଲ୍ଲୀଗସ୍ତରେ ମୁଖ୍ୟମନ୍ତ୍ରୀ

Next Post

ହୋମଗାର୍ଡଙ୍କ ପାଉଣା ବଢ଼ିଲା

Next Post
ହୋମଗାର୍ଡଙ୍କ ପାଉଣା ବଢ଼ିଲା

ହୋମଗାର୍ଡଙ୍କ ପାଉଣା ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA