Saturday, June 27, 2026 12:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ?

by Our Correspondent
01 Jun, 2023- 08:33 PM
in Latest News, News
1 min read
0
ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି କିଛି ଲୋକ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି । କେଉଁଠି ବିକାଶ ନାଁରେ ରାସ୍ତା ଖୋଳା ସରୁନି ତ ଆଉ କେଉଁଠି ପାଣି କି ବିଜୁଳି ସଙ୍କଟରେ ଲୋକେ ଛଟପଟ ହେଉଛନ୍ତି । କେଉଁଠି ମଣିଷକୁ ସାମାଜିକ ତାଡ଼ନା ଭୋଗିବାକୁ ପଡୁଛି । କେଉଁଠି ଗରିବ ଲୋକଟି ଭଙ୍ଗା ମାଟି ଛପର ତଳେ ଜୀବନ ଜୀଉଁଛି । ରାସନ୍ କାର୍ଡରୁ ବଞ୍ଚିତ ହୋଇ ଆଖିରୁ ଲୁହ ଗଡ଼ଉଛି । କେଉଁଠି ସରକାରୀ ସୁବିଧା ପାଇବାକୁ ଲୋକେ କରଜ କରି ହାତଗୁଞ୍ଜା ଦେଉଛନ୍ତି । କେଉଁଠି ବ୍ଲକ୍, ତହସିଲ ଅଫିସ୍ କାମରେ ଲୋକେ ନୟାନ୍ତ ହେଉଛନ୍ତି । କାହାରିକୁ ଗୁହାରି କରିବେ ଜାଣି ପାରୁନାହାନ୍ତି ।

ସାମଗ୍ରିକ ଭାବେ ଏଥିପାଇଁ ସରକାର ଓ ସରକାରୀ କଳକୁ ତ ଦାୟୀ କରାଯିବ । ତେବେ ଲୋକେ ଭୋଟ ଦେଇ ଯାହାଙ୍କୁ ନିଜର ପ୍ରତିନିଧି ବାଛିଛନ୍ତି ସେମାନଙ୍କର ଦାୟିତ୍ୱ ମଧ୍ୟ ରହିଛି । ମାତ୍ର ସେମାନେ କିଭଳି ଦାୟିତ୍ୱ ପାଳନ କରୁଛନ୍ତି ତାହା ନଗଦ ଦୁଇ ତିନୋଟି ଘଟଣାରୁ ଜାଣିହେବ ।

କଟକରେ ଲାଗ ଲାଗ ଦୁଇଟି ମନୁଷ୍ୟକୃତ ଦୁର୍ଘଟଣାରେ ଦୁଇଟି ଜୀବନ ଚାଲିଗଲା । ନିର୍ମାଣ କାର୍ଯ୍ୟ ଯୋଗୁଁ ବିପଦଶଙ୍କୁଳ ରାସ୍ତାରେ ସତର୍କ ଫଳକ କିମ୍ବା ଜଗୁଆଳୀ ନ ଥିବାରୁ ଏହି ଦୁର୍ଘଟଣା ଘଟିଲା । ପ୍ରଥମତଃ ବର୍ଷ ବର୍ଷ ମାସ ମାସ ଧରି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଲୋକଙ୍କୁ ବିପଦ ମୁହଁକୁ ଛାଡ଼ିଦିଆଯାଉଛି । ଏଥିପାଇଁ ବ୍ୟବସ୍ଥାଗତ ତ୍ରୁଟି ରହିଛି । ମାତ୍ର ସ୍ଥାନୀୟ କର୍ପୋରେଟର, ମେୟର, ବିଧାୟକ କି ସାଂସଦଙ୍କର ଦାୟିତ୍ୱ ଅଛି ନା ନାହିଁ? ସେହି ରାସ୍ତାରେ ସବୁଦିନ ଯାଉଥିବା ଏହି ନେତାମାନେ ନିଜର ଦାୟିତ୍ୱ ପ୍ରତି ସଚେତନ ହୋଇ ସଂପୃକ୍ତ ଅଧିକାରୀଙ୍କୁ ତାଗିଦ୍ କରିଥିଲେ ଏଭଳି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା । ମଣିଷ ମଲା ପରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଶାନ୍ତ୍ୱନା କି ଆର୍ଥିକ ସାହାଯ୍ୟ ଦେଲେ ସେ ମଣିଷ ଫେରି ଆସିବେନି ।

ମାଲକାନଗିରିର ଆଦିବାସୀ ବଣ୍ଡାଝିଅ କର୍ମା ମୁଦୁଲି ୮୨ ପ୍ରତିଶତରୁ ଅଧିକ ନମ୍ବର ରଖି ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିଲେ । ସ୍ଥାନୀୟ ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି ତାଙ୍କ ପାଇଁ ଗର୍ବ କରିଥିଲେ ନା ନାଇଁ ଆମେ ଜାଣିନୁ । ମାତ୍ର ଭୁବନେଶ୍ୱର ରମାଦେବୀ କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ଏହି ମେଧାବୀ ଛାତ୍ରୀ ନିଜର ପଢ଼ାଖର୍ଚ୍ଚ ତୁଲାଇବା ଲାଗି ଗାଁରେ ୨୨୦ ଟଙ୍କାରେ ମୂଲ ଲାଗୁଥିଲେ । ଅଥଚ ସ୍ଥାନୀୟ ପ୍ରଶାସନ ନା ଲୋକ ପ୍ରତିନିଧି କେହି ତାଙ୍କର ଖବର ରଖିପାରିଲେନି । ରଖିଥିଲେ ତାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ି ନଥାନ୍ତା ।

ମହିଳା, ଆଦିବାସୀ ଏବଂ ଗରିବ ମେଧାବୀଙ୍କ ପାଇଁ ରାଜ୍ୟ ସରକାର ଗଣ୍ଡା ଗଣ୍ଡା ଯୋଜନା କରିଛନ୍ତି । ଏହିସବୁ ଯୋଜନାର ଏକାକୀ ହିତାଧିକାରୀ ଭାବେ ଯଦି କାହାରିକୁ ବଛାଯିବ କର୍ମା ମୁଦୁଲି ତାହାର ଶ୍ରେଷ୍ଠ ଉଦାହରଣ ହେବେ । ମାତ୍ର ସରକାରୀ କଳର ନିଷ୍କ୍ରିୟତା ଓ ଉଦାସୀନତା ପାଇଁ ଏହି ମେଧାବୀ ବଣ୍ଡାଝିଅ ମୂଲ ଲାଗୁଥିଲେ । ପ୍ରଶାସନ ଯଦି ଏହା ଦେଖିନପାରିଲା, ଗାଁ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସମିତି ସଭ୍ୟ, ସରପଞ୍ଚ, ବିଧାୟକ କି ସାଂସଦଙ୍କ ପାଖରେ ଏହି ଝିଅଟିର ଖବର ପହଞ୍ଚିଲାନି କେମିତି? ସୁତରାଂ ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଜି ଗଣମାଧ୍ୟମ ସେହି ଖବର ସାମନାକୁ ଆଣି ନ ଥିଲେ, ସେ ଝିଅର ଭବିଷ୍ୟତ କ’ଣ ହୋଇଥାନ୍ତା?

ପ୍ରତିଦିନ ରାଜ୍ୟରେ ବୋଧହୁଏ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିବ । ଲୋକଙ୍କ ପ୍ରତି ସମ୍ବେଦନଶୀଳତା ହେଉ ଅଥବା ଢ଼ିଲା ପ୍ରଶାସନକୁ ତାଗିଦ କରି ଲୋକାଭିମୁଖୀ କରାଇବାରେ ନିଜର ଦାୟିତ୍ୱକୁ ଅଧିକାଂଶ ଲୋକ ପ୍ରତିନିଧି ଭୁଲି ଯାଉଛନ୍ତି । ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବାକୁ ସେମାନେ ଯତପରୋନାସ୍ତି ଚେଷ୍ଟାରେ ରହିଲେ ହୁଏତ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହୋଇଯାଆନ୍ତା ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି ।

ମାତ୍ର ବାସ୍ତବରେ ହେଉଛି କ’ଣ? କିଛି ଲୋକ ପ୍ରତିନିଧି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଭାବେ ବ୍ଲକ୍ କୁ ଆସୁଥିବା ବିଭିନ୍ନ ଉନ୍ନୟନ ଯୋଜନାର ପାଣ୍ଠି ଆବଣ୍ଟନକୁ ପ୍ରାଧାନ୍ୟ ଦେଉଛନ୍ତି । କାହାକୁ କେଉଁ ଠିକା କାମ ମିଳିବ, ସରକାରୀ ପାଣ୍ଠି ନିଜ ଲୋକଙ୍କ ଦ୍ୱାରା କିଭଳି ଖର୍ଚ୍ଚ ହେବ ତାହା ଉପରେ ଅଧିକ ଧ୍ୟାନ ରହୁଛି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାକୁ ବୁଝିବା ବଦଳରେ କେବଳ ସଂକୀର୍ତ୍ତନ, ଯଜ୍ଞ, ପାଲା, ଦାସକାଠିଆ, ବିବାହ, ବ୍ରତ ଉତ୍ସବରେ ଯୋଗଦେବା ପ୍ରକୃତ ଜନସମ୍ପର୍କ ବୋଲି ସେମାନେ ବିଶ୍ୱାସ କରୁଛନ୍ତି ।

ଏମିତି ବି ବିଧାୟକ ଅଛନ୍ତି ଯେଉଁମାନେ ଭୋଟ ସରିଲା ପରେ ନିଜ ନିର୍ବାଚନମଣ୍ଡଳୀକୁ କ୍ୱଚିତ୍ ଯାଉଛନ୍ତି । ଭୁବନେଶ୍ୱର ମଉଜ ଛାଡ଼ି ଏରିଆ ଯିବାକୁ ତାଙ୍କୁ ଭଲ ଲାଗୁନି । ହିସାବ ନିକାଶ ଏଠି ଛିଣ୍ଡି ଯାଉଛି । ବିଭିନ୍ନ କମିଟି ଗସ୍ତରେ ସାମିଲ ହୋଇ ଭ୍ରମଣ କରିବାରେ ପ୍ରବଳ ଆନନ୍ଦ ପାଉଛନ୍ତି । ୯୦ ପ୍ରତିଶତ ସାଂସଦଙ୍କୁ ନିର୍ବାଚନମଣ୍ଡଳୀ ଲୋକ ତ ବିଲକୁଲ ଦର୍ଶନ ପାଉନାହାନ୍ତି । ଭୁବନେଶ୍ୱର ନଚେତ୍ ଦିଲ୍ଲୀରେ ସେମାନଙ୍କ ସମୟ ବିତୁଛି ।

ବିିଧାନସଭା ଏବଂ ଲୋକସଭାରେ ଏଭଳି ଲୋକପ୍ରତିନିଧିଙ୍କର ସ୍ୱର ବି ଶୁଭୁନାହିଁ । ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପିତ କରିବାରେ ସେମାନେ ସମର୍ଥ ହେଉନାହାନ୍ତି । ବିଭିନ୍ନ ଗୁରୁତ୍ୱ ପ୍ରସଙ୍ଗ ଏବଂ ବିଲ୍ ଉପରେ ସେମାନେ ଅଂଶଗ୍ରହଣ କରୁନାହାନ୍ତି । ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କଲେଣି ।

Previous Post

ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ

Next Post

ଜୁଲାଇରେ ସରିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ

Next Post
ଜୁଲାଇରେ ସରିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ

ଜୁଲାଇରେ ସରିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA