Friday, February 20, 2026 12:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

ଚର୍ଚ୍ଚାରେ ମନ୍ତ୍ରୀଙ୍କ ଟେଲିଫୋନ୍, ସରପଞ୍ଚଙ୍କ ଭୂମିକା

by Our Correspondent
25 Nov, 2020- 11:56 PM
in Crime, Latest News, News
1 min read
0
ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

ଭୁୁବନେଶ୍ୱର: ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଛନ୍ତି । ଗତକାଲି ଘଟଣାଟି ବିଧାନସଭାରେ ଝଡ଼ ସୃଷ୍ଟି କଲା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମନ୍ତ୍ରୀ ତାଙ୍କ ବିବୃତିରେ ନୟାଗଡ଼ ପୁଲିସର ଅପାରଗତାକୁ ପରୋକ୍ଷରେ ସ୍ୱୀକାର କରିବା ସହ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କହିଛନ୍ତି ।

ମନ୍ତ୍ରୀ ତାଙ୍କ ବିବୃତ୍ତିରେ ପରୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିବା ସହ ଏହି ମାମଲାରେ ୪ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ବିଶ୍ଲେଷଣ କରାଯାଇଥିବା କହିଛନ୍ତି । ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଥିଲା । ନୟାଗଡ଼ ଏସଡିପିଓ ମାମଲାକୁ ତଦାରଖ କରୁଥିଲେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ ।

ମନ୍ତ୍ରୀଙ୍କର ଏହି ବିବୃତ୍ତିରୁ ନୟାଗଡ଼ ପୁଲିସର ଅପାରଗତା ସ୍ପଷ୍ଟ ବାରି ହୋଇଯାଉଛି । ସନ୍ଦିଗ୍ଧ ଅପରାଧୀ ସେହି ଗାଁ ର ବୋଲି କୁହାଯାଉଥିଲେ ମଧ୍ୟ ୪ ମାସରେ ବି ପୁଲିସ ତାକୁ ଧରି ପାରିନାହାନ୍ତି । ନୟାଗଡ଼ ଏସପି ମଧ୍ୟ ଆରାମ୍ ରେ ବସିଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ପୁଲିସକୁ ରିପୋର୍ଟ ତଲବ କରାଯାଇଥିଲେ ମଧ୍ୟ ତାହାକୁ ବି ପୁଲିସ ଖାତିର କରିନାହିଁ ।

ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି କିଭଳି ଅବସ୍ଥାରେ ପହଞ୍ଚିଛି ତାହା ଏହି ଘଟଣା ଏକ ନମୁନା ମାତ୍ର । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତର ଥୋପ ପକାଇ ବିରୋଧୀଙ୍କ ଆକ୍ରୋଶରୁ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ବିଫଳ ନୟାଗଡ଼ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଖୋଦ୍ ପୁଲିସ ଡିଜି ଶ୍ରୀ ଅଭୟଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯିବା ଦରକାର ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି ।

ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ଝିଅ ପରୀ ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ୮ ଦିନ ପରେ ଗାଁ ପୋଖରୀ କୂଳରେ ପଡ଼ିଥିବା ଏକ ଜରି ବସ୍ତାରୁ ପରୀର ମୃତ ଠାବ କରାଯାଇଥିଲା । ପ୍ରଥମରୁ ହୋଇଥିବା ନିଖୋଜ ମାମଲା ହତ୍ୟା ମାମଲାକୁ ପରିବର୍ତ୍ତନ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅପରାଧୀଙ୍କ ପାଖରେ ପହଞ୍ଚିପାରିନି । ଓଲଟି ମୃତ ଝିଅର ପରିବାରକୁ ଥାନାକୁ ବାରମ୍ବାର ଡାକି ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି ।

ଏହି କୁନି ପିଲାଟିର ମୃତ ଦେହ ଗାଁ ମୁଣ୍ଡରୁ ଉଦ୍ଧାର କରାଯିବା ଏବଂ ୪ ମାସ ବିତି ଯାଇଥିଲେ ମଧ୍ୟ ନୟାଗଡ଼ ପୁଲିସ ହତ୍ୟାକାରୀକୁ ଧରି ନ ପାରିବା ପୁଲିସର ଅପାରଗତାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଗତକାଲି ପରୀର ବାପା ଓ ମାଆ ନ୍ୟାୟଭିକ୍ଷା କରି ବିଧାନସଭା ସମ୍ମୁଖରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ । ସେମାନଙ୍କର କହିବାନୁଯାୟୀ, ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବାବୁଲି ନାୟକଙ୍କ ହାତ ଅଛି । ବାବୁଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍ ଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ଉଭୟ ଗଣମାଧ୍ୟମରେ ବୟାନ ଦେଇଥିଲେ ।

ଏହାକୁ ନେଇ ବିଧାନସଭାରେ ବିରୋଧୀ ଦଳ ତମ୍ବିତୋଫାନ କରିଥିଲେ । ୪ ମାସ ପରେ ବି ସଂପୃକ୍ତ ଶିଶୁର ହତ୍ୟାକାରୀକୁ ପୁଲିସ ଧରି ପାରିନଥିବାରୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ଘଟଣାରେ ମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ ବୋଲି କହିଥିଲେ । ମାମଲାର ଗମ୍ଭୀରତାକୁ ବାଚସ୍ପତି ମଧ୍ୟ ଗ୍ରହଣ କରିଥିଲେ ।

ପରୀକୁ ନ୍ୟାୟ ମିଳୁ । ଅପରାଧୀକୁ ତୁରନ୍ତ ଧରି କଠୋର ଦଣ୍ଡ ଦେବାକୁ ସବୁ ମହଲରୁ ଦାବି ହେଉଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ରାଜଧାନୀରେ ପରୀଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସାମ୍ନାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ମନ୍ତ୍ରୀଙ୍କ ଟେଲିଫୋନ୍, ସରପଞ୍ଚଙ୍କ ଭୂମିକା

ମନ୍ତ୍ରୀ ଅରୁଣ ସାହୁ ଏବଂ ସ୍ଥାନୀୟ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ମଧ୍ୟରେ ଟେଲିଫୋନ୍ କଥାବାର୍ତ୍ତାର ଏକ ଅଡିଓ ଆଜି ଭାଇରାଲ୍ ହୋଇଛି ।

ମନ୍ତ୍ରୀ ଅରୁଣ କହୁଛନ୍ତି– ଯାହା କରୁଛୁ ଭଲ କରୁନୁ । ତୁ ଯେତିକି କହୁଛୁ, ସେମାନେ ସେତିକି କହୁଛନ୍ତି । ତୁ ଲିମେଟସନ୍ ବାହାରକୁ ପଳେଇ ଗଲୁଣୁ । ଏଇଟା କ’ଣ ଠିକ୍ କରୁଛୁ? ଦୟାକରି ଏଇଟା ବନ୍ଦ କର । ମୁଁ ନ ହେଲେ ମୋର କୌଣସି ସମ୍ପର୍କ କୌଣସି ସିମ୍ପାଥି ସବୁ କାଟିଦେବି ।

ସରପଞ୍ଚ କହୁଛନ୍ତି- ମୁଁ ସେମିତି କିଛି କରିନି, ଆପଣ ଯଦି କହୁଛନ୍ତି ମୁଁ ତା ବାପାମାଆଙ୍କୁ ନେଇକି ଯିବି । କାଲି ନେଇକି ଯିବି କି? ହଉ ମୁଁ ଆପଣଙ୍କୁ ଯାଇ ଦେଖା କରୁଛି ।

ମନ୍ତ୍ରୀ ଓ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଟେଲିଫୋନ୍ କଥାବାର୍ତ୍ତାର ଅଡିଓ ଟେପ୍ ଭାଇରାଲ୍ ହୋଇ ରାଜନୈତିକ ଉଷ୍ମତା ବଢ଼ାଇବା ବେଳକୁ ସୋସିଆଲ୍ ମିଡ଼ିଆରେ ପରୀଙ୍କ ବାପା ଅଶୋକ ସାହୁଙ୍କ ସହିତ ସଂପୃକ୍ତ ସରପଞ୍ଚ ସୌମ୍ୟରଂଜନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି, ଏକ ୱେବ୍ ଚାନେଲ୍ ର ସାମ୍ବାଦିକ ଏହିଭଳି ମୋଟ ୮ ଜଣଙ୍କର ଏକ ଚା ପିଆ ଫଟୋ ଭାଇରାଲ୍ ହୋଇଛି । ବିଧାନସଭା ଆଗରେ ପରୀଙ୍କ ବାପାମାଆଙ୍କ ଆତ୍ମାହୂତି ଉଦ୍ୟମ ପୂର୍ବରୁ ବିଧାନସଭା ଆଖପାଖ ଏକ ଚା ଚୋକାନ ଖଟିରେ ଏହି ଫଟୋ ଉଠିଛି ।

ଚା ଖଟିରେ ଏହି ମେଳି ଓ ପରବର୍ତ୍ତୀ ଘଟଣାକ୍ରମରୁ ପରୀ ମୃତ୍ୟୁ ଘଟଣାରୁ ରାଜନୈତିକ ଫାଇଦା ହାସଲ ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଯୋଡିବାକୁ ସଂପୃକ୍ତ ସରପଞ୍ଚ ଉସକେଇ ଥିବା ଚର୍ଚ୍ଚା ହେଉଛି । ସମ୍ଭବତଃ ଏହା ଜାଣିବା ପରେ ମନ୍ତ୍ରୀ ତାଙ୍କୁ ଫୋନ୍ କରିଛନ୍ତି ଏବଂ ସରପଞ୍ଚ ଏହାକୁ ମନ୍ତ୍ରୀଙ୍କୁ ଅଧିକ ବଦନାମ କରିବାର ସୁଯୋଗ ଭାବି ଭାଇରାଲ୍ କରିଛନ୍ତି । ମୁଁ ତା ବାପାମାଆଙ୍କୁ ଆପଣଙ୍କ ପାଖକୁ ନେଇକି ଯିବି କି ବୋଲି ମନ୍ତ୍ରୀଙ୍କୁ ସରପଞ୍ଚ ପଚାରୁଥିବାରୁ ତାଙ୍କର ଭୂମିକା ସନ୍ଦେହହଘେରକୁ ଆସିଛି ।

ତେବେ ଏ ସମ୍ପର୍କରେ ମନ୍ତ୍ରୀ ଅରୁଣ ସାହୁ ଏବଂ ସରପଞ୍ଚ ସୋମ୍ୟରଂଜନଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

Next Post

ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

Next Post
ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA