Friday, February 20, 2026 06:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

ଆୟଠାରୁ ୪୩୫ ଗୁଣା ଆୟ ବହିର୍ଭୂତ ସମ୍ପତ୍ତି

by Our Correspondent
27 Nov, 2020- 11:56 PM
in Crime, Latest News, News
1 min read
0
ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

ଭୁୁବନେଶ୍ୱର: ଆଜି ରାତିରେ ଝାରପଡ଼ା ଜେଲ୍ ହାଜତରେ ପଶିଛନ୍ତି ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ ଏବଂ ତାଙ୍କ ରଙ୍ଗୀଲା ପୁଅ ଆକାଶ ପାଠକ । ସରକାରୀ ଉଚ୍ଚ ପଦବୀରେ ଥାଇ ବିପୁଳ ସମ୍ପତ୍ତି ଲୁଟ୍ କରିଥିବା ବାପା ଏବଂ ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଚିତା କାଟୁଥିବା ପୁଅକୁ ଆଜି ଭିଜିଲାନସ୍ ବାନ୍ଧି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଜାମିନ୍ ଆବେଦନ ନାମଂଜୁର ହେବାରୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।

ଜେଲ୍ ଯାଇଥିବା ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ ଅଭୟ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନସ୍ ବିଭାଗ ପକ୍ଷରୁ ୨୦ ଜଣିଆ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯାଇଛି । ଉଭୟ ବାପପୁଅଙ୍କ କଳା ସାମ୍ରାଜ୍ୟର ଏମାନେ ଛାନଭିନ୍ କରିବେ ।

୩ ଦିନ ଧରି ପାଠକଙ୍କ ଭୁବନେଶ୍ୱରର ୫ଟି ଜାଗା ସମେତ ମୁମ୍ବାଇ, ପୁନେ ଏବଂ ପାଟଣାର ୭ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରାଯାଇଛି । ସେଥିମଧ୍ୟରୁ ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ତାଙ୍କର ଆୟଠାରୁ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ୪୩୫ ଗୁଣା ଅଧିକ ବୋଲି ଭିଜିଲାନସ୍ ବିଭାଗ ସୂତ୍ରରୁ କୁହାଯାଇଛି ।
ଖାଲି ଆଲିସାନ୍ ବଙ୍ଗଳା, ଦାମୀ ଗାଡି, ସୁନାଗହଣାଚି ନଗଦ ଟଙ୍କା ନୁହେଁ । ବିଭିନ୍ନ ବ୍ୟାଙ୍କରେ ଅଭୟ ପାଠକଙ୍କର କୋଟି କୋଟି ଟଙ୍କା ଜମା ଅଛି । ତାଙ୍କ ପୁଅ ଆକାଶ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଅଛି । ଏକଦା ବାଜାଜ୍ ସ୍କୁଟର ଚଢ଼ୁଥିବା ଏହି ବାବୁ ଓ ପରିବାର ଲକଡାଉନ୍ ବେଳେ ଚାର୍ଟର ପ୍ଲେନ୍ ରେ ବୁଲି ଅୟସ କରିବା ବାବଦରେ ଖର୍ଚ୍ଚ କରିଛନ୍ତି ୫ କୋଟିରୁ ଅଧିକ ।

ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଉଥିବା ପୁଅ ଆକାଶ ମାସକୁ କୋଟିଏ ଟଙ୍କା ଦରମା ପାଉଥିବା ଏବଂ ସେ ସରକାରୀ ଅର୍ଥ ହରିଲୁଟ୍ କରି ନ ଥିବା ଆଜି ଗିରଫ ପରେ ଅଭୟ ପାଠକ ଗଣମାଧ୍ୟମକୁ ସଫେଇ ଦେଇଥିଲେ ମଧ୍ୟ ତାହା ଡାହା ମିଛ ବୋଲି ଭିଜିଲାନସ୍ ବିଭାଗର ଅଧିକାରୀମାନେ କହିଛନ୍ତି । ତଦନ୍ତ ବେଳେ ଏହାର କୌଣସି କାଗଜପତ୍ର ଦେଖାଇ ପାରିନଥିବା ସେମାନେ କହିଛନ୍ତି ।

୨୦ ଜଣିଆ ଏସଆଇଟି ଟିମ୍ ଏହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ । ବ୍ୟାଙ୍କ ଡିପୋଜିଟ୍ ବାଦ୍ ସେୟାର୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍ ଆଦିରେ କୋଟି କୋଟି ଟଙ୍କା ଖଟାଇଥିବାର ସୂଚନା ମିଳିଥିବାରୁ ସେସବୁର ଛାନଭିନ୍ କରାଯିବ । ଏଥିରେ ସାଇବର ଏବଂ ସେଲ ଫୋନ୍ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯିବ ବୋଲି ଭିଜିଲାନସ୍ ବିଭାଗ ପକ୍ଷରୁ କୁହାଯାଇଛି ।

Previous Post

ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

Next Post

‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

Next Post
‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA