Wednesday, April 1, 2026 10:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

ଆଖି ବୁଜିଲେ ପ୍ରଫେସର ଧ୍ରୁବରାଜ ନାୟକ

by Our Correspondent
27 Jun, 2021- 07:11 PM
in Latest News, News
1 min read
0
ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

ଝାରସୁଗୁଡ଼ା/ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକ, ପରିବେଶବିତ୍ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ(୮୩)ଙ୍କୁ ଜଣେ ଯୁବକ ଟାଙ୍ଗିଆରେ ଆଣି ହତ୍ୟା କରିଛି । ଲାଇକେରାସ୍ଥିତ ବାସଭବନରେ ଥିବା ବେଳେ ଗାଁର ଜଣେ ମାତାଲ ଯୁବକ ମାତ୍ର ୧୦୦ ଟଙ୍କା ଲାଗି ଏହି ଜଘନ୍ୟ କାଣ୍ଡ ଘଟାଇଥିବା କୁହାଯାଉଛି । ହତ୍ୟାକାରୀକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଘଟଣାଟି ସବୁ ମହଲକୁ ସ୍ତବ୍ଧ କରିଦେଇଛି ।

ପୂର୍ବତନ କୁଳପତି ପ୍ରଫେସର ନାୟକ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ନିଜ ଗାଁ ସରଗିଗୁଡ଼ାରେ ରହୁଥିଲେ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ଗାଁର ଜଣେ ୨୦ ବର୍ଷୀୟ ଯୁବକ ମାତାଲ ଅବସ୍ଥାରେ ପ୍ରଫେସରଙ୍କ ଘରେ ପଶି ୧୦୦ ଟଙ୍କା ମାଗିଥିଲା । ମାତ୍ର ପ୍ରଫେସର ନାୟକ ଟଙ୍କା ଦେବାକୁ ମନା କରିଦେବା ପରେ ଯୁବକ ସହ ତାଙ୍କର ବଚସା ହୋଇଥିଲା । ପରେ ଯୁବକଟି ତାଙ୍କୁ ଘରୁ ଟାଣିନେଇ ଏକ ଟାଙ୍ଗିଆରେ ହାଣି ପକାଇଥିଲା ।

ରକ୍ତ ଜୁଡ଼ୁବୁଡୁ ହୋଇ ଅବସ୍ଥାରେ ପ୍ରଫେସରଙ୍କୁ ଝାରସୁଗୁଡ଼ାସ୍ଥିତ ସମଲେଶ୍ୱରୀ ନର୍ସିଂ ହୋମ୍ କୁ ଅଣାଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।

ପ୍ରଫେସର ଧ୍ରୁବରାଜ ନାୟକ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିଲେ । ଅବସର ପରେ ସେ ନିଜ ଗାଁରେ ରହୁଥିଲେ । ନିଜର ଗବେଷଣା କାର୍ଯ୍ୟ ଜାରି ରଖିବା ସହ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିଲେ । ୨୦୦୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅ ସୁବ୍ରତଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟରେ ସେ ନିଜ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଇଥିଲେ । ୧୪ ଗାଁର ଲୋକଙ୍କୁ ନେଇ ଏକ ସଂଘ ଗଢ଼ିଥିଲେ ଏବଂ ଏହି ଅଭିଯାନ ଜରିଆରେ ପାହାଡ଼ ଉପରେ ୧୦୦ ଏକର ଜଙ୍ଗଲ ଜମି ସୃଷ୍ଟି କରାଯାଇଥିଲା ।

ପରିବେଶ ସୁରକ୍ଷା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଗଢ଼ିବାରେ ସେ ଅଗ୍ରଣୀ ଥିଲେ । ନିଜ ଅଞ୍ଚଳରେ ଏକ ହାଇସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ନିଜକୁ ଚାଷବାସରେ ମଧ୍ୟ ସଂପୃକ୍ତି ରଖିଥିଲେ । ଦୁଇଟି ପୋଖରୀରେ ମାଛ ଚାଷ କରୁଥିଲେ ।

୧୦୦ ଟଙ୍କା ପାଇଁ ହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କାରଣ ରହିଛି ତାହାର ଛାନଭିନ୍ କରୁଛି ପୁଲିସ । ଜଙ୍ଗଲ ଜମି କିମ୍ବା ପୋଖରୀ ଲିଜ୍ କୁ ନେଇ ପୁରୁଣା ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଏ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ ପୁଲିସ ପକ୍ଷରୁ କିଛି କୁହାଯାଇନାହିଁ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।

Previous Post

ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

Next Post

‘ଆତ୍ମନିର୍ଭର ଭାରତ’ ନିର୍ମାଣ ମନ୍ତ୍ର ଦେଲେ ରାଜ୍ୟପାଳ

Next Post
‘ଆତ୍ମନିର୍ଭର ଭାରତ’ ନିର୍ମାଣ ମନ୍ତ୍ର ଦେଲେ ରାଜ୍ୟପାଳ

'ଆତ୍ମନିର୍ଭର ଭାରତ' ନିର୍ମାଣ ମନ୍ତ୍ର ଦେଲେ ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA