Wednesday, February 18, 2026 05:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭାବୀ ଜ୍ୱାଇଁଙ୍କ ପାଇଁ ଦଲାଲି କରୁଥିଲେ ପ୍ରଦୀପ ପାଣିଗ୍ରାହୀ

ବିଧାୟକଙ୍କ ପୋଲ୍ ଖୋଲିଲେ କ୍ରାଇମବ୍ରାଞ୍ଚ ଏଡିଜି

by Our Correspondent
12 Dec, 2020- 07:45 PM
in Crime, Latest News, News
1 min read
0
ଭାବୀ ଜ୍ୱାଇଁଙ୍କ ପାଇଁ ଦଲାଲି କରୁଥିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ଠକେଇ କାରବାରରେ ଦଲାଲି କରୁଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋଟର୍ସ ଏମଡି ପରିଚୟ ଦେଉଥିବା ଭାବୀ ଜ୍ୱାଇଁଙ୍କ ଜାଲ୍ ସାମ୍ରାଜ୍ୟର ସେ ଥିଲେ ଅନ୍ୟତମ ପୁରୋଧା । ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବତୀମାନଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆଶାୟୀଙ୍କମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ବଦଳରେ ମୋଟା ଅଙ୍କ ଆଦାୟ କରାଯାଉଥିଲା । ବିଧାୟକ ନିଜ ସହଯୋଗୀମାନଙ୍କ ଜରିଆରେ ଏହି କାର୍ଯ୍ୟ ଅନାୟାସରେ କରୁଥିଲେ ।

କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁମର ଖୋଲିଛନ୍ତି । ଗୋପାଳପୁର ଅଞ୍ଚଳର ଠକେଇ ଯୁବକଯୁବତୀଙ୍କ ଅଭିଯୋଗ, ଆକାଶ ଠାକୁରଙ୍କୁ ଘନ ଘନ ଜେରା ତଥା ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କ ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଛାନଭିନ୍ ରୁ ମିଳିଥିବା ତଥ୍ୟର ଖୁଲାସା କରିଥିଲେ ଏଡିଜି । ଭାବୀ ଜ୍ୱାଇଁ ଆକାଶ ଠାକୁରଙ୍କୁ ଟାଟା ମୋଟର୍ସ ଏମଡି କହି ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଚାକିରି କରାଇ ଦେବାର ଲୋଭ ଦେଇଥିଲେ ଏବଂ ଏ ବାବଦରେ ବିପୁଳ ଟଙ୍କା ଆଦାୟ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।

ଠକେଇର ଶିକାର ହୋଇ ପୁଲିସର ଆଶ୍ରୟ ନେଇଥିବା ୬ ଜଣଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇଛନ୍ତି । ଅନ୍ୟ ୪ ଜଣଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି ବିଧାୟକଙ୍କ ଖାସ୍ ସହଯୋଗୀ । ଖାଲି ଏହି ୬ ଜଣ ନୁହଁନ୍ତି, ଏହାର ତାଲିକା ବହୁତ ଲମ୍ବା । ଠକେଇର ଶିକାର ହୋଇ ଟଙ୍କା ହରାଇଥିବା ଏଭଳି ଅନେକ ଭୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ତେବେ କାହାରିକୁ ଭୟ ନ କରି ଆଗକୁ ଆସିଲେ ସେମାନଙ୍କୁ ନିଶ୍ଚିତ ନ୍ୟାୟ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ସେପଟେ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିବା କ୍ରାଇମବ୍ରାଞ୍ଚ ଆହୁରି ଅନେକ ତଥ୍ୟ ଓଗାଳିବାକୁ ଆଶା ବାନ୍ଧିଛି । ଠକେଇର ଚେର୍ ପର୍ଯ୍ୟନ୍ତ ପହଞ୍ଚିଥିବାକୁ ଲକ୍ଷ୍ୟ ରଖିଛି । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁର ଯାଇ ଟାଟା ମୋଟର୍ସରେ ଚାକିରି ଠକେଇର ଶିକାର ଆହୁରି କିଛି ଯୁବକଙ୍କୁ ପଚରାଉଚୁରା କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଖାସ୍ ସହଯୋଗୀ ଜମ୍ବୁପାଣି ସାହୁ ଏବଂ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ ମଧ୍ୟ ଜେରା କରିଛି । ଏମାନଙ୍କ ଜରିଆରେ ପ୍ରଦୀପ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ।

ସୂଚନାଯୋଗ୍ୟ, ଗତ ୪ ମାସରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିଛି । ଜିଲ୍ଲାର ମଦ ମାଫିଆ ସୂର୍ଯ୍ୟ ସାହୁ, ରବି ସାହୁଙ୍କଠାରୁ ମୋଟା ଟଙ୍କା ଆସିଛି । ତେବେ ନିଜକୁ ସଚ୍ଚୋଟ ବୋଲାଇ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ ପ୍ରଦୀପ ପାଣିଗ୍ରାହୀ । ଭାବୀ ଜ୍ୱାଇଁ ଆକାଶ ଓ ସମୁଦୀ ଅଭୟ ପାଠକଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ଦେଇଥିଲେ । ଭାବୀ ଜ୍ୱାଇଁ ଟାଟା ମୋଟର୍ସରେ ଏମଡି ପଦରେ ଅଧିଷ୍ଠିତ ବୋଲି ମୁହଁଟାଣ ଦେଖାଇଥିଲେ । ସଙ୍ଗୀନ ଦଫାରେ ଗିରଫ ହୋଇ ଝାରପଡ଼ା ଜେଲ୍ ରେ ଏବେ ଦିନ କାଟୁଥିବା ପ୍ରଦୀପ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Previous Post

ପ୍ରତୀକ୍ଷାର ଅବସାନ; ଶେଷ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର

Next Post

ପୁରନ୍ଦେଶ୍ୱରୀଙ୍କ ନିଶାନାରେ ରାଜ୍ୟ ସରକାର

Next Post
ପୁରନ୍ଦେଶ୍ୱରୀଙ୍କ ନିଶାନାରେ ରାଜ୍ୟ ସରକାର

ପୁରନ୍ଦେଶ୍ୱରୀଙ୍କ ନିଶାନାରେ ରାଜ୍ୟ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA