Saturday, March 14, 2026 02:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

୧୮-୪୪ ବୟସ ବର୍ଗର ୨ କୋଟି ଲୋକ ଉପକୃତ ହେବେ

by Our Correspondent
25 Apr, 2021- 10:34 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

ଭୁୁବନେଶ୍ୱର: କରୋନା ଟିକାକରଣରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାହାର ଅବସାନ ଘଟାଇଛନ୍ତି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ଟିକାକରଣର ଭାର ରାଜ୍ୟ ସରକାର ନିଜ ଉପରକୁ ନେଇଛନ୍ତି । ସମସ୍ତଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ୧୮-୪୪ ବୟସ ବର୍ଗର ୨ କୋଟି ଲୋକ ଉପକୃତ ହେବେ । ରାଜ୍ୟ ସରକାର ଏଥିପାଇଁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଆଜି ସଂଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଦନ କରି ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । କରୋନା ମହାମାରୀ ସଙ୍କଟ ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଦାୟିତ୍ୱ ନିଜ ଉପରକୁ ନେଇଥିଲା ବେଳେ ଲୋକଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଛନ୍ତି । ସମସ୍ତେ କୋଭିଡ୍ ନିୟମ ଠିକ୍ ଭାବରେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ହାତଯୋଡି ନିବେଦନ କରିଛନ୍ତି ।

ଟିକା ଅର୍ଡର କଲେ ସରକାର

ସମସ୍ତଙ୍କୁ ମାଗଣାରେ ଟିକା ଦେବାର ବଡ଼ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଆସିବାର କିଛି ସମୟ ମଧ୍ୟରେ ରାଜ୍ୟ ସରକାର ଉତ୍ପାଦନକାରୀ ସଂସ୍ଥାକୁ ଟିକା ଅର୍ଡର ଦେଇଛନ୍ତି । ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ପାଇଁ ଅର୍ଡର ଦିଆଯାଇଥିବା ଜଣାପଡ଼ିଛି ।

ସମସ୍ତଙ୍କୁ ମାଗଣା ଟିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସବୁଆଡୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଦର୍ଶାଇ ଦଳୀୟ ନେତାମାନେ କୃତଜ୍ଞତା ଜଣାଇଛନ୍ତି ।

କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଆଜି ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଭିଡ୍ ସଂକ୍ରମଣରେ ଭାରତ ଆଜି ସାରା ଦେଶରେ ସବୁଠାରୁ ଉପରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ବହୁତ ଦୁଃଖର କଥା ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଆପଣମାନେ ଟିଭି ଓ ମିଡ଼ିଆରୁ ଜାଣୁଥିବେ । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟମାନଙ୍କରେ ପରିସ୍ଥିତି ଆଜି ଭୟଙ୍କର ହୋଇଛି । ଏସବୁ ରାଜ୍ୟରେ ମେଡିସିନ୍, ଅକ୍ସିଜେନ୍, ବ୍ଲଡ୍ ଆଦି ହେଲଥ୍ କେୟାର ସିଷ୍ଟମ୍ ଉପରେ ବହୁତ ପ୍ରେସର୍ ପଡୁଛି । ସବୁଠାରୁ ଦୁଃଖର କଥା, ଶ୍ମଶାନ ଘାଟମାନଙ୍କରେ ମଧ୍ୟ ଶବଦାହ ପାଇଁ ଜାଗା ମିଳୁନାହିଁ । ଏଭଳି ଭୟଙ୍କର ପରିସ୍ଥିତି, ଏଭଳି କଠିନ ପରିସ୍ଥିତି ଭାରତ ଇତିହାସରେ କେବେ ବି ଆସି ନ ଥିଲା ।

କିଛି ଦିନ ତଳେ ମୁଁ ଏ ପରିସ୍ଥିତି ବିଷୟରେ ମାନନୀୟ ପ୍ରଧାନମନ୍ତ୍ରୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି ଏବଂ ସେମାନଙ୍କ ଏ ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଥିଲି । ଓଡ଼ିଶା ଆଜି ୭ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି । ପରିସ୍ଥିତି ଅତି ଭୟଙ୍କର । ଆମ ରାଜ୍ୟର ସବୁ ସୀମାନ୍ତ ଜିଲ୍ଲାମାନଙ୍କରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡ଼ିଛି ।

ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍ ମୁକାବିଲା କରିଥିଲେ । ବାତ୍ୟା ହେଉ ବା ବନ୍ୟା ବା କୋଭିଡ୍ ମ୍ୟାନେଜମେଣ୍ଟ ସବୁବେଳେ ଆପଣମାନେ ସହଯୋଗ କରିଥିବାରୁ ଆମେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛୁ । ଗତବର୍ଷଠାରୁ କିନ୍ତୁ ଏବର୍ଷର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର । ସରକାରଙ୍କ ତରଫରୁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ୍, ମେଡ଼ିସିନ୍, ଆମ୍ବୁଲାନ୍ସ ଆଦି ସବୁ ବ୍ୟବସ୍ଥାକୁ ମଜବୁତ କରିଛୁ ।

ମୁଁ ବାରମ୍ବାର କହି ଆସିଛି ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ତେଣୁ ଯଦି ଆମେ ସତର୍କ ନ ରହିବା, ନିଜେ ନିଜର ଦାୟିତ୍ୱ ପ୍ରତି ସଚେତନ ନ ହେବା ତେବେ ସରକାର ଏକାକୀ କେବେ ବି ଏ ପରିସ୍ଥିତିର ମୁକାବିଲା କରିପାରିବେ ନାହିଁ ।

ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଆପଣମାନେ ପରିସ୍ଥିତିର ଭୟାବହତାକୁ ବୁଝନ୍ତୁ । ପ୍ରତ୍ୟେକଟି ସଂକ୍ରମଣ ପ୍ରତ୍ୟେକଟି ମୃତ୍ୟୁ ପଛରେ ରହିଛି ଗୋଟିଏ ଗୋଟିଏ ପରିବାରର ଦୁଃଖଭରା କାହାଣୀ । କିଏ ନିଜ ବାପା, ମା’ ଙ୍କୁ ହରାଇଛି । କିଏ ନିଜ ଭାଇ ଭଉଣୀକୁ, ପୁଣି କେଉଁଠି ନବ ବିବାହିତ ସ୍ତ୍ରୀ ସ୍ୱାମୀଙ୍କୁ ହରାଇଛି । କେଉଁଠି ବୁଢ଼ା ବାପା ମା’ଙ୍କ ଆଗରେ ରୋଜଗାରିଆ ପୁଅ ଚାଲିଯାଉଛି ତ କୋଉଠି ଛୋଟ ଛୋଟ ପିଲାମାନେ ଅନାଥ ହୋଇଯାଉଛନ୍ତି । ଆଉ କେଉଁଠି ପୂରା ପରିବାର ଶେଷ ହୋଇଯାଉଛି ।

ତେଣୁ ଏ ପରିସ୍ଥିତିରେ ମୁଁ ଆପଣମାନଙ୍କୁ ହାତଯୋଡି ଅନୁରୋଧ କରୁଛି ଯେ ଆପଣମାନେ କୋଭିଡ୍ ନିୟମକୁ ଠିକ୍ ଭାବରେ ପାଳନ କରନ୍ତୁ । ଅତି ଆବଶ୍ୟକ ନହେଲେ ବାହାରକୁ ଯାଆନ୍ତୁ ନାହିଁ । କିଏ ଜାଣେ ଫେରିବା ବେଳେ କରୋନା ଆପଣଙ୍କ ସାଥୀରେ ଘରକୁ ଆସି ନ ଥିବ? ତେଣୁ ସତର୍କ ରୁହନ୍ତୁ । ସବୁବେଳେ ମାସ୍କ ଠିକ୍ ଭାବରେ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ଅନ୍ୟ କୋଭିଡ୍ ନିୟମ ବି ପାଳନ କରନ୍ତୁ ।

ଲକଡାଉନ୍, ସଟଡାଉନ୍ ମୁଁ କେବେ ବି ଚାହେଁ ନାହିଁ । କେହି ବି ଚାହିଁବି ନାହିଁ । ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ । କିନ୍ତୁ ଅର୍ଥନୀତି ସହ ଜୀବନରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ନିୟମ ମାନିବା, ଆମେ ଯଦି ସାବଧାନ ରହିବା ତେବେ ବିନା ଲକଡାଉନ୍ ରେ କୋଭିଡ୍ ଯୁଦ୍ଧ ଜିତିପାରିବା ।

ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ମୁଁ ଚାହେଁ ମୋ ପରିବାର ନିରାପଦ ରହୁ । ମୋ ଓଡ଼ିଶା ନିରାପଦ ରହୁ । ମୋ ପରିବାରର ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ ।

ରାଜ୍ୟ ସରକାର ଆମର ୧୮-୪୪ ବୟସ ଗ୍ରୁପ୍ ର ସବୁ ଲୋକଙ୍କୁ ଟିକା ଦେବା ପାଇଁ ଅର୍ଡର ଦେଇସାରିଛନ୍ତି । ଏଥିପାଇଁ ଆପଣମାନଙ୍କୁ ଗୋଟିଏ ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏ ଦାୟିତ୍ୱ ଆପଣଙ୍କ ସରକାରର । ଏହାଦ୍ୱାରା ଏହି ବୟସ ଗ୍ରୁପ୍ ର ଦୁଇକୋଟି ଲୋକ ଉପକାର ପାଇବେ । ପ୍ରାୟ ଦୁଇହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ମୋର ଅନୁରୋଧ ଆପଣମାନେ ବି ଦାୟିତ୍ୱ ନିଅନ୍ତୁ । କୋଭିଡ୍ ନିୟମ ପାଳନ ଠିକ୍ ଭାବରେ ପାଳନ କରନ୍ତୁ । ମହାପ୍ରଭୁଙ୍କ ଆଶିର୍ବାଦରୁ ଆମେ ନିଶ୍ଚୟ ଖୁବ୍ ଶୀଘ୍ର ଏ ମହାସଙ୍କଟରୁ ଉଦ୍ଧାର ପାଇବା ।
ଜୟ ଜଗନ୍ନାଥ ।

Previous Post

କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

Next Post

ରୂପକୁମାର ପ୍ରଧାନଙ୍କ ‘JOYFUL RETIREMENT’ ପୁସ୍ତକ ଉନ୍ମୋଚିତ

Next Post
ରୂପକୁମାର ପ୍ରଧାନଙ୍କ ‘JOYFUL RETIREMENT’ ପୁସ୍ତକ ଉନ୍ମୋଚିତ

ରୂପକୁମାର ପ୍ରଧାନଙ୍କ 'JOYFUL RETIREMENT' ପୁସ୍ତକ ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA